England squads: ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରିବ। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଇଂଲଣ୍ଡ ନିଜ ଦଳ ଘୋଷଣା କରିଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ଇଭେଣ୍ଟ ଏକ ହାଇବ୍ରିଡ ମଡେଲରେ ଫେବ୍ରୁଆରୀ ଏବଂ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। କିନ୍ତୁ ଭାରତ ଗସ୍ତ ଏବଂ ଚାମ୍ପିଅନ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ଇଂଲଣ୍ଡ ନିଜ ଦଳ ଘୋଷଣା କରିଛି। ଜୋସ୍ ବଟଲରଙ୍କୁ ଦଳର ଅଧିନାୟକ ନଜର ଆସିବେ। ଏହା ବ୍ୟତୀତ ଜୋ ରୁଟ୍ ମଧ୍ୟ ଦଳକୁ ଫେରିଛନ୍ତି।
ଇଂଲଣ୍ଡ ଦଳରେ ବେନ୍ ଷ୍ଟୋକ୍ସ ସ୍ଥାନ ପାଇନାହାଁନ୍ତି। ଦିନିକିଆ କ୍ରିକେଟରୁ ଅବସର ନେବା ପରେ ବେନ ଷ୍ଟୋକ୍ସ ୨୦୨୩ ବିଶ୍ୱକପ ଖେଳିବା ନିଷ୍ପତ୍ତି ବଦଳାଇ ଦେଇଥିଲେ। ଯଦିଓ ତାଙ୍କ ଦଳ ବିଶ୍ୱକପରେ କିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରି ନଥିଲା। ବର୍ତ୍ତମାନ ବେନ ଷ୍ଟୋକ୍ସ ଆହତ କାରଣରୁ ଭାରତ ଗସ୍ତ ଏବଂ ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳରେ ସ୍ଥାନ ପାଇ ନାହାଁନ୍ତି।
ଦିନିକିଆ ବିଶ୍ୱକପରେ ଜୋ ରୁଟଙ୍କ ପ୍ରଦର୍ଶନ ବିଶେଷ କିଛି ଖାସ୍ ନଥିଲା। ସେ ହାରାହାରି ୩୦.୬୬ ରେ ୨୭୬ ରନ୍ ସ୍କୋର କରିଥିଲେ। ଯାହା ତାଙ୍କ କ୍ୟାରିୟର ହାରାହାରି ୪୭.୬୦ ଠାରୁ ବହୁତ କମ୍ ଅଟେ। ତେବେ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ସେ ଭଲ ଫର୍ମରେ ଅଛନ୍ତି। ସେ ଚଳିତ ବର୍ଷ ୫୫.୫୭ ହାରାହାରିରେ ୧୫୫୬ ରନ୍ ସ୍କୋର କରିଛନ୍ତି। ଏହା ବ୍ୟତୀତ ସେ ମଧ୍ୟ ୬ଟି ଶତକ ହାସଲ କରିଛନ୍ତି। ପ୍ରାୟ ଏକ ବର୍ଷ ପରେ ଜୋ ରୁଟ୍ ଦଳକୁ ଫେରୁଛନ୍ତି।
୧୭ ଜାନୁଆରୀରେ ଇଂଲଣ୍ଡ ଦଳ ଭାରତ ଗସ୍ତ କରିବ। ୨୨ ଜାନୁଆରୀରୁ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ସହିତ ଇଂଲଣ୍ଡ ଭାରତରେ ନିଜର ଅଭିଜାନ ଆରମ୍ଭ କରିବ। ଦିନିକିଆ ସିରିଜ୍ ୬ ଫେବ୍ରୁଆରୀରୁ ୧୨ ଫେବୃଆରୀ ପର୍ଯ୍ୟନ୍ତ ଖେଳାଯିବ।
ଭାରତ ଗସ୍ତରେ ଦିନିକିଆ ଏବଂ ଚାମ୍ପିଅନ୍ସ ଟ୍ରଫି ପାଇଁ ଇଂଲଣ୍ଡ ଦଳ
ଜୋସ୍ ବଟଲର୍ (ଅଧିନାୟକ), ଜୋଫ୍ରା ଆର୍ଚର, ଗୁସ୍ ଆଟକିନ୍ସନ୍, ଜ୍ୟାକବ୍ ବେଥେଲ୍, ହ୍ୟାରି ବ୍ରୁକ୍, ବ୍ରାଇଡନ୍ କାର୍ସେ, ବେନ୍ ଡକେଟ୍, ଜେମି ଓଭରଟନ୍, ଜେମି ସ୍ମିଥ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଆଦିଲ୍ ରସିଦ୍, ଜୋ ରୁଟ୍, ଶାକିବ ମହମୁଦ, ଫିଲ୍ ସଲ୍ଟ, ମାର୍କ ୱୁଡ୍।
ଭାରତ ବିପକ୍ଷରେ ଟି-୨୦ ସିରିଜ ପାଇଁ ଇଂଲଣ୍ଡ ଦଳ
ଜୋସ୍ ବଟଲର୍ (ଅଧିନାୟକ), ରେହାନ୍ ଅହମ୍ମଦ, ଜୋଫ୍ରା ଆର୍ଚର, ଗୁସ୍ ଆଟକିନ୍ସନ୍, ଜ୍ୟାକବ୍ ବେଥେଲ୍, ହ୍ୟାରି ବ୍ରୁକ୍, ବ୍ରାଇଡନ୍ କାର୍ସେ, ବେନ୍ ଡକେଟ୍, ଜେମି ଓଭରଟନ୍, ଜେମି ସ୍ମିଥ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଆଦିଲ୍ ରସିଦ, ଶାକିବ ମହମୁଦ, ଫିଲ୍ ସଲ୍ଟ, ମାର୍କ ୱୁଡ୍।