Home >>Odisha Sports

Champions Trophy 2025: ୯ ଭାଷାରେ ହେବ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ର ସିଧା ପ୍ରସାରଣ, ଓଡ଼ିଆକୁ...

Champions Trophy 2025: ଆଇସିସି ସିଧା ପ୍ରସାରଣ ସମ୍ପର୍କିତ ଦେଇଥିବା ସୂଚନାରେ ଭାରତୀୟ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦିଆଯାଇଛି। ପ୍ରଥମ ଥର ପାଇଁ ଭାରତୀୟ ପ୍ରଶଂସକମାନେ ୯ଟି ଭିନ୍ନ ଭାଷାରେ ଅନ୍ତର୍ଜାତୀୟ ମ୍ୟାଚ୍‌ର ସିଧା ପ୍ରସାରଣ ଉପଭୋଗ କରିପାରିବେ। ଭାରତରେ ମ୍ୟାଚ୍ ଗୁଡ଼ିକ ସ୍ପୋର୍ଟସ୍ ୧୯ ଏବଂ ଷ୍ଟାର ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ କରାଯିବ।

Advertisement
ICC Champions Trophy 2025 commentary
ICC Champions Trophy 2025 commentary
Jagdish Barik|Updated: Feb 15, 2025, 04:34 PM IST
Share

Champions Trophy 2025: ସମସ୍ତ କ୍ରିକେଟ ପ୍ରେମୀ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ମିନି ବିଶ୍ୱକପ୍ ଭାବରେ ଜଣାଶୁଣା ଏହି ଟୁର୍ଣ୍ଣାମେଣ୍ଟ ଏଥର ପାକିସ୍ତାନ ଆୟୋଜକତାରେ ଖେଳାଯାଉଛି। ୧୯୯୬ ପରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଛି। କିନ୍ତୁ ଭାରତୀୟ ଦଳ ଏହାର ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳିବ। ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ପ୍ରଥମ ମ୍ୟାଚ୍ ୧୯ ଫେବୃଆରୀରେ ଖେଳାଯିବାକୁ ଥିବା ବେଳେ ଫାଇନାଲ ମ୍ୟାଚ୍ ୯ ମାର୍ଚ୍ଚରେ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରୁଥିବା ୮ ଟି ଦଳକୁ ଦୁଇଟି ଭିନ୍ନ ଗ୍ରୁଫରେ ବିଭକ୍ତ କରାଯାଇଛି। ICC ଏହି ମ୍ୟାଚ୍‌ଗୁଡ଼ିକର ସିଧା ପ୍ରସାରଣ ବିଷୟରେ ସମସ୍ତ ସୂଚନା ସେୟାର କରି ଭାରତୀୟ ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ମଧ୍ୟ ଦେଇଛି।

ପ୍ରଥମ ଥର ପାଇଁ ୯ ଟି ଭିନ୍ନ ଭାଷାରେ ଲାଇଭ୍ ମ୍ୟାଚ୍ ହେବ ପ୍ରସାରଣ

ଆଇସିସି ସିଧା ପ୍ରସାରଣ ସମ୍ପର୍କିତ ଦେଇଥିବା ସୂଚନାରେ ଭାରତୀୟ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦିଆଯାଇଛି। ପ୍ରଥମ ଥର ପାଇଁ ଭାରତୀୟ ପ୍ରଶଂସକମାନେ ୯ଟି ଭିନ୍ନ ଭାଷାରେ ଅନ୍ତର୍ଜାତୀୟ ମ୍ୟାଚ୍‌ର ସିଧା ପ୍ରସାରଣ ଉପଭୋଗ କରିପାରିବେ। ଭାରତରେ ମ୍ୟାଚ୍ ଗୁଡ଼ିକ ସ୍ପୋର୍ଟସ୍ ୧୯ ଏବଂ ଷ୍ଟାର ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ କରାଯିବ। ଏହା ବ୍ୟତୀତ JioHotstar ଆପରେ ମ୍ୟାଚ୍‌ଗୁଡ଼ିକର ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ କରାଯିବ। ଯେଉଁଥିରେ ପ୍ରଶଂସକ ୯ ଭାଷାରେ ଯଥା ଇଂରାଜୀ, ହିନ୍ଦୀ, ମରାଠୀ, ହରିୟାଣଭି, ବଙ୍ଗାଳୀ, ଭୋଜପୁରୀ, ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ କମେଣ୍ଟ୍ରି ଉପଭୋଗ କରିପାରିବେ। ଏଥିରେ ଓଡ଼ିଆ ଭାଷାକୁ ସ୍ଥାନ ମିଳିନାହିଁ।

ଚାମ୍ପିଅନ୍ସ ଟ୍ରଫି ବିଜେତା ଦଳକୁ ମିଳିବ ପ୍ରାୟ ୨୦ କୋଟି ଟଙ୍କା

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ICC ପୁରସ୍କାର ରାଶି ଘୋଷଣା କରିଛି। ଯାହା ଗତ ଥର ତୁଳନାରେ ୫୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳ ପ୍ରାୟ ୨୦ କୋଟି ଟଙ୍କା ପାଇବ। ସେହିପରି ରନର୍ସଅପ୍ ଦଳ ମଧ୍ୟ ପ୍ରାୟ ୧୦ କୋଟି ଟଙ୍କା ପାଇବ। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ଦଳ ଅତି କମରେ ୧ କୋଟି ଟଙ୍କା ପାଇବେ।

Read More
{}{}