Hindi News >>Home >>Odisha Sports

Cyclone Dana: ବାତ୍ୟା ସମୟରେ ଦାୟିତ୍ଵ ଖିଲାପ, ୪ ସରକାରୀ କର୍ମଚାରୀ ନିଲମ୍ବିତ

4 government employees suspended: ବାତ୍ୟା ସମୟରେ ଦାୟିତ୍ଵ ଖିଲାପ ସହ ଲୋକଙ୍କୁ କଟୁ କଥା କହି ୪ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

Advertisement
4 odisha government employees suspended
4 odisha government employees suspended
Jagdish Barik|Updated: Oct 26, 2024, 02:51 PM IST
Share

ଭୁବନେଶ୍ୱର: ବାତ୍ୟା ସମୟରେ ଦାୟିତ୍ଵ ଖିଲାପ ସହ ଲୋକଙ୍କୁ କଟୁ କଥା କହି ୪ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବାତ୍ୟା ଦାନାର ମୁକାବିଲା ସମୟରେ ୪ ଅଧିକାରୀ ନିଜ ଦାୟିତ୍ୱରେ ଖିଲାପ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସେମାନଙ୍କୁ ନିଲମ୍ବନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ପିଇଓ ଓ ଜଣେ ଆରଆଇ ଅଛନ୍ତି। 

ଏଥିସହ ଆଉ କିଛି ଅଧିକାରୀଙ୍କ ବିରୋଧରେ ବି ସମାନ ଅଭିଯୋଗ ଆସିଛି। ଯାଞ୍ଚ ପରେ ଏହା ସତ ବୋଲି ପ୍ରମାଣିତ ହେଲେ ତୁରନ୍ତ ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ଯେଉଁ ଅଧିକାରୀମାନେ ବିପନ୍ନଙ୍କ ରକ୍ଷା କର୍ତ୍ତା ସାଜିବା ସହ ନିଜ ଦାୟିତ୍ୱ ସୁଚାରୂ ରୂପେ ତୁଲାଇଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Read More
{}{}