Hindi News >>Home >>Odisha Sports

T20 World Cup 2024: ମାଲେମାଲ ହେଲେ ଭାରତୀୟ ଖେଳାଳି, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

ନୂଆଦିଲ୍ଲୀ: ଖେଳାଯାଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ଭାରତୀୟ ଦଳ। ଟିମ୍ ଇଣ୍ଡିଆ ୭ ୱିକେଟ୍ ଜିତି ଦ୍ୱିତୀୟ ଥର ପାଇଁ ଟ୍ରଫି ହାସଲ କରିଛି। ୨୦୦୭ ପରେ ଭାରତ ଏହି ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା ଭାରତ। ଭାରତ ଶେଷ ଥର ପାଇଁ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।​ ସେବେଠାରୁ ଆଇ

Advertisement
T20 World Cup 2024: ମାଲେମାଲ ହେଲେ ଭାରତୀୟ ଖେଳାଳି, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା
Prabhudatta Moharana|Updated: Jun 30, 2024, 11:14 AM IST
Share

T20 World Cup 2024: ନୂଆଦିଲ୍ଲୀ: ଖେଳାଯାଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ଭାରତୀୟ ଦଳ। ଟିମ୍ ଇଣ୍ଡିଆ ୭ ୱିକେଟ୍ ଜିତି ଦ୍ୱିତୀୟ ଥର ପାଇଁ ଟ୍ରଫି ହାସଲ କରିଛି। ୨୦୦୭ ପରେ ଭାରତ ଏହି ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା ଭାରତ। ଭାରତ ଶେଷ ଥର ପାଇଁ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।​ ସେବେଠାରୁ ଆଇସିସି ଟୁର୍ନାମେଣ୍ଟରେ କୌଣସି ବିଜୟ ହୋଇନଥିଲା।

ଖେଳାଳିଙ୍କ ଉପରେ ଟଙ୍କା ବର୍ଷା
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏହା ହେଉଛି ପ୍ରଥମ ଟି-20 ବିଶ୍ୱକପ ବିଜୟ। ଫାଇନାଲରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରି 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ପାଇଥିଲେ। ଟି-୨୦ ବିଶ୍ୱକପ ବିଜୟ ପରେ ଭାରତୀୟ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହୋଇଥିଲା। ହାରିଥିବା ଦକ୍ଷିଣ ଆଫ୍ରିକା ଦଳକୁ ମଧ୍ୟ କୋଟି କୋଟି ଟଙ୍କା ପୁରସ୍କାର ବାବଦରେ ମିଳିଛ। 

ତେବେ ଆସନ୍ତୁ ନଜର ପକାଇବା ପୁରସ୍କାର ରାଶି ଉପରେ...
ବିଜୟୀ ଭାରତୀୟ ଦଳକୁ ଭାରତୀୟ ରାଶିରେ ୨୦.୩୭ କୋଟି ଟଙ୍କା ପୁରସ୍କାର ମିଳିବ। ସେହିପରି ରନର୍ସ ଅପ ହୋଇଥିବା ଦକ୍ଷିଣ ଆଫ୍ରିକା ଦଳକୁ ୧୦.୬୪ କୋଟି ଟଙ୍କା ପୁରସ୍କାର ମିଳିବାକୁ ଥିବା ବେଳେ ସେମିଫାଇନାଲିଷ୍ଟ ଆଫଗାନିସ୍ତାନ ଓ ଇଂଲଣ୍ଡକୁ ୬.୫୪ କୋଟି ଟଙ୍କା ପୁରସ୍କାର ମିଳିବ। ସେହିପରି ଅଷ୍ଟ୍ରେଲିଆ, ବାଂଲାଦେଶ, ୱେଷ୍ଟଇଣ୍ଡିଜ ଓ ୟୁଏସଏ କୁ ୩.୧୭ କୋଟି ଟଙ୍କା ପୁରସ୍କାର ମିଳିବ। ନବମରୁ ଦ୍ୱାଦଶ ସ୍ଥାନରେ ଥିବା ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ସ୍କଟଲାଣ୍ଡ ଓ ପାକିସ୍ତାନକୁ ୨.୦୫ କୋଟି ଟଙ୍କା ମିଳିବ। ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବା ଅନ୍ୟ ଦଳକୁ ୧.୮୭ କୋଟି ଟଙ୍କା ମିଳିବ। 

ସେହିପରି ବ୍ୟକ୍ତିଗତ ଭାବେ ପ୍ଲେୟାର ଅଫ ଦ ସିରିଜ ହୋଇଥିବା ଜଶପ୍ରିତ ବୁମରାଙ୍କୁ ୧୨.୫୦ ଲକ୍ଷ ଟଙ୍କା ପୁରସ୍କାର ମିଳିବାକୁ ଥିବା ବେଳେ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିବା ବିରାଟ କୋହଲିଙ୍କୁ ୪.୧୬ ଲକ୍ଷ ଟଙ୍କା ଓ ସୂର୍ଯ୍ୟକୁମାର ଯାଦବଙ୍କୁ ୨.୫୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ।

Read More
{}{}