Hindi News >>Home >>Odisha Sports

IND vs ENG 2nd Test: ଦ୍ୱିତୀୟ ମ୍ୟାଚ୍ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ୪ ବର୍ଷ ପରେ ଦଳକୁ ଫେରିଲେ ଏହି ଖତରନାକ ବୋଲର୍

IND vs ENG 2nd Test: ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଚାରି ବର୍ଷ ପରେ ଟେଷ୍ଟ ଦଳକୁ ଫେରିଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ତାଙ୍କୁ ନିଜ ଦଳରେ ସାମିଲ କରିଛି।  

Advertisement
ଦ୍ୱିତୀୟ ମ୍ୟାଚ୍ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ
ଦ୍ୱିତୀୟ ମ୍ୟାଚ୍ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ
Jagdish Barik|Updated: Jun 26, 2025, 08:31 PM IST
Share

IND vs ENG 2nd Test: ଭାରତ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଇଂଲଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। ଦ୍ରୁତ ବୋଲର ଜୋଫ୍ରା ଆର୍ଚ୍ଚର ଇଂଲଣ୍ଡର ଟେଷ୍ଟ ଦଳକୁ ଫେରିଛନ୍ତି। ଭାରତ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି। ଜୋଫ୍ରା ଆର୍ଚ୍ଚର ଚାରି ବର୍ଷ ପରେ ଇଂଲଣ୍ଡର ଟେଷ୍ଟ କ୍ରିକେଟ୍ ଦଳକୁ ଫେରିଛନ୍ତି। ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଜୁଲାଇ ୨ରୁ ବର୍ମିଂହାମରେ ଆରମ୍ଭ ହେବ।

ଏହି ସପ୍ତାହର ଆରମ୍ଭରେ ଆର୍ଚ୍ଚର ଚାରି ବର୍ଷରୁ ଅଧିକ ସମୟ ପରେ ନିଜର ପ୍ରଥମ ରେଡ୍-ବଲ୍ ମ୍ୟାଚ୍ ଖେଳିଥିଲେ। ସେ ଚେଷ୍ଟର-ଲେ-ଷ୍ଟ୍ରିଟରେ ଡର୍ହାମ ବିପକ୍ଷରେ ଏକ ଚାରି ଦିନିଆ ମ୍ୟାଚ୍ ରେ ସସେକ୍ସ ପାଇଁ ଖେଳିଥିଲେ ଏବଂ ତାଙ୍କର ସର୍ବୋତ୍ତମ ଫର୍ମର ଝଲକ ଦେଖାଇଥିଲେ। ଆର୍ଚର ୧୮ ଓଭରରେ ୩୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ ଏବଂ ୩୧ ରନ୍ କରିଥିଲେ।

ଭାରତ ବିପକ୍ଷରେ ଆଣ୍ଡରସନ୍ ତେନ୍ଦୁଲକର ସିରିଜର ପ୍ରଥମ ଟେଷ୍ଟରେ ଆର୍ଚର ଏବଂ ମାର୍କ ଉଡ୍ ବିନା ଇଂଲଣ୍ଡର ବୋଲିଂ ଆକ୍ରମଣ ଦୁର୍ବଳ ମନେ ହେଉଥିଲା। ଆଇପିଏଲ୍ ୨୦୨୫ ରେ ରାଜସ୍ଥାନ ରୟାଲ୍ସ ପାଇଁ ଆର୍ଚର ଖେଳିଥିଲେ। ଆଘାତ ଯୋଗୁଁ ଚାରି ବର୍ଷ ଧରି ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିନାହାଁନ୍ତି। ଆର୍ଚର ୨୦୨୧ ପରଠାରୁ ଇଂଲଣ୍ଡ ପାଇଁ କେବଳ ହ୍ୱାଇଟ୍ ବଲ୍ ଫର୍ମାଟରେ ଖେଳି ଆସୁଛନ୍ତି। ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଏହି ମାସର ଆରମ୍ଭରେ କହିଥିଲେ ଯେ ଆର୍ଚର ରେଡ୍ ବଲ୍ କ୍ରିକେଟକୁ ଫେରିବାକୁ ଚାହାଁନ୍ତି।

ଭାରତ ଏବଂ ଇଂଲଣ୍ଡ ଜୁନ୍ ୨୦ ରୁ ଲିଡ୍ସରେ ସେମାନଙ୍କର ନୂତନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ର ଆରମ୍ଭ କରିଥିଲେ। ତଥାପି, ପ୍ରଥମ ମ୍ୟାଚ୍ ରେ ଭାରତୀୟ ଦଳକୁ ୫ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚ୍ ରେ ମୋଟ ୭ଟି ଶତକ ହୋଇଥିଲା। ଯେଉଁଥିରୁ ୫ ଶତକ ଭାରତୀୟ ବ୍ୟାଟସମ୍ୟାନ୍ ମାରିଥିଲେ।

ଦ୍ୱିତୀୟ ମ୍ୟାଚ୍ ପାଇଁ ଇଂଲଣ୍ଡ ଦଳ: ବେନ୍ ଷ୍ଟୋକ୍ସ, ସୋଏବ୍ ବଶିର, ଜାକବ୍ ବେଥେଲ୍, ହ୍ୟାରି ବ୍ରୁକ୍, ବ୍ରାଇଡନ୍ କାର୍ସେ, ସାମ୍ କୁକ୍, ଜ୍ୟାକ୍ କ୍ରୋଲି, ବେନ୍ ଡକେଟ, ଜେମି ଓଭରଟନ୍, ଓଲି ପୋପ୍, ଜୋ ରୁଟ୍, ଜେମି ସ୍ମିଥ୍, ଜୋଶ୍ ଟଙ୍ଗ୍, କ୍ରିସ୍ ୱୋକ୍ସ, ଜୋଫ୍ରା ଆର୍ଚର।

Read More
{}{}