ENG vs IND Test series: ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରେ ଭାରତୀୟ ଦଳକୁ ୫ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ବୋଲରମାନେ ୩୭୧ ରନ୍ ର ଟାର୍ଗେଟକୁ ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଥିଲେ। ଏହି ସମୟରେ ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛି। ଯେଉଁଥିରେ ସେମାନେ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ମୁଖ୍ୟ ଦଳରୁ ରିଲିଜ୍ କରିଛନ୍ତି। ଟିମ୍ ଇଣ୍ଡିଆକୁ ଏହି ସିରିଜର ପରବର୍ତ୍ତୀ ମ୍ୟାଚ୍ ୨ ଜୁଲାଇରୁ ବର୍ମିଂହାମ ଗ୍ରାଉଣ୍ଡରେ ଖେଳିବାକୁ ପଡିବ।
ଇଂଲଣ୍ଡ ବିପକ୍ଷରେ ଯେତେବେଳେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରାଯାଇଥିଲା, ସେତେବେଳେ ହର୍ଷିତ ରାଣାଙ୍କ ନାମ ଏଥିରେ ସାମିଲ ନଥିଲା। ରାଣା ଭାରତ-ଏ ଦଳର ଅଂଶ ଥିଲେ। ଯେଉଁଥିରେ ତାଙ୍କୁ ଇଂଲଣ୍ଡ ଲାୟନ୍ସ ଦଳ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଅନୌପଚାରିକ ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳିବାର ଥିଲା। ଏହି ସିରିଜ୍ ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଣାଙ୍କୁ ଦଳରେ ସାମିଲ କରାଯାଇଥିଲା। ଯେତେବେଳେ ବାକି ଖେଳାଳିମାନେ ସ୍ୱଦେଶ ଫେରି ଆସିଥିଲେ।
ବର୍ତ୍ତମାନ ଲିଡ୍ସ ଟେଷ୍ଟ ମ୍ୟାଚ୍ ଶେଷ ହେବା ପରେ ଟିମ୍ ମ୍ୟାନେଜମେଣ୍ଟ ଦଳରୁ ହର୍ଷିତ ରାଣାଙ୍କୁ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛି। ଯେଉଁଥିରେ ସେ ଏବେ ସ୍ୱଦେଶ ଫେରିଯିବେ। ବିସିସିଆଇର ଏକ ସୂତ୍ର ନାମ ଗୋପନ ରଖି ସମ୍ବାଦ ସଂସ୍ଥା ପିଟିଆଇକୁ କହିଛି ଯେ ହର୍ଷିତ ରାଣାଙ୍କୁ ଦଳରୁ ରିଲିଜ୍ କରାଯାଇଛି। ସେ ୨ ଜୁଲାଇରୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ସହିତ ବର୍ମିଂହାମ ଯାଉନାହାଁନ୍ତି।
ଲିଡ୍ସ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ପରାଜୟର ଦୁଇଟି ମୁଖ୍ୟ କାରଣ ଥିଲା। ଯେଉଁଥିରୁ ଗୋଟିଏ ଥିଲା ଖରାପ ଫିଲ୍ଡିଂ ଏବଂ ଅନ୍ୟଟି ହେଉଛି ଯସପ୍ରିତ ବୁମ୍ରାହଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଆଶାନୁରୂପ ପ୍ରଦର୍ଶନ କରିନଥିଲେ। ଏହି ମ୍ୟାଚରେ ସବୁଠାରୁ ଖରାପ ପ୍ରଦର୍ଶନ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ଦ୍ୱାରା ଦେଖିବାକୁ ମିଳିଥିଲା। ଯିଏ ଏହି ମ୍ୟାଚରେ ମୋଟ ୨୨୦ ରନ ଦେଇଥିଲେ ଏବଂ କେବଳ ୫ ୱିକେଟ୍ ନେଇପାରିଥିଲେ। ଅନ୍ୟପକ୍ଷରେ ଯଦି ଆମେ ମହମ୍ମଦ ସିରାଜଙ୍କ ବିଷୟରେ କଥା ହେବା ତେବେ ସେ ମଧ୍ୟ କେବଳ ୨ଟି ୱିକେଟ୍ ନେଇପାରିଥିଲେ। ଏପରି ପରିସ୍ଥିତିରେ ବର୍ମିଂହାମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ଲେଇଂ 11ରେ ପରିବର୍ତ୍ତନ ନିଶ୍ଚିତ ବୋଲି ବିବେଚନା କରାଯାଇପାରେ।