Hindi News >>Home >>Odisha Sports

IND vs AFG: ଦଳରୁ ବାଦ ପଡ଼ିଲେ ବିରାଟ କୋହଲି, ରାହୁଲ ଦ୍ରାବିଡ ଦେଲେ ସୂଚନା; ରୋହିତଙ୍କୁ ନେଇ ଆସିଲା ମଧ୍ୟ ବଡ୍ ଅପଡେଟ୍

IND vs AFG, Virat Kohli Ruled Out: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ୧୧ ଜାନୁଆରୀରେ ମୋହାଲିରେ ଅନୁଷ୍ଠିତ ହେବ। ଗୋଟିଏ ଦିନ ପୂର୍ବରୁ ବିରାଟ କୋହଲିଙ୍କ ବାଦ୍ ପଡିଥବା ବିଷୟରେ ସୂଚନା ମିଳିଛି।  

Advertisement
IND vs AFG, Virat Kohli Ruled Out
IND vs AFG, Virat Kohli Ruled Out
Jagdish Barik|Updated: Jan 10, 2024, 06:59 PM IST
Share

IND vs AFG 1st T20i: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ୍ ୧୧ ଜାନୁଆରୀ ଅର୍ଥାତ୍ ଗୁରୁବାର ଦିନ ଠାରୁ ଆରମ୍ଭ ହେବାକୁ ଯାଉଛି। ରୋହିତ ଶର୍ମା (Rohit Sharma) ଅଧିନାୟକ ଭାବରେ ଓ ବିରାଟ କୋହଲି (Virat Kohli) ଏହି ଫର୍ମାଟକୁ ଫେରିବା ନେଇ ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ। କିନ୍ତୁ ମ୍ୟାଚ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ (Head Coach Rahul Dravid) ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲିଙ୍କ ଦଲରୁ ବାଦ ପଡିବାକୁ ନେଇ ସୂଚନା ଦେଇଛନ୍ତି।

ରାହୁଲ ଦ୍ରାବିଡ଼ ଦେଇଥିଲେ ଏହି ଅପଡେଟ୍
ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ପ୍ରଥମ ଟି-୨୦ ମ୍ୟାଚ୍ ଖେଳି ପାରିବେ ନାହିଁ ବୋଲି ମୁଖ୍ୟ ପ୍ରଶିକ୍ଷକ ଦ୍ରାବିଡ ନିଶ୍ଚିତ କରିଛନ୍ତି। ବିରାଟ କୋହଲି ଆସନ୍ତା ଜାନୁଆରୀ ୧୪ ରେ ଇନ୍ଦୋରରେ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହା ବ୍ୟତୀତ ୧୧ ଜାନୁଆରୀରେ ଦଳର ମ୍ୟାଚ୍ ଅଛି କିନ୍ତୁ ୧୦ ତାରିଖ ପର୍ଯ୍ୟନ୍ତ ରୋହିତ ଶର୍ମା ମୋହାଲିରେ ପହଞ୍ଚି ନାହାଁନ୍ତି ବୋଲି ସୂଚନା ରହିଛି। ତେବେ କେବଳ ରୋହିତ ଓ ଯଶସ୍ୱି ଇନିଂସ ଆରମ୍ଭ କରିବେ ବୋଲି ରାହୁଲ ଦ୍ରାବିଡ କହିଛନ୍ତି। ଏହାର ଅର୍ଥ ଶୁବମନ ଗିଲଙ୍କୁ ତାଙ୍କ ସ୍ଥାନ ହରାଇବାକୁ ପଡିପାରେ।

୧୪ ମାସ ପରେ ଦଳକୁ ଫେରିଥିଲେ
ବିରାଟ କୋହଲି ଶେଷ ଥର ପାଇଁ ୧୦ ନଭେମ୍ବର ୨୦୨୨ ରେ ଟି-୨୦ ଇଣ୍ଟରନ୍ୟାସନାଲ ଖେଳିଥିଲେ। ସେ ଟି-୨୦ ବିଶ୍ୱକପ ୨୦୨୨ ର ସେମିଫାଇନାଲରେ ଇଂଲଣ୍ଡ ସହିତ ଖେଳିଥିଲେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଥରେ ମଧ୍ୟ ଟି-୨୦ ଦଳ ପାଇଁ ଚୟନ ହୋଇନାହାଁନ୍ତି। ବର୍ତ୍ତମାନ ଯେତେବେଳେ ସେ ୧୪ ମାସ ପରେ ଫେରିଥିଲେ, ସେ ଦଳ ବାହାରେ ଅଛନ୍ତି। ଦ୍ୱିତୀୟ ଟି-୨୦ ମ୍ୟାଚ୍ ୧୪ ଜାନୁଆରୀରେ ଅନୁଷ୍ଠିତ ହେବ। ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ସେ ଏହି ସମୟରୋ ପ୍ରତ୍ୟାବର୍ତ୍ତନ କରିବାକୁ ସକ୍ଷମ କି ନାହିଁ।

କାହିଁକି ଖେଳିବେ ନାହିଁ ବିରାଟ?
ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏହା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। କିନ୍ତୁ ଗୋଟିଏ କାରଣ ମଧ୍ୟ ଏହା ହୋଇପାରେ ଯେ ଏହି ମ୍ୟାଚ୍ ଦିନ ତାଙ୍କ ଝିଅ ଭାମିକାଙ୍କ ଜନ୍ମଦିନ। ଏହା ଭାମିକା କୋହଲିଙ୍କ ଦ୍ୱିତୀୟ ଜନ୍ମଦିନ ହେବାକୁ ଯାଉଛି। ସେ ୧୧ ଜାନୁଆରୀ ୨୦୨୨ ରେ ଜନ୍ମଗ୍ରହଣ କରିଥିଲେ। ବୋଧହୁଏ ଏହି କାରଣରୁ ବିରାଟ କୋହଲି ଏହି ମ୍ୟାଚ୍ ପାଇଁ ଅନୁପସ୍ଥିତ ରହିବେ।

Read More
{}{}