Hindi News >>Home >>Odisha Sports

IND vs AFG: ଭାରତୀୟ ଦଳରୁ ୩ ଖେଳାଳି ପଡ଼ିବେ ବାଦ୍; ପ୍ଲେଇଂ ଇଲେଭେନକୁ ଫେରିବେ ସାମସନ! ଏପରି ହେବ ଦଳର ପ୍ଲେଇଂ-11

IND vs AFG 3rd T20: ଭାରତୀୟ ଦଳର ବ୍ୟାଟିଂ ଓ ବୋଲିଂ ଶକ୍ତିଶାଳୀ ରହିଛି। ଦ୍ରୁତ ବୋଲରଙ୍କ ସହ ସ୍ପିନରମାନେ ଚତ୍ମକାର ପ୍ରଦର୍ଶନ କରି ଆସୁଛନ୍ତି। ଶିବମ୍ ଦୁବେଙ୍କ ବ୍ୟାଟ୍ ରୁ ବିସ୍ଫୋରକ ରନ୍ କ୍ରମାଗତ ଭାବେ ଆସୁଛି। କ୍ୟାପଟେନ ରୋହିତଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ଶାନ୍ତ ରହିଛି। ତେବେ ଏହା ଦଳ ପାଇଁ ଚିନ୍ତାର ବିଷୟ ନୁହେଁ।  

Advertisement
IND vs AFG 3rd T20: Plying 11
IND vs AFG 3rd T20: Plying 11
Zee Odisha Desk|Updated: Jan 16, 2024, 09:30 PM IST
Share

IND vs AFG 3rd T20: Plying 11, ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ତଥା ଶେଷ ମ୍ୟାଚ୍ ବୁଧବାର ଦିନ ବେଙ୍ଗାଲୁରୁରେ ଖେଳାଯିବ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨0 ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଦଳ ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଜିତି ଏକ କ୍ଲିନ୍ ସୁଇପ୍ କରିବାକୁ ଚାହୁଁଛନ୍ତି। ଏଥି ସହିତ ଆଫଗାନିସ୍ତାନ ବିଜୟ ସହିତ ସମ୍ମାନଜନକ ବିଦାୟ ନେବାକୁ ଚାହୁଁଛି।

ଭାରତୀୟ ଦଳର ବ୍ୟାଟିଂ ଓ ବୋଲିଂ ଶକ୍ତିଶାଳୀ। ଦ୍ରୁତ ବୋଲରଙ୍କ ସହ ସ୍ପିନରମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଶିବମ୍ ଦୁବେଙ୍କ ବ୍ୟାଟ୍ ରୁ ବିସ୍ଫୋରକ ରନ୍ କ୍ରମାଗତ ଭାବେ ଆସୁଛି। କ୍ୟାପଟେନ ରୋହିତଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ଶାନ୍ତ ରହିଛି। ତେବେ ଏହା ଦଳ ପାଇଁ ଚିନ୍ତାର ବିଷୟ ନୁହେଁ।

ସୁଯୋଗ ପାଇପାରନ୍ତି କୁଲଦୀପ ଓ ଆଭେଶ 
ଶେଷ ମ୍ୟାଚରେ କୁଲଦୀପ ଯାଦବ ଓ ଆବେଶ ଖାନଙ୍କୁ ସୁଯୋଗ ମିଳିପାରେ। ରବି ବିଷ୍ଣୋଇଙ୍କ ସ୍ଥାନରେ କୁଲଦୀପଙ୍କୁ ଖେଳାଯାଇପାରେ କିମ୍ବା ୱାଶିଂଟନ୍ ସୁନ୍ଦର ଏବଂ ମୁକେଶ କୁମାରଙ୍କ ସ୍ଥାନରେ ଆଭେଶଙ୍କୁ ଦଳରେ ସୁଯୋଗ ମିଳିପାରେ। ୱିକେଟ୍ କିପର ଜିତେଶ ଶର୍ମା ମଧ୍ୟ ବିଶ୍ରାମ ନେଇପାରନ୍ତି। ସଞ୍ଜୁ ସାମସନ ତାଙ୍କ ସ୍ଥାନରେ ଏକ ସୁଯୋଗ ପାଇପାରନ୍ତି।

ଗୁରୁବାଜଙ୍କ ଫର୍ମ ଆଫଗାନିସ୍ତାନ ପାଇଁ ଏକ ଚିନ୍ତାର ବିଷୟ
ଅନ୍ୟପକ୍ଷରେ ଆଫଗାନିସ୍ତାନ ଉଭୟ ମ୍ୟାଚ୍‌ରେ ବିଫଳ ହୋଇଥିବା ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରୁବାଜଙ୍କଠାରୁ ଭଲ ପ୍ରଦର୍ଶନ ପାଇଁ ଆଶା କରିବ। ଦଳର ପୂର୍ବତନ ଅଧିନାୟକ ଗୁଲବାଦ୍ଦିନ ନାଏବ ଫର୍ମରେ ଅଛନ୍ତି। ବୋଲରମାନେ ଏପର୍ଯ୍ୟନ୍ତ ସେତେ ପ୍ରଭାବିତ କରିନାହାଁନ୍ତି। ଉଭୟ ମ୍ୟାଚ୍କୁ ମିଶାଇ ଦଳ ମୋଟ ୮ ୱିକେଟ୍ ନେଇଛି।

ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍:
ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ସଞ୍ଜୁ ସାମସନ, ଶିବମ୍ ଦୁବେ, ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଆବେଶ ଖାନ ।

ଆଫଗାନିସ୍ତାନର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍:
ଇବ୍ରାହିମ ଜାଦ୍ରାନ୍, ରହମାନୁଲ୍ଲା ଗୁରୁବାଜ, ନଜିବୁଲ୍ଲା ଜାଦ୍ରାନ୍, ଗୁଲବାଦ୍ଦିନ ନାଏବ, ମହମ୍ମଦ ନବୀ, କରିମ ଜନତ, ଆଜମତୁଲ୍ଲା ଓମାରଜାଇ, ନୁର ଅହମ୍ମଦ, ଫଜଲହକ୍ ଫାରୁକି, ମୁଜିବ ଉର ରେହମାନ, ଫରିଦ ଅହମ୍ମଦ।

Read More
{}{}