Hindi News >>Home >>Odisha Sports

IND U19 vs SL U19: ଚମକିଲେ ସୂର୍ଯ୍ୟବଂଶୀ, ଶ୍ରୀଲଙ୍କାକୁ ୭ ୱିକେଟ୍ ରେ ପରାସ୍ତ କରି ଏସିଆ କପ୍ ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ

India vs Sri Lanka U19 Asia Cup semifinal: ଅଣ୍ଡର-୧୯ ଏସିଆ କପ୍ ୨୦୨୪ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଆଜି (୬ ଡିସେମ୍ୱର ୨୦୨୪) ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ସାତ ୱିକେଟ୍ ହରାଇ ଫାଇନାଲରେ ପ୍ରବେଶ କରିଛି।  

Advertisement
India vs Sri Lanka U19 Asia Cup semifinal
India vs Sri Lanka U19 Asia Cup semifinal
Jagdish Barik|Updated: Dec 06, 2024, 04:22 PM IST
Share

India vs Sri Lanka U19 Asia Cup semifinal: ଏସିସି ଅଣ୍ଡର-୧୯ ଏସିଆ କପ୍ ୨୦୨୪ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଶୁକ୍ରବାର ଦିନ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଭାରତ ସାତ ୱିକେଟରେ ଜିତି ଫାଇନାଲରେ ନିଜ ଟିକେଟ୍ ପକ୍କା କରିଛି​। ମହମ୍ମଦ ଅମାନ ଛକା ମାରି ଏହି ମ୍ୟାଚକୁ ଜିତାଇଥିଲେ। ଭାରତୀୟ ଦଳର ବିଜୟର ହିରୋମାନେ ଥିଲେ ଚେତନ ଶର୍ମା ଏବଂ ଆୟୁଷ ମଥ୍ରେଙ୍କ ସହ ବୈବାଭ ସୂର୍ଯ୍ୟବଂଶୀ। ବୈବଭ ୩୬ ବଲରେ ୬୭ ରନ୍ ସଂଗ୍ରହ କରିଥିଲେ। ଚେତନ ଶର୍ମା ୮ ଓଭରରେ ୩୪ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ। ଏହା ସମେତ ଆୟୁଷ ମଥ୍ରେ ୧୦ ଓଭର ବୋଲିଂ କରି ୩୭ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ ଓ ୨୮ ବଲରେ ୩୪ ରନ୍ ସ୍କୋର କରିଥିଲେ।

ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୭୪ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଭାରତ ମାତ୍ର ୨୧.୪ ଓଭରରେ ଲକ୍ଷ୍ୟ ହାସଲ କରି ଏହି ମ୍ୟାଚକୁ ଜିତି ନେଇଥିଲା। ଶ୍ରୀଲଙ୍କା ତରଫରୁ ଶାରୁଜନ ୪୨ ରନର ଏକ ଇନିଂସ ଖେଳିଥିଲେ। ଲକୱିନ୍ ଆବେସିଙ୍ଗେ ୧୧୦ ବଲରେ ସମ୍ମୁଖୀନ ହୋଇ ୬୯ ରନ୍ ସଂଗ୍ରହ କରିଥିଲେ। ସେ ଏହି ଇନିଂସରେ ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଚେତନ ଶର୍ମା ଭାରତ ତରଫରୁ ସାଂଘାତିକ ବୋଲିଂ କରିଥିଲେ। ସେ ୩ଟି ୱିକେଟ୍ ନେଇଥିଲେ। ଆୟୁଷ ମହତେ ୨ ୱିକେଟ୍ ନେଇଥିଲେ। କିରଣଙ୍କୁ ଦୁଇଟି ୱିକେଟ୍ ମଧ୍ୟ ମିଳିଥିଲା।

ଭାରତ ପାଇଁ ବୈଭବ ଓପନର୍ ଭାବରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୩୬ ବଲ ସମ୍ମୁଖରେ ୬୭ ରନ୍ ସ୍କୋର କରିଥିଲେ। ବୈଭବଙ୍କ ଏହି ଇନିଂସରେ ୬ଟି ଚୈକା ଓ ୫ ଛକା ସାମିଲ ଥିଲା। ସେ ଓପନର୍ ଆୟୁଷଙ୍କ ସହ ଭଲ ଭାଗିଦାରୀ ମଧ୍ୟ କରିଥିଲେ। ବୈଭବ ପୂର୍ବରୁ ମଧ୍ୟ ଅନେକ ଥର ନିଜର ଚତ୍ମକାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ସେ ପୁଣି ଥରେ ବର୍ତ୍ତମାନ ଭାରତର ବିଜୟର ହିରୋ ହୋଇଥିଲେ।

 

Read More
{}{}