Hindi News >>Home >>Odisha Sports

ଆଫଗାନିସ୍ତାନ ସିରିଜରୁ ବାଦ ପଡ଼ିଲେ ହାର୍ଦ୍ଦିକ! IPL 2024 ରେ ଖେଳିବା ନେଇ ମଧ୍ୟ ଆସିଲା ଏକ ବଡ଼ ଅପଡେଟ୍

Hardik Pandya Injury Update: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ଉପରେ ଏକ ନୂଆ ଅପଡେଟ୍ ଆସିଛି ଓ ସେ ପରବର୍ତ୍ତୀ ସିରିଜରୁ ବାଦ ପଡିଛନ୍ତି । IPL 2024 ରେ ତାଙ୍କ ଖେଳିବାକୁ ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି ।  

Advertisement
Hardik Pandya Injury Update
Hardik Pandya Injury Update
Jagdish Barik|Updated: Dec 27, 2023, 05:14 PM IST
Share

Hardik Pandya Injury Update: ୨୦୨୩ ବିଶ୍ୱକପ ସମୟରେ ଆହତ ହେବା ପରେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି। ଗତ କିଛି ଦିନ ହେବ ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଏହି ସମୟରେ, କିଛି ଅପଡ଼େଟ୍ ଆସିଥିଲା ଯେ ସେ ଆଇପିଏଲ୍ ୨୦୨୪ ରୁ ବାଦ ପଡ଼ିବେ ଏବଂ କିଛି ରିପୋର୍ଟ କହିଛି ଯେ ସେ ଆଫଗାନିସ୍ତାନ ସିରିଜ୍ ପୂର୍ବରୁ ସେ ଫିଟ୍ ହୋଇଯିବେ। କିନ୍ତୁ ବର୍ତ୍ତମାନର ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଛନ୍ତି।

IPL 2024 ରେ ଖେଳିବା ନେଇ ଆସିଲା ଏକ ବଡ଼ ଅପଡେଟ୍
କିଛି ଦିନ ପୂର୍ବରୁ ଖବର ଆସିଥିଲା ​​ଯେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମାର୍ଚ୍ଚ ଶେଷରୁ ମେ' ଶେଷ ପର୍ଯ୍ୟନ୍ତ ହେବାକୁ ଥିବା ଆଇପିଏଲ୍ ୨୦୨୪ (ବୋଧହୁଏ) ବାଦ ପଡ଼ିବେ । କିନ୍ତୁ ବର୍ତ୍ତମାନ ସର୍ବଶେଷ ଗଣମାଧ୍ୟମ ରିପୋର୍ଟରେ ଏହା ସାମ୍ନାକୁ ଆସିଛି ଯେ ହାର୍ଦ୍ଦିକ ନିଶ୍ଚିତ ଭାବରେ ଆଫଗାନିସ୍ତାନ ସିରିଜରୁ ବାଦ ପଡ଼ିଛନ୍ତି କିନ୍ତୁ ସେ ଆଇପିଏଲ ୨୦୨୪ ସୁଦ୍ଧା ଯେକୌଣସି ପରିସ୍ଥିତିରେ ଫିଟ୍ ହୋଇଯିବେ। ସୂଚନାଯୋଗ୍ୟ ଯେ ବିଶ୍ୱକପ ୨୦୨୩ ରେ ବାଂଲାଦେଶ ବିପକ୍ଷରେ ବୋଲିଂ କରୁଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଗୋଡରେ ମୋଡ଼ି ହୋଇଯାଇଥିଲେ। ଏହା ପରେ ତାଙ୍କ ଗୋଡରେ ଏକ ଲିଗାମେଣ୍ଟ ଟିୟର ହୋଇଥିଲା ।

ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ କ୍ରମାଗତ ଭାବେ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ। କିନ୍ତୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ସିରିଜରେ ସୂର୍ଯ୍ୟକୁମାର ମଧ୍ୟ ଆହତ ହୋଇଛନ୍ତି। ଆଫଗାନିସ୍ତାନ ସିରିଜରେ ଖେଳିବା ତାଙ୍କ ପାଇଁ ପ୍ରାୟ ଅସମ୍ଭବ। ଏଭଳି ପରିସ୍ଥିତିରେ ଏବେ ଏହି ସିରିଜକୁ କିଏ ଅଧିନାୟକ କରିବ ବୋଲି ପ୍ରଶ୍ନ ଉଠିଛି। କିଛି ରିପୋର୍ଟ କେ.ଏଲ୍ ରାହୁଲଙ୍କ ନାମ ନେଉଥିବା ବେଳେ, ଆଉ କିଛି ରିପୋର୍ଟରେ ରୋହିତ ଶର୍ମା ଅଧିନାୟକ ଭାବରେ ଫେରିବାକୁ ଯାଉଛନ୍ତି ବୋଲି କୁହାଯାଉଛି। କାରଣ ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୨ ପରଠାରୁ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳି ନାହାଁନ୍ତି। କିନ୍ତୁ ରିପୋର୍ଟରେ ରୋହିତଙ୍କୁ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ବିସିସିଆଇ ଦ୍ୱାରା ଅଧିନାୟକତ୍ୱ ପାଇଁ ପ୍ରଥମ ପସନ୍ଦ ବୋଲି ବର୍ଣ୍ଣନା କରାଯାଇଥିଲା। ତେବେ ବିଶ୍ୱକପ ପୂର୍ବରୁ ଏହା ମଧ୍ୟ ଶେଷ ସିରିଜ୍, ତେଣୁ ରୋହିତ ପର୍ତ୍ତ୍ୟାବର୍ତ୍ତନ ଆଶ୍ଚର୍ଯ୍ୟ କରାଇବ ନାହିଁ।

୧୧ ରୁ ୧୭ ଜାନୁୟାରୀ ମଧ୍ୟରେ ଅନୁଷ୍ଠିତ ହେବ ଟି-୨୦ ସିରିଜ୍ 
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏହି ସିରିଜ୍ ୧୧ ରୁ ୧୭ ଜାନୁୟାରୀ ମଧ୍ୟରେ ଭାରତୀୟ ମାଟିରେ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ ମୋହାଲିରେ, ଦ୍ୱିତୀୟ ଇନ୍ଦୋରରେ ଓ ତୃତୀୟ ମ୍ୟାଚ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏହି ସିରିଜ ପାଇଁ ଦଳ ଘୋଷଣା କରାଯାଇନାହିଁ। ଅଧିନାୟକଙ୍କ ସହ ନିଶ୍ଚିତ ଭାବରେ ଏକ ସମସ୍ୟା ଅଛି କିନ୍ତୁ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ମଧ୍ୟ ଟି-୨୦ ଦଳକୁ ଫେରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା। ରୋହିତଙ୍କ ସହ ଏହି ଉଭୟ ଖେଳାଳି ଟି-୨୦ ବିଶ୍ୱକପ ୨୦୨୨ ପରଠାରୁ ଖେଳି ନାହାଁନ୍ତି।

Read More
{}{}