Hindi News >>Home >>Odisha Sports

Gautam Gambhir: ଗମ୍ଭୀରଙ୍କୁ ଠାରୁ ଛଡାଇ ନିଆଯାଇପାରେ କୋଚିଂ ଦାୟିତ୍ୱ, ଏକ ବଡ଼ ଆକ୍ସନ ନେବାକୁ ପ୍ରସ୍ତୁତ ହେଉଛି ବିସିସିଆଇ

BCCI On Team India: ରିପୋର୍ଟ ଅନୁଯାୟୀ ଯଦି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୁଏ, ତେବେ ବିସିସିଆଇ ରେଡ୍ ବଲ୍ ଏବଂ ହ୍ୱାଇଟ୍ ବଲ୍ ପାଇଁ ଦୁଇଟି ଭିନ୍ନ କୋଚ୍ ରଖିବାର ରଣନୀତି ଆପଣେଇପାରେ।  

Advertisement
Gautam Gambhir Coaching
Gautam Gambhir Coaching
Jagdish Barik|Updated: Nov 09, 2024, 03:39 PM IST
Share

Gautam Gambhir Coaching: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ମାଟିରେ କ୍ଲିନ୍ ସୁଇପ୍ ହେବା ପରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ବିସିସିଆଇ ସ୍କାନରରେ ରହିଛି। ଶୁକ୍ରବାର ଦିନ ସନ୍ଧ୍ୟାରେ ଏକ ରିପୋର୍ଟ ଆସିଛି, ​ଯେଉଁଥିରେ କୁହାଯାଇଛି ଯେ ବିସିସିଆଇ ଏହି ପରାଜୟର ସମୀକ୍ଷା କରିଛି। ଏହି ସମୟରେ କ୍ୟାପଟେନ ରୋହିତ ଶର୍ମା, ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ବିସିସିଆଇ ସଚିବ ଜୟ ଶାହା ଏବଂ ସଭାପତି ରୋଜର ବିନି ମଧ୍ୟ ଏହି ମାରାଥନ ବୈଠକରେ ଉପସ୍ଥିତ ଥିଲେ। 

ଏହି ବୌଠକରେ ଗୌତମ ଗମ୍ଭୀର ଅଂଶଗ୍ରହଣ କରିଥିଲେ। ବୈଠକରେ ମୁମ୍ବାଇ ଟେଷ୍ଟ ପାଇଁ 'ର଼୍ୟାଙ୍କ ଟର୍ନର', ବାକି ଜସପ୍ରୀତ ବୁମ୍ରା ଏବଂ ଗୌତମ ଗମ୍ଭୀରଙ୍କ କୋଚିଂ ଶୈଳୀ ଉପରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ଆଉ ଏକ ରିପୋର୍ଟ ଆସିଛି ଯେଉଁଥିରେ କୁହାଯାଇଛି ଯେ ଯଦି ଆଗାମୀ ବୋର୍ଡର ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆ ଖରାପ ଭାବେ ହାରିଯାଏ ତେବେ ଗୌତମ ଗମ୍ଭୀରଙ୍କୁ ଟେଷ୍ଟ ଦଳର ମୁଖ୍ୟ କୋଚ୍ ପଦରୁ ହଟାଇ ଦିଆଯାଇପାରେ।

ଦୈନିକ ଜାଗରଣର ଏକ ରିପୋର୍ଟ ଅନୁଯାୟୀ, ଯଦି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତ ପରାଜୟର ସମ୍ମୁଖୀନ ହୁଏ, ତେବେ ବିସିସିଆଇ ରେଡ୍ ବଲ ଏବଂ ହ୍ୱାଇଟ୍ ବଲ ପାଇଁ ଦୁଇଟି ଭିନ୍ନ କୋଚ୍ ଚୟନ କରିବା ରଣନୀତି ଆପଣେଇପାରେ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଟେଷ୍ଟ ଦଳର ଦାୟିତ୍ୱ ଗୌତମ ଗମ୍ଭୀରଙ୍କଠାରୁ ନେଇ ନିଆଯାଏ, ତେବେ ଏନସିଏ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ।

ରାହୁଲ ଦ୍ରାବିଡ ଏବଂ ଗୌତମ ଗମ୍ଭୀରଙ୍କ କୋଚିଂ କାର୍ଯ୍ୟକାଳ ସମୟରେ ଏହା ଦେଖାଯାଇଛି ଯେ ଯେତେବେଳେ ସେ ଅନ୍ୟ କୌଣସି ସିରିଜରେ ବ୍ୟସ୍ତ ରହୁଛନ୍ତି କିମ୍ବା ସେ ବିଶ୍ରାମ ଆବଶ୍ୟକ କରୁଛନ୍ତି, ସେତେବେଳେ ଭିଭିଏସ୍ ଲକ୍ଷ୍ମଣ ଦଳର ମୁଖ୍ୟ କୋଚ୍ ଭାବରେ ଦାୟିତ୍ୱ ନିଭାଉଛନ୍ତି।

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ବର୍ତ୍ତମାନ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି, ଯେଉଁଠାରେ ଲକ୍ଷ୍ମଣ ଦଳର ମୁଖ୍ୟ କୋଚ୍ ଅଟନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ହୋଇଥିବା ଟେଷ୍ଟ ଦଳ ୧୦ ନଭେମ୍ବରରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ, ଯେଉଁଥିରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମଧ୍ୟ ସେମାନଙ୍କ ସହ ରହିବେ।

କହିରଖୁଛୁ ଯେ ଭାରତ ଯଦି ଦୁଇଟି ଭିନ୍ନ କୋଚର ରଣନୀତି ଚେଷ୍ଟା କରେ, ତେବେ ଗୌତମ ଗମ୍ଭୀରଙ୍କୁ ଟି-୨୦ ଏବଂ ODI ଦଳର ଦାୟିତ୍ୱ ଦିଆଯାଇପାରେ ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କୁ ଟେଷ୍ଟ ଦଳର ଦାୟିତ୍ୱ ଦିଆଯାଇପାରେ।

Read More
{}{}