Home >>Odisha Sports

IPL 2025: RCB ର ନୂଆ କ୍ୟାପଟେନ୍ କିଏ? ପୂର୍ବତନ କ୍ରିକେଟରଙ୍କ ବୟାନ କରିବ ଚକିତ

IPL 2025 RCB New Captain: ବିରାଟ କୋହଲି ଆରସିବିର ଅଧିନାୟକ ହେବେ । କାରଣ ଅଧିନାୟକ କ୍ୟାଣ୍ଡିଡେଟ୍ କେଏଲ୍ ରାହୁଲ ଓ ଋଷଭ ପନ୍ତଙ୍କୁ ଆରସିବି କିଣିନଥିଲା। ଯେତେବେଳେ କେହି ଗ୍ରହଣ କରିନାହାଁନ୍ତି, ସେତେବେଳେ ଲାଗୁଛି ଆରସିବି ପୁଣି ଥରେ ବିରାଟ କୋହଲିଙ୍କ ଆଡକୁ ଯିବାକୁ ମନ ସ୍ଥିର କରିଛି । କୋହଲି ପୁଣି ଥରେ ଆରସିବିର ଅଧିନାୟକ ହେବେ।   

Advertisement
IPL 2025: RCB ର ନୂଆ କ୍ୟାପଟେନ୍ କିଏ? ପୂର୍ବତନ କ୍ରିକେଟରଙ୍କ ବୟାନ କରିବ ଚକିତ
Rashmita Sahoo|Updated: Dec 01, 2024, 01:10 PM IST
Share

IPL 2025 RCB New Captain: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନୂଆ ଅଧିନାୟକଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା ଚାଲିଛି । ପୂର୍ବତନ କ୍ରିକେଟର ମାନେ ମଧ୍ୟ ଏ ନେଇ ନିଜର ମତ ରଖିଥିବା ଦେଖିବାକୁ ମିଳିଛି। ଆଇପିଏଲ୍ ୨୦୨୪ରେ ଆରସିବିର ନେତୃତ୍ୱ ନେଇଥିବା ଫାଫ୍ ଡୁ ପ୍ଲେସିସ୍ ଙ୍କୁ ଫ୍ରାଞ୍ଚାଇଜ୍ ପୂର୍ବରୁ ରିଲିଜ୍ କରିଥିଲା, ଯାହା ପରେ ଦିଲ୍ଲୀ କ୍ୟାପିଟାଲ୍ସ ମେଗା ନିଲାମରେ ଫାଫ୍ କୁ କିଣି ନେଇଥିଲା।

ଅନ୍ୟପକ୍ଷରେ ଆରସିବି ଆଇପିଏଲରେ ଅଧିନାୟକତ୍ୱର ଅଭିଜ୍ଞତା ଥିବା କୌଣସି ବଡ଼ ବ୍ୟାଟ୍ସମ୍ୟାନ୍ କିମ୍ବା ଖେଳାଳିଙ୍କୁ କିଣିନାହିଁ। ଏଭଳି ସ୍ଥିତିରେ ଫ୍ରାଞ୍ଚାଇଜ ପାଇଁ ଶେଷ ବିକଳ୍ପ ବିରାଟ କୋହଲି ବୋଲି ଦେଖିବାକୁ ମିଳୁଛି। ସେପଟେ ଆରସିବିର ନୂଆ ଅଧିନାୟକକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି ।

 

ଆରସିବିର ଅଧିନାୟକ ହେବେ କୋହଲି !
ମେଗା ନିଲାମ ପରଠାରୁ ବିରାଟ କୋହଲି ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଭାବେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ଆକାଶ ଚୋପ୍ରା ନିଜ ୟୁଟ୍ୟୁବ ଭିଡିଓରେ କହିଛନ୍ତି ଯେ ଏବେ ଲାଗୁଛି ବିରାଟ କୋହଲି ଆରସିବିର ଅଧିନାୟକ ହେବେ । କାରଣ ଅଧିନାୟକ କ୍ୟାଣ୍ଡିଡେଟ୍ କେଏଲ୍ ରାହୁଲ ଓ ଋଷଭ ପନ୍ତଙ୍କୁ ଆରସିବି କିଣିନଥିଲା। ଯେତେବେଳେ କେହି ଗ୍ରହଣ କରିନାହାଁନ୍ତି, ସେତେବେଳେ ଲାଗୁଛି ଆରସିବି ପୁଣି ଥରେ ବିରାଟ କୋହଲିଙ୍କ ଆଡକୁ ଯିବାକୁ ମନ ସ୍ଥିର କରିଛି । କୋହଲି ପୁଣି ଥରେ ଆରସିବିର ଅଧିନାୟକ ହେବେ। 

ଆକାଶ ଚୋପ୍ରା ଆହୁରି ମଧ୍ୟ କହିଛନ୍ତି ଯେ ଗତ ୮-୧୦ ବର୍ଷ ଧରି ଆରସିବିର ଏହି କାହାଣୀ ରହିଆସିଛି। ବିରାଟ କୋହଲି ଦଳରେ ଜଣେ ହାଇପ୍ରୋଫାଇଲ୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ଏବଂ ତା'ପରେ ଫ୍ରାଞ୍ଚାଇଜ୍ ଦଳରେ ସେହି ପ୍ରୋଫାଇଲର କୌଣସି ବ୍ୟାଟିଂ ରଖେ ନାହିଁ। ଯଦିଓ ସେହି ପ୍ରୋଫାଇଲର ବ୍ୟାଟ୍ସମ୍ୟାନ ମାନେ ନିଲାମରେ ଖୁବ୍ କମ୍ ଆସନ୍ତି, କିନ୍ତୁ ଏଥର ଦଳ ପାଖରେ ସୁଯୋଗ ଥିଲା କିନ୍ତୁ ଆରସିବି ତାହାର ପୁରୁଣା କାହାଣୀକୁ ଦୋହରାଇଥିଲା।

୪ ବ୍ୟାଟ୍ସ ମ୍ୟାନଙ୍କୁ କିଣିଲା ଆରସିବି
ଏଥର ମେଗା ନିଲାମରେ ଆରସିବି ବ୍ୟାଟ୍ସମ୍ୟାନଙ୍କ ପାଇଁ ୨୬.୧୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଯେଉଁଥିରେ ଫ୍ରାଞ୍ଚାଇଜ୍ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ କିଣିଥିବା ବେଳେ ସବୁଠାରୁ ମହଙ୍ଗା ଥିଲେ ଫିଲ୍ ସଲ୍ଟ। ଫିଲ୍ ଙ୍କୁ ଆରସିବି ୧୧.୫୦ କୋଟି ଟଙ୍କାରେ କିଣିଥିଲା। ଏହାବ୍ୟତୀତ ଜିତେଶ ଶର୍ମା ୧୧ କୋଟି, ଦେବଦତ୍ତ ପାଡିକଲ ୨ କୋଟି, ସ୍ୱସ୍ତିକ ଚିକାରା ୩୦ ଲକ୍ଷ।

Also Read: Weekly Love Horoscope: ପ୍ରେମ ଦୃଷ୍ଟିରୁ ଆସନ୍ତା ସପ୍ତାହ ରହିବ ଅଶୁଭ, ଏହିସବୁ ରାଶି ରୁହନ୍ତୁ ସାବଧାନ!

Also Read: Weekly Financial Horoscope: ଆକସ୍ମିକ ଧନଲାଭର ଯୋଗ, ୨ରୁ ୮ ଡିସେମ୍ବର ଚମକିବ ଏହିସବୁ ରାଶିର ଭାଗ୍ୟ

Read More
{}{}