Hindi News >>Home >>Odisha Sports

India squad: ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ, ଏହି ୧୫ ଖେଳାଳିଙ୍କୁ ମିଳିଲା ସ୍ଥାନ

Champions Trophy India squad: ଆସନ୍ତା ମାସରେ ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଠାରେ ଜାଣନ୍ତୁ ଦଳରେ କେଉଁ ଖେଳାଳି ମାନଙ୍କୁ ସ୍ଥାନ ମିଳିଛି।  

Advertisement
Champions Trophy India squad
Champions Trophy India squad
Jagdish Barik|Updated: Jan 18, 2025, 05:23 PM IST
Share

Champions Trophy 2025: ଆସନ୍ତା ମାସରେ ପାକିସ୍ତାନରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୧୯ ଫେବ୍ରୁଆରୀରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ, ବିସିସିଆଇ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଛି, ଯାହାଙ୍କ ନେତୃତ୍ୱରେ ଦଳ ଗତ ବର୍ଷ ଟି-୨୦ ବିଶ୍ୱକପ୍ ଚମ୍ପିଆନ ହୋଇଥିଲା।

ଭାରତ ଫେବ୍ରୁଆରୀ ୨୦ ରେ ବାଂଲାଦେଶ ବିପକ୍ଷରେ ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ଯେତେବେଳେ କି ଫେବ୍ରୁଆରୀ ୨୩ ରେ ଏହାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଭାରତର ଶେଷ ଲିଗ୍ ମ୍ୟାଚ୍ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବ। ଭାରତ ଏହାର ସମସ୍ତ ମ୍ୟାଚ୍ ହାଇବ୍ରିଡ୍ ମଡେଲ୍ ଅନୁଯାୟୀ UAEରେ ଖେଳିବ।

ଭାରତର ବ୍ୟାଟିଂ ଲାଇନଅପରେ କୌଣସି ନୂଆ ନାମ ନାହିଁ
ଭାରତର ବ୍ୟାଟିଂ ଲାଇନଅପରେ କୌଣସି ଆଶ୍ଚର୍ଯ୍ୟଜନକ ନାମ ନାହିଁ। ଏହି ଦଳରେ ରୋହିତ-ଗିଲଙ୍କ ବ୍ୟତୀତ ବିରାଟ କୋହଲି, ଶୁବମନ ଗିଲ, ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କୁ ସୁଯୋଗ ମିଳିଛି। ଆଶା ଅନୁଯାୟୀ, ଯଶସ୍ୱୀ ଜୟସୱାଲ ଏବଂ ରିଷଭ ପନ୍ତଙ୍କୁ ମଧ୍ୟ ୧୫ ଜଣିଆ ଦଳରେ ସାମିଲ କରାଯାଇଛି।

ଆଘାତ ପରେ ମଧ୍ୟ ବୁମ୍ରା ଏବଂ କୁଳଦୀପଙ୍କୁ ସ୍ଥାନ ମିଳିଛି
ଆହତ ଚିନ୍ତା ସତ୍ତ୍ୱେ ଜସପ୍ରିତ ବୁମ୍ରା, ମହମ୍ମଦ ଶାମି ଏବଂ କୁଲଦୀପ ଯାଦବଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ତିନି ଜଣଙ୍କ ମଧ୍ୟରୁ କେବଳ ଶାମି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ଅନ୍ୟ ଦୁଇଜଣଙ୍କ ଉପରେ ବିସିସିଆଇ ମେଡିକାଲ୍ ଟିମ୍ ନଜର ରଖିବେ। ମହମ୍ମଦ ସିରାଜଙ୍କ କାର୍ଯ୍ୟଭାର ବୃଦ୍ଧି ଏବଂ ତାଙ୍କ ସାମ୍ପ୍ରତିକ ଫର୍ମକୁ ନେଇ ସମାଲୋଚନା ଯୋଗୁଁ ସେ ଦଳରେ ନାହାଁନ୍ତି।

ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତର ୧୫ ଜଣିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଜସପ୍ରିତ ବୁମ୍ରା, ମହମ୍ମଦ ଶାମି , ଅର୍ଶଦୀପ ସିଂହ, ଯଶସ୍ୱୀ ଜୟସୱାଲ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା।

Read More
{}{}