Home >>Odisha Sports

ICC Champion trophy: ୧୨ ବର୍ଷ ପରେ ଭାରତ କବଜାରେ ଚାମ୍ପିଅନସ ଟ୍ରଫି, ୪ ୱିକେଟରେ ହାରିଲା ନ୍ୟୁଜିଲାଣ୍ଡ

India VS New zealand: ଦୁବାଇରେ ଖେଳାଯାଉଥିବା ଏହି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ମଜବୁତ ଆରମ୍ଭ କରିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲେ। ଦଳ ପକ୍ଷରୁ ୱିଲ ୟଙ୍ଗ ଓ ରଚିନ ରବିନ୍ଦ୍ର ପାଳି ଆରମ୍ଭ କରିଥିଲେ। ରଚିନ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲେ। ଫଳରେ ସେ ୨୯ ବଲରେ ୪ଟି ୪ ଓ ଗୋଟିଏ ଛକା ମାରି ୩୭ ରନ ସଂଗ୍ରହ କରିଥିଲେ।

Advertisement
ICC Champion trophy: ୧୨ ବର୍ଷ ପରେ ଭାରତ କବଜାରେ ଚାମ୍ପିଅନସ ଟ୍ରଫି, ୪ ୱିକେଟରେ ହାରିଲା ନ୍ୟୁଜିଲାଣ୍ଡ
Soubhagya Ranjan Mishra|Updated: Mar 09, 2025, 10:48 PM IST
Share

India VS New zealand: ବରୁଣ ଚକ୍ରବର୍ତ୍ତି ଓ କୁଳଦୀପ ଯାଦବଙ୍କ ଶାଣିତ ବୋଲିଂ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଧୁଆଁଧାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଚାମ୍ପିଅନସ ଟ୍ରଫି ହାସଲ କରିଛି ଭାରତ। ଦୁବାଇଠାରେ ଚଳିତ ଚାମ୍ପିଅନସ ଟ୍ରଫିର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା ଭାରତ।  ଟସ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ ହରାଇ ୨୫୧ ରନ କରିଥିଲା। ଜବାବରେ ଭାରତ ୬ ବଲ ବାକି ଥାଇ ୪ ୱିକେଟରେ ବିଜୟ ହାସଲ କରିଥିଲା ଭାରତ। ଏହି ବିଜୟ ସହିତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନସ ଟ୍ରଫି ହାସଲ କରିଛି ଭାରତ।

ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ଭାରତ ପାଳି ଆରମ୍ଭ କରିଥିଲା। ରୋହିତ ଶର୍ମା ଓ ଶୁବମନ ଗିଲ ଆରମ୍ଭରୁ କିୱି ଦଳର ବୋଲର ଉପରେ ଚାପରେ ରଖିବାକୁ ପ୍ରୟାସ କରିଥିଲେ। ଫଳରେ ରୋହିତ ଶର୍ମା ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିଲେ। ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ପାଳି ସହିତ ଦଳ ଶତକୀୟ ଭାଗିଦାରୀ ହାସଲ କରିଥିଲା। ଦଳୀୟ ସ୍କୋର ୧୦୫ ରନ ବେଳେ ଶୁବମନ ଗିଲ ବ୍ୟକ୍ତିଗତ ୩୧ ରନ କରି ଆଉଟ ହୋଇଥିଲେ। ସେହିପରି ବିରାଟ କୋହଲି ମଧ୍ୟ କ୍ରୀଡାପ୍ରେମୀଙ୍କୁ ନିରାଶ କରିଥିଲେ। ସେ ମାତ୍ର ୧ ରନ କରି ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ। ସେହିପରି ରୋହିତ ଶର୍ମା ମଧ୍ୟ ମାତ୍ର ୭୬ ରନ କରି ପାଭିଲିୟନ ଫେରିଯାଇଥିଲେ। ତେବେ କ୍ରମାଗତ ୱିକେଟ ହରାଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ଶ୍ରେୟାସ ଆୟାର ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିବାରୁ ମାତ୍ର ୨ ରନ ଦୁରରେ ରହିଯାଇଥିଲେ। ଏହା ପରେ ଅକ୍ଷର ପଟେଲ, କେଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ବିଜୟ ହାସଲ କରି ନେଇଥିଲେ। ଅକ୍ଷର ପଟେଲ ୨୯, ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରି ଆଉଟ ହୋଇଥିବା ବେଳେ କେଏଲ ରାହୁଲ ୩୪ ରନ ଓ ରବିନ୍ଦ୍ର ଜାଡେଜା ୯ ରନ କର ଅପରାଜିତ ରହିଥିଲେ। 

ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ଓ ମିଚେଲ ବ୍ରେସୱେଲ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ କିଲ ଜାମିଏସନ ଓ ରଚିନ ରବୀନ୍ଦ୍ର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। 

ଦୁବାଇରେ ଖେଳାଯାଉଥିବା ଏହି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ମଜବୁତ ଆରମ୍ଭ କରିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲେ। ଦଳ ପକ୍ଷରୁ ୱିଲ ୟଙ୍ଗ ଓ ରଚିନ ରବିନ୍ଦ୍ର ପାଳି ଆରମ୍ଭ କରିଥିଲେ। ରଚିନ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲେ। ଫଳରେ ସେ ୨୯ ବଲରେ ୪ଟି ୪ ଓ ଗୋଟିଏ ଛକା ମାରି ୩୭ ରନ ସଂଗ୍ରହ କରିଥିଲେ। ସେହିପରି ୧୫ ରନ କରି ୱିଲ ୟଙ୍ଗ ଭାରତୀୟ ଦଳର ପ୍ରଥମ ଶିକାର ହୋଇଥିଲେ।  ଦଳୀୟ ସ୍କୋର ୧୦୦ ଭିତରେ ୪ଟି ଗୁରୁତ୍ତ୍ୱପୂର୍ଣ୍ଣ ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ରଚିନ ରବିନ୍ଦ୍ର ଓ ୱିଲ ୟଙ୍ଗଙ୍କ ବ୍ୟତୀତ ଟମ ଲାଥମ ଓ କେନ ୱିଲିଆମସନ ଭାରତୀୟ ଦଳର ଶିକାର ହୋଇଥିଲେ। ତେବେ ଡାରେଲ ମିଚେଲ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସେ ବ୍ୟକ୍ତିଗତ ୬୩ ରନ କରିଥିଲେ। ସେହିପରି ମିଚେଲ ବ୍ରେସୱେଲ ୫୩ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଉଭୟ ବ୍ରେସୱେଲ ଓ ଡାରେଲ ମିଚେଲଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ନ୍ୟୁଜିଲାଣ୍ଡ ୨୫୧ ରନ ସଂଗ୍ରହ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଟମ ଲାଥମ ୧୪, ଗ୍ଲେନ ଫିଲିପ ୩୪ ଓ ମିଚେଲ ସାଣ୍ଟନର ୮ ରନ କରିଥିଲେ। ରୋହିତ ଶର୍ମାଙ୍କୁ ମ୍ୟାନ ଅପ ଦି ମ୍ୟାଚ ଘୋଷଣା କରାଯାଇଥିଲା। 

ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତ ପ୍ରଥମ ୱିକେଟ ହାତେଇଥିଲେ। ତେବେ ସେ ୨ଟି ୱିକେଟ ହାତେଇଥିବା ବେଳେ କୁଲଦୀପ ଯାଦବ ୨ଟି ଓ ମହମ୍ମଦ ଶାମୀ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ।

Read More
{}{}