Home >>Odisha Sports

Champions Trophy 2025: ପ୍ରଥମ ମ୍ୟାଚ୍‌ରେ ଏହା ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍‌

Champions Trophy 2025: ଭାରତୀୟ ଦଳ ୨୦ ଫେବ୍ରୁଆରୀରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଏପରି ପରିସ୍ଥିତିରେ ଜାଣନ୍ତୁ ପ୍ରଥମ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା କେଉଁ ଖେଳାଳିଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ଦେଇପାରନ୍ତି।  

Advertisement
Champions Trophy 2025 Team India playing eleven
Champions Trophy 2025 Team India playing eleven
Jagdish Barik|Updated: Jan 18, 2025, 04:16 PM IST
Share

Champions Trophy 2025: ବିସିସିଆ ୧୮ ଜାନୁଆରୀରେ ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମା ଦଳର ନେତୃତ୍ୱ ନେବେ। ଭାରତ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ଦୁବାଇର ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆ ଚୟନ କରାଯାଇଛି। ଭାରତୀୟ ଦଳ ଫେବ୍ରୁଆରୀ ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଏପରି ପରିସ୍ଥିତିରେ ଜାଣନ୍ତୁ ପ୍ରଥମ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା କେଉଁ ଖେଳାଳିଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ଦେଇପାରନ୍ତି।

ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଚମ୍ପିଆନ୍ସ ଟ୍ରଫିରେ ନିଜର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ନିଜର ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ଚାହିଁବ। ରୋହିତ ଶର୍ମା ଏବଂ ଶୁବମନ ଗିଲଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ଦେଖିବାକୁ ମିଳିପାରେ। ଉଭୟ ବ୍ୟାଟସମ୍ୟାନ୍ ବହୁ ବର୍ଷ ଧରି ଭାରତ ପାଇଁ ଏକଦିବସୀୟ ମ୍ୟାଚ୍ ରେ ଓପନିଂ କରି ଆସୁଛନ୍ତି। ଉଭୟଙ୍କ ପ୍ରାଧାନ୍ୟ ୨୦୨୩ ODI ବିଶ୍ୱକପରେ ମଧ୍ୟ ଦେଖିବାକୁ ମିଳିଥିଲା। ଯଦିଓ ଷ୍ଟାର ବ୍ୟାଟସମ୍ୟାନ୍ ଯଶସ୍ୱୀ ଜୟସୱାଲଙ୍କୁ ପ୍ରଥମ ମ୍ୟାଚ୍ ରୁ ବାଦ ଦିଆଯାଇପାରେ।

ମଧ୍ୟମ କ୍ରମରେ ଏହି ଖେଳିଳିଙ୍କୁ ମିଳିପାରେ ସ୍ଥାନ
ବିରାଟ କୋହଲି ନମ୍ବର -୩ରେ ଖେଳିବେ। ବିରାଟ ODIରେ ନମ୍ବର ୩ ରେ ଖେଳିବାକୁ ପସନ୍ଦ କରନ୍ତି। ଏହି ପୋଜିସନରେ ଖେଳିବା ସମୟରେ କିଙ୍ଗ କୋହଲି ବହୁତ ରନ ମଧ୍ୟ କରିଛନ୍ତି। ବିରାଟଙ୍କ ବ୍ୟତୀତ କେଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟକ୍ରମରେ ଦେଖିବାକୁ ମିଳିପାରେ। ହାର୍ଦ୍ଦିକଙ୍କ ସାମ୍ପ୍ରତିକ ଫର୍ମ ମଧ୍ୟ ଉତ୍କୃଷ୍ଟ ରହିଛି। ସେ ବରୋଦା ପାଇଁ ସୟଦ ମୁସ୍ତାକ ଅଲି ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏପରି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମା ତାଙ୍କୁ ବ୍ୟାଟିଂରେ ଅଧିକ ସୁଯୋଗ ଦେବାକୁ ଚାହିଁବେ।

ଏହି ବୋଲରମାନଙ୍କୁ ସୁଯୋଗ ମିଳିପାରେ
ସ୍ପିନ୍ ବୋଲିଂକୁ ସମ୍ଭାଳିବା ପାଇଁ ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ୍ ସୁନ୍ଦରଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। ଏହି ଖେଳାଳିମାନେ ସେମାନଙ୍କର ସାମ୍ପ୍ରତିକ ଫର୍ମରେ ବହୁତ ପ୍ରଭାବିତ କରିଛନ୍ତି। ଏହା ବ୍ୟତୀତ ଅର୍ଶଦୀପ ସିଂ, ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମରାହ ଦ୍ରୁତ ବୋଲର ଭାବରେ ନେତୃତ୍ୱ ନେଉଛନ୍ତି।

ପ୍ରଥମ ମ୍ୟାଚ୍ ପାଇଁ ଏହା ହୋଇପାରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଜସପ୍ରିତ ବୁମ୍ରା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡେଜା।

Read More
{}{}