Home >>Odisha Sports

ICC champions trophy 2025: ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଭାରତ? ଜୟ ଶାହ ଦେଲେ ଏହି ଉତ୍ତର

ICC champions trophy 2025: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। ଭାରତୀୟ କ୍ରିକେଟ୍ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ପାକିସ୍ତାନ ଯିବ କି ନାହିଁ ଏଥିରେ ସନ୍ଦେହ ରହିଛି। ବର୍ତ୍ତମାନ ବିସିସିଆଇ ସଚିବ ଜୟ ଶାହ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।  

Advertisement
Jay shah on champions trophy 2025
Jay shah on champions trophy 2025
Jagdish Barik|Updated: Aug 15, 2024, 03:18 PM IST
Share

Jay Shah on champions trophy 2025: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜିତ ହେବ। ଭାରତୀୟ କ୍ରିକେଟ୍ ଦଳ (Team India) ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ପାକିସ୍ତାନ ଯିବ କି ନାହିଁ ଜାଣିବାକୁ କ୍ରିକେଟ୍ ପ୍ରଶଂସକମାନେ ଆଗ୍ରହୀ ଅଟନ୍ତି। ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ଅଫିସିଆଲ୍ ବୟାନ ଆସିନାହିଁ, ଯେଉଁଥିପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯାଇ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ନେଇ ସନ୍ଦେହ ରହିଛି। ସେପଟେ ବିସିସିଆଇ ସଚିବ ଜୟ ଶାହ (Jay Shah) ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

କ’ଣ କହିଛନ୍ତି ଜୟ ଶାହା?
ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ସଚିବ ଜୟ ଶାହ ଏହି ପ୍ରସଙ୍ଗରେ ନିଜର ନୀରବତା ଭାଙ୍ଗିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଜୟ ଶାହ ଏହି ବିଷୟରେ ଏକ ବୟାନ ଦେଇଛନ୍ତି। ଯେତେବେଳେ ଜୟ ଶାହାଙ୍କୁ ପଚରାଗଲା ଯେ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେବାକୁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ କି ନାହିଁ, ସେ ମଧ୍ୟ ସମାନ ଉତ୍ତର ଦେଇଛନ୍ତି। ଜୟ ଶାହ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଟୁର୍ଣ୍ଣାମେଣ୍ଟ ନିକଟତର ହେଲେ ଏହା ଉପରେ ନିଷ୍ପତ୍ତି ନିଆଯିବ।

ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫ ର କାର୍ଯ୍ୟସୂଚୀକୁ ପାକିସ୍ତାନ ଆଇସିସି ପାଖରେ ଦାଖଲ କରିଛି, ଏହି ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ୨୦୨୫ ମଧ୍ୟରେ ହେବାକୁ ପ୍ରସ୍ତାବ ଦିଆଯାଇଛି। ଏଥି ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ଥାନ ମ୍ୟାଚ୍ ୧ ମାର୍ଚ୍ଚ ୨୦୨୫ ରେ ଅନୁଷ୍ଠିତ ହୋଇପାରିବ। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନର ପ୍ରସ୍ତାବିତ କାର୍ଯ୍ୟସୂଚୀ ଆଇସିସି ଦ୍ୱାରା ଅନୁମୋଦନ ହୋଇନାହିଁ।

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନର ଦଳ ଅନ୍ତର୍ଭୁକ୍ତ। ଏହି ଦଳଗୁଡ଼ିକୁ ୨ଟି ଗ୍ରୁଫରେ ବିଭକ୍ତ କରାଯାଇଛି। ପ୍ରଥମ ଗ୍ରୁଫରେ ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶର ଦଳ ରହିଛି। ଦ୍ୱିତୀୟ ଦଳରେ ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଦଳ ଅନ୍ତର୍ଭୁକ୍ତ।

Also Read: Hardik Pandya: ଅନନ୍ୟା ନୁହେଁ ଏହି ସୁନ୍ଦରୀକୁ ଭଲ ପାଉଛନ୍ତି ହାର୍ଦ୍ଦିକ୍ ପାଣ୍ଡ୍ୟା, ଲୁଚିଲୁଚି କରୁଛନ୍ତି ଡେଟ୍? ଖୋଲି ଗଲା ପୋଲ୍!

Read More
{}{}