Hindi News >>Home >>Odisha Sports

Champions Trophy: ଚାମ୍ପିଅନ ଟ୍ରଫିରେ ଭାରତର ବିଜୟ ଧାରା ଜାରି, ୪୪ ରନରେ ନ୍ୟୁଜଲାଣ୍ଡ ପରାସ୍ତ

Cricket News: ଚଳିତ ଚାମ୍ପିଅନସ ଟ୍ରଫିରେ ଭାରତ ତାର ବିଜୟ ଧାରା ଜାରି ରଖିଛି। ଦୁବାଇରେ ଟୁର୍ଣ୍ଣାମେଣ୍ଟର ୧୨ତମ ମ୍ୟାଚରେ ୪୪ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ତାର ତୃତୀୟ ମ୍ୟାଚରେ ବିଜୟ ହାସଲ କରିବା ସହିତ ବିଜୟ ଧାରାକୁ ବଜାୟ ରଖିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ୱିକେଟ ହରାଇ ୫୦ ଓଭରରେ ୨୪୯ ରନ ସଂଗ୍ରହ କରିଥିଲା। ମାତ୍ର ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ୪୫.୩ ଓଭରରେ ୨୦୫ ରନ କରି ଅଲ ଆଉଟ ହୋଇଯାଇଥିଲା।

Advertisement
Champions Trophy: ଚାମ୍ପିଅନ ଟ୍ରଫିରେ ଭାରତର ବିଜୟ ଧାରା ଜାରି, ୪୪ ରନରେ ନ୍ୟୁଜଲାଣ୍ଡ ପରାସ୍ତ
Soubhagya Ranjan Mishra|Updated: Mar 02, 2025, 09:56 PM IST
Share

Champions Trophy: ନୂଆଦିଲ୍ଲୀ: ଚଳିତ ଚାମ୍ପିଅନସ ଟ୍ରଫିରେ ଭାରତ ତାର ବିଜୟ ଧାରା ଜାରି ରଖିଛି। ଦୁବାଇରେ ଟୁର୍ଣ୍ଣାମେଣ୍ଟର ୧୨ତମ ମ୍ୟାଚରେ ୪୪ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ତାର ତୃତୀୟ ମ୍ୟାଚରେ ବିଜୟ ହାସଲ କରିବା ସହିତ ବିଜୟ ଧାରାକୁ ବଜାୟ ରଖିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ୱିକେଟ ହରାଇ ୫୦ ଓଭରରେ ୨୪୯ ରନ ସଂଗ୍ରହ କରିଥିଲା। ମାତ୍ର ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ୪୫.୩ ଓଭରରେ ୨୦୫ ରନ କରି ଅଲ ଆଉଟ ହୋଇଯାଇଥିଲା। 

ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରିବାକୁ ମୈଦାନକୁ ଆସିଥିଲା। ମାତ୍ର ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା।ନ୍ୟୁଜିଲାଣ୍ଡର ଘାତକ ବୋଲିଂର ସାମ୍ନା କରି ନପାରି ପ୍ରଥମ ୬.୪ ଓଭରରେ ଦଳ ଗୁରୁତ୍ତ୍ୱପୂର୍ଣ୍ଣ ୩ଟି ୱିକେଟ ହରାଇ ବ୍ୟାଟିଂ ସମ୍ମୁଖିନ ହୋଇଥିଲା। ମାତ୍ର ୨ ରନ କରି ଶୁବମନ ଗିଲ ପାଭିଲିଅନ ଫେରିଥିବା ବେଳେ ରୋହିତ ଶର୍ମା ୧୫ ଓ ବିରାଟ କୋହଲି ୧୧ ରନ କରି ଆଉଟ ହୋଇଯାଇଥିଲେ। ଫଳରେ କ୍ରିକେଟ ପ୍ରେମୀମାନେ ନିରାଶ ହୋଇଥିଲେ। ପରେ ଅକ୍ଷର ପଟେଲ  ଶ୍ରେୟାସ ଆୟାର ରକ୍ଷଣଶୀଳ ବ୍ୟାଟିଂ କରିଥିଲେ। ଶ୍ରେୟାସ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସେ ବ୍ୟକ୍ତିଗତ ୭୯ ରନ କରି ରଚିନ ରବିନ୍ଦ୍ରଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେହିପରି ଅକ୍ଷର ପଟେଲ ୪୨, ହାର୍ଦ୍ଦିକ ପାଣ୍ଡ୍ୟା ୪୫, କେଏଲ ରାହୁଲ ୨୩ ଓ ରବୀନ୍ଦ୍ର ଜାଡେଜା ୧୬ ରନ କରିଥିଲେ। 

ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ ହେନେରି ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ କେଇଲ ଜାମିଏସନ, ୱିଲ ଓ ରୁରକି, ମିଚେଲ ସାଣ୍ଟନର ଓ ରଚିନ ରବୀନ୍ଦ୍ର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। 

ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଦଳ ପରାଜୟର ସମ୍ମୁଖିନ ହୋଇଛି।  ଭାରତୀୟ ଦଳର ବରୁଣ ଚକ୍ରବର୍ତ୍ତୀଙ୍କ ଶାଣିତ ବୋଲିଂ ଆଗରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖନ ହୋଇଥିଲା କିୱି ଦଳ। ଦଳର କେନ ୱିଲିୟମସନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ ଆଖି ଦୃଶିଆ ବ୍ୟାଟିଂ କରିନଥିଲେ। ୱିଲିୟମନ ସର୍ବାଧିକ ୮୧ ରନ କରିଥିଲେ। ତାଙ୍କ ବ୍ୟତୀତ ୱିଲ ୟଙ୍ଗ ୨୨, ଡାରେଲ ମିଚେଲ ୧୭, ଟମ ଲାଥମ ୧୪, ଗ୍ଲେନ ଫିଲିପ୍ସ ୧୨, ମିଚେଲ ସାଣ୍ଟନର ୨୮ ରନ କରିଥିଲେ। ଅନ୍ୟ କେହି ଦୁଇ ଅଙ୍କ ବିଶିଷ୍ଟ ରନ ସ୍କୋର କରିପାରିନଥିଲେ। ଫଳରେ ଦଳ ଧାର୍ଯ୍ୟ ବିଜୟ ଲକ୍ଷ ଠାରୁ ୪୪ ରନ ଦୁରରେ ରହି ଦଳୀୟ ସ୍କୋର ୨୦୫ ରନରେ ଅଲ ଆଉଟ ହୋଇଯାଇଥିଲା। 

ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୨ଟି ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲା।

Read More
{}{}