Top 10 News Headlines 6 March 2025: H1. Matric Results To Be Out In May First Week: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷାର ଫଳାଫଳ ମେ ମାସର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ଆଜି ପରୀକ୍ଷା ସମାପ୍ତ ହେବା ପରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଗଣମାଧ୍ୟମ ସହିତ ଆଲୋଚନା କରି ତରାଇ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଉତ୍ତର ଖାତାର ମୂଲ୍ୟାଙ୍କନ ମାର୍ଚ୍ଚ ୧୯ ରୁ ଆରମ୍ଭ ହେବ।
H2. Subhadra Yojana 5th phase money released: ଆଜି ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପୂର୍ବ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁଯାୟୀ ଓଡ଼ିଶା ସରକାର ଜାରି କରିଛନ୍ତି। ଯୋଜନା ଅଧୀନରେ ପ୍ରଥମ କିସ୍ତିର ପଞ୍ଚମ କିମ୍ବା ଶେଷ ପର୍ଯ୍ୟାୟରେ ମୋଟ ୨.୩୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ୫,୦୦୦ ଟଙ୍କା ଲେଖାଁଏ ବଣ୍ଟନ କରାଯାଇଛି।
H3. Class X Student Killed In Road Accident: ଗୁରୁବାର ଦିନ ମାଲକାନଗିରି ଜିଲ୍ଲାର ଚନ୍ଦାନଗୁଡ଼ା ନିକଟରେ ଏକ ପିକ୍-ଅପ୍ ଭ୍ୟାନ୍ ବାଇକକୁ ଧକ୍କା ଦେବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ନାମ ବିକ୍ରମ ସର୍ଦ୍ଦାର। ସେ ପଦ୍ମଗିରି ହାଇସ୍କୁଲର ଛାତ୍ର ବୋଲି ଚିହ୍ନଟ କରାଯାଇଛି।
H4. CM Majhi Moves Into New Official Residence: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନ ଭୁବନେଶ୍ୱରର ରାଜଭବନ ମାର୍ଗରେ ଥିବା ତାଙ୍କର ନୂତନ ସରକାରୀ ବାସଭବନକୁ ସ୍ଥାନାନ୍ତରିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପରିବାର ସହିତ ପାରମ୍ପରିକ 'ଗୃହ ପ୍ରବେଶ' ରୀତିନୀତି ପାଳନ କରିବା ପରେ ମୁଖ୍ୟମନ୍ତ୍ରୀ ବାସଭବନକୁ ସ୍ଥାନାନ୍ତରିତ ହୋଇଛନ୍ତି।
H5. Two Sentenced To Life Imprisonment: ଜୟପୁରର କୋରାପୁଟ ଜିଲ୍ଲା ଏବଂ ସେସନ୍ସ କୋର୍ଟ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଦୁଇ ଜଣ ଭାଇଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ହତ୍ୟା ପାଇଁ ସଶ୍ରମ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜିଲ୍ଲା ଏବଂ ସେସନ୍ସ ଜଜ୍ ପ୍ରଦୀପ କୁମାର ମହାନ୍ତ ଲକ୍ଷ୍ମଣ ହରିଜନ (୩୯) ଏବଂ ଚୈତନ୍ୟ ହରିଜନ (୪୨)ଙ୍କୁ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି।
H6. 178th State Bankers Committee Meeting: ରାଜ୍ୟର ବିଭିନ୍ନ ବ୍ୟାଙ୍କ୍ ମାଧ୍ୟମରେ ଯୋଗ୍ୟ ଗ୍ରାହକଙ୍କୁ ୨ ଲକ୍ଷ ୧୧ ହଜାର କୋଟିର ଋଣ ପ୍ରଦାନ କରିବାକୁ ସରକାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ ଏହି ବାର୍ଷିକ କ୍ରେଡିଟ୍ ପ୍ଲାନ୍କୁ ଶତକଡ଼ା ୧୦୦ ଭାଗ ହାସଲ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ସରକାର। ୧୭୮ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ଉନ୍ନୟନ କମିଶନର ଅନୁଗର୍ଗ ଏହା କହିଛନ୍ତି।
H7. Betul Coal Mine Accident: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଥିବା ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡର ଏକ ଖଣିରେ ଗୁରୁବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (WCL)ର ଏକ ଖଣି ଭିତରେ ଏକ ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ କିଛି ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିଲେ। ଏହି ଦୁର୍ଘଟଣାରେ ଜଣେ ସୁପରଭାଇଜରଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି।
H8. Road Accident News: ଛତିଶଗଡ଼ର ରାଜଧାନୀ ରାୟପୁରରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ଆସିଛି। ମନ୍ଦିର ହାସୌଦ ଥାନା ଅଞ୍ଚଳ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ଏବଂ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାଟି ଉମାରିଆର ମୟୂର କଲେଜ ନିକଟରେ ଘଟିଛି।
H9. Sunil Chhetri comes back from retirement: ଭାରତର ଷ୍ଟାର ଫୁଟବଲ୍ ଖେଳାଳି ସୁନୀଲ ଛେତ୍ରୀ ହଠାତ୍ ନିଜର ଅବସର ପ୍ରତ୍ୟାହାର କରି ନେଇଛନ୍ତି। ସୁନୀଲ ଛେତ୍ରୀ ଭାରତ ପାଇଁ ସର୍ବାଧିକ ଗୋଲ ସ୍କୋରର। ଅବସର ପରେ ଫେରିବା ପରେ ସେ ଏବେ ମାର୍ଚ୍ଚ ମାସରେ ପୁଣି ଥରେ ପଡ଼ିଆରେ ଖେଳିବାର ଦେଖାଯିବେ। ପ୍ରାୟ ୪୦ ବର୍ଷ ବୟସ୍କ ସୁନୀଲ ଛେତ୍ରୀ ଗତ ବର୍ଷ ଜୁନ୍ ମାସରେ ଅବସର ଘୋଷଣା କରିଥିଲେ। କିନ୍ତୁ ପ୍ରାୟ ୮ ମାସ ପରେ ସେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି।
H10. Vinesh Phogat announces pregnancy: ହରିୟାଣାର ବରିଷ୍ଠ କୁସ୍ତିଯୋଦ୍ଧା ଏବଂ କଂଗ୍ରେସ ବିଧାୟକ ବିନେଶ ଫୋଗାଟ ମା' ହେବାକୁ ଯାଉଛନ୍ତି। ବିନେଶ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଖୁସି ଖବର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ବିନେଶ ୨୦୧୮ ମସିହାରେ ସୋମବୀର ରାଠିଙ୍କୁ ବିବାହ କରିଥିଲେ। ସୋମବୀର ମଧ୍ୟ ପେଶାରେ ଜଣେ ମଲ୍ଲଯୋଦ୍ଧା। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ନିରାଶା ପରେ ଭିନେଶ ଫୋଗାଟ୍ କୁସ୍ତିରୁ ଅବସର ନେଇଥିଲେ। ସାତ ବର୍ଷ ବିବାହ ପରେ ସେ ମାଆ ହେବାକୁ ଯାଉଛନ୍ତି।