Hindi News >>Home >>Odisha Sports

T20 World Cup 2024 ପାଇଁ ହରଭଜନ୍ ସିଂ ବାଛିଲେ ଦଳ, ହାର୍ଦ୍ଦିକ, ଡି.କେ, ସିରାଜଙ୍କୁ କଲେ ବାଦ୍, ଏମାନେ ପାଇଲେ ସ୍ଥାନ

Harbhajan Singh picks India's squad for T20 World Cup 2024: ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି, ଆଇସିସି ଟି-୨୦ ବିଶ୍ୱକପ ୨ ଜୁନରୁ ଆମେରିକା ଓ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଆୟୋଜିତ ହେବ। ଏହି କ୍ରମରେ ହରଭଜନ ସିଂ ମଧ୍ୟ ନିଜର ୧୫ ଜଣିଆ ଭାରତୀୟ ଖେଳାଳିଙ୍କୁ ଚୟନ କରିଛନ୍ତି।  

Advertisement
Harbhajan Singh picks India's squad for T20 World Cup 2024
Harbhajan Singh picks India's squad for T20 World Cup 2024
Jagdish Barik|Updated: Apr 25, 2024, 04:36 PM IST
Share

T20 World Cup 2024: ଆସନ୍ତା ମାସରେ ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ। ଏହାପୂର୍ବରୁ, କିଛି ଭେଟେରାନ କ୍ରିକେଟର ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ପାଇଁ ନିଜ ପସନ୍ଦର ୧୫ ଜଣିଆ ଦଳ ଚୟନ କରିଛନ୍ତି। ଇରଫାନ ପଠାନ ଓ ଅମ୍ବାତି ରାୟୁଡୁଙ୍କ ପରେ ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ହରଭଜନ ସିଂ ମଧ୍ୟ ନିଜ ପସନ୍ଦର ୧୫ ଜଣିଆ ଟି-୨୦ ବିଶ୍ୱକପ ଭାରତୀୟ ଦଳ ଚୟନ କରିଛନ୍ତି। ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ ଓ ମହମ୍ମଦ ସିରାଜଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ। ହରଭଜନ ସିଂ ଉଭୟ ସଞ୍ଜୁ ସାମସନ ଓ ଋଷଭ ପନ୍ତକୁ ୧୫ ଜଣିଆ ଖେଳାଳିଙ୍କ ତାଲିକାରେ ସ୍ଥାନ ଦେଇଛନ୍ତି। ସ୍ପିନ୍ ବିଭାଗରେ ହରଭଜନ ସିଂ 'କୁଲଚା' (କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ) ଙ୍କ ଯୋଡି ଚୟନ କରିଛନ୍ତି।

ଷ୍ଟାର ସ୍ପୋର୍ଟସରେ ଭିସା ଟୁ ବିଶ୍ୱକପ ଶୋ’ରେ ହରଭଜନ ସିଂ ୧୫ ଜଣ ଖେଳାଳିଙ୍କ ନାମ ରଖିଛନ୍ତି, ଯେଉଁମାନେ ତାଙ୍କ ଅନୁଯାୟୀ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ପାଇଁ ଖେଳୁଥିବା ଦେଖାଯିବା ଉଚିତ୍। ହରଭଜନ ସିଂଙ୍କ ଏହି ତାଲିକାକୁ ଦେଖିଲେ ଲାଗୁଛି ଯେ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ରେ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କ ନାମ ଚୟନ କରିଛନ୍ତି। ଦ୍ରୁତ ବୋଲିଂରେ ଆବେଶ ଖାନଙ୍କ ନାମ ଟିକେ ଆଶ୍ଚର୍ଯ୍ୟଜନକ, କାରଣ ମହମ୍ମଦ ସିରାଜ ଏହି ତାଲିକାର ଏକ ଅଂଶ ନୁହଁନ୍ତି।

ହରଭଜନ ସିଂଙ୍କ ଅନୁଯାୟୀ ଯଶସ୍ୱୀ ଜୈୟସ୍ୱାଲ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଆରମ୍ଭ କରିବା ଉଚିତ। ହରଭଜନ ସିଂଙ୍କ ଏହି ତାଲିକାରୁ ଶୁବମନ ଗିଲ ଓ କେ.ଏଲ୍ ରାହୁଲ ମଧ୍ୟ ନିଖୋଜ ଅଛନ୍ତି। ଅଲରାଉଣ୍ଡର ଭାବରେ ସେ ରବିନ୍ଦ୍ର ଜାଡେଜାଙ୍କ ସହ ଶିବମ୍ ଦୁବେଙ୍କୁ ଚୟନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ତାଲିକାରୁ ବାଦ ପଡିଛନ୍ତି।

ଆଇସିସି ଟି-୨୦ ବିଶ୍ୱକପ ପାଇଁ ହରଭଜନ ସିଂଙ୍କ ୧୫ ଜଣିଆ ଦଳ (Harbhajan Singh’s India squad for T20 World Cup 2024)
ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ରିଙ୍କୁ ସିଂ, ସଞ୍ଜୁ ସାମସନ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଯୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ଆବେଶ ଖାନ, ଅର୍ଶଦୀପ ସିଂ, ମୟଙ୍କ ଯାଦବ।

Read More
{}{}