Home >>Odisha Sports

Year Ender 2023: ଚଳିତ ବର୍ଷ ODIରେ କିଏ କରିଛି ସର୍ବାଧିକ ରନ୍?

Year Ender 2023: ଚଳିତ ବର୍ଷ କ୍ରିକେଟ୍ ରେ ବହୁ ଗୁରୁତ୍ବପୂର୍ଣ୍ଣ ସିରିଜ ଖେଳାଯାଇଥିବା ବେଳେ ମୈଇଦାନରେ ବହୁ ଖେଳାଳିଙ୍କ ରୋମାଞ୍ଚକର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କେତେକ ଖେଳାଳି ନିଜର ଧୂଆଁଧାର ପ୍ରଦର୍ଶନ ବଳରେ ସାରା ବିଶ୍ବରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । 

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 23, 2023, 09:15 AM IST
Share

Year Ender 2023: ଶେଷ ହେବାକୁ ଯାଉଛି ୨୦୨୩ । ଚଳିତ ବର୍ଷ କ୍ରିକେଟ୍ ରେ ବହୁ ଗୁରୁତ୍ବପୂର୍ଣ୍ଣ ସିରିଜ ଖେଳାଯାଇଥିବା ବେଳେ ମୈଇଦାନରେ ବହୁ ଖେଳାଳିଙ୍କ ରୋମାଞ୍ଚକର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କେତେକ ଖେଳାଳି ନିଜର ଧୂଆଁଧାର ପ୍ରଦର୍ଶନ ବଳରେ ସାରା ବିଶ୍ବରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଟିମ୍ ଇଣ୍ତିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମନ୍ ଗିଲଙ୍କ ପାଇଁ ଏହି ବର୍ଷ ବେଶ ଖାସ୍ ରହିଥିଲା। ଚଳିତ ବର୍ଷ ବହୁ ମ୍ୟାଚ୍ ରେ ଗିଲ୍ ଙ୍କ ବ୍ୟାଟରୁ ରନ୍ ବର୍ଷା ହୋଇଥିଲା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଚଳିତ ବର୍ଷ ସର୍ବାଧିକ ରନ୍ ସ୍କୋର କରିବା ମାମଲାରେ ଶୁଭମନ ବିରାଟ ଓ ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ପଛରେ ପକାଇଛନ୍ତି।

ସୂଚନାଯୋଗ୍ୟ, ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ ଚଳିତ ବର୍ଷ ଦିନିକିଆରେ ସର୍ବାଧିକ ରନ୍ ସ୍କୋର କରି ରୋହିତ ଓ ବିରାଟଙ୍କୁ ମଧ୍ଯ ପଛରେ ପକାଇଛନ୍ତି । ଏହି ଯୁବ କ୍ରିକେଟର ଚଳିତ ବର୍ଷ ମୋଟ ୨୯ଟି ମ୍ୟାଚ୍ ଖେଳି ୧୫୮୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୫ଟି ଶତକ ଓ ୯ ଅର୍ଦ୍ଧଶତକ ସାମିଲ ରହିଛି । ଚଳିତ ବର୍ଷ ସର୍ବାଧିକ ରନ୍ ସ୍କୋର କରିବାରେ ଗିଲ୍ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ଏହି ତାଲିକାରେ ଭାରତର କିମ୍ବଦନ୍ତୀ ଖେଳାଳି ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୋହଲି ଚଳିତ ବର୍ଷ ମୋଟ ୨୭ଟି ODI ମ୍ୟାଚ୍ ଖେଳି ୧୩୭୭ ରନ୍ ସ୍କୋର କରିଛନ୍ତି। ଏଥିରେ ୬ଟି ଶତକ ଓ ୮ଟି ଅର୍ଦ୍ଧଶତକ ସାମିଲ ରହିଛି। କିଙ୍ଗ କୋହଲି ଚଳିତ ବର୍ଷ ODIରେ ସର୍ବାଧିକ ଶତକ ହାସଲ କରିଛନ୍ତି।

ଏହି ତାଲିକାରେ ଭାରତର ଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି। ରୋହିତ ମଧ୍ୟ ୨୭ଟି ଦିନିକିଆ ମ୍ୟାଚ୍ ଖେଳି ୧୨୫୫ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଶତକ ଓ ୯ ଅର୍ଦ୍ଧଶତକ ସାମିଲ ରହିଛି। ଏଥିରୁ ସ୍ପଷ୍ଟ ଯେ, ଯଦିଓ ଭାରତ ଆଇସିସି ବିଶ୍ୱକପ ଜିତିବାରେ ସକ୍ଷମ ହୋଇନାହିଁ, ତଥାପି ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କ ଧୂଆଁଦାର ପ୍ରଦର୍ଶନ ସାରା ବିଶ୍ୱକୁ ଚକିତ କରିଛି।

ପ୍ରକାଶ ଥାଉ କି, ଚଳିତ ବର୍ଷ ଦିନିକିଆ (ODI)ରେ ସର୍ବାଧିକ ରନ୍ ସ୍କୋର କରିବା ତାଲିକାରେ ୩ ଜଣ ଭାରତୀୟ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଖେଳାଳି ଡିଜେ ମିଚେଲ ରହିଛନ୍ତି। ସେ ୨୬ଟି ମ୍ୟାଚ୍ ଖେଳି ୧୨୦୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୫ ଶତକ ଓ ୩ ଅର୍ଦ୍ଧଶତକ ସାମିଲ ରହିଛି ।

 

Read More
{}{}