Hindi News >>Home >>Odisha Sports

IND Vs AFG: ରୋହିତ ଶର୍ମା ମାରିଲେ ପଞ୍ଚମ ଟି-୨୦ ଇଣ୍ଟରନ୍ୟାସନାଲ ଶତକ, ଏପରି କରିବାରେ ହେଲେ ବିଶ୍ୱ ନମ୍ବର-1 ବ୍ୟାଟ୍ସମ୍ୟାନ୍

Rohit Sharma 5th T20 International Century: ଆଫଗାନିସ୍ତାନ ବିପକ୍ଷ ସିରିଜରେ ରୋହିତ ଶର୍ମା ପ୍ରଥମ ଦୁଇଟି ମ୍ୟାଚରେ ଡକ୍ ର ଶିକାର ହେବା ପରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଶତକ ହାସଲ କରି ଏକ ଚତ୍ମକାର ପ୍ରତ୍ୟାବର୍ତ୍ତନ କରିଛନ୍ତି।  

Advertisement
Rohit Sharma 5th T20 International Century
Rohit Sharma 5th T20 International Century
Jagdish Barik|Updated: Jan 17, 2024, 10:28 PM IST
Share

Rohit Sharma 5th T20 International Century: ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୪ ମାସ ପରେ ଟି-୨୦ ପର୍ମାଟର ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ପ୍ରଥମ ଦୁଇଟି ଟି-୨୦ ମ୍ୟାଚରେ ତାଙ୍କ ଆକାଉଣ୍ଟ ଖୋଲି ନଥିଲା। ବର୍ତ୍ତମାନ ତୃତୀୟ ଟି-୨୦ ଇଣ୍ଟରନ୍ୟାସନାଲରେ ହିଟମ୍ୟାନ୍ ଆଫଗାନିସ୍ତାନ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ନିଜର ପଞ୍ଚମ ଟି-୨୦ ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ସେ ବର୍ତ୍ତମାନ ପୁଣିଥରେ ଏହି ପ୍ରସଙ୍ଗରେ ବିଶ୍ୱ ନମ୍ବର-1 ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ନିକଟରେ ସୂର୍ଯ୍ୟକୁମାର ଯାଦବ ଓ ଗ୍ଲେନ୍ ମ୍ୟାକ୍ସୱେଲ ତାଙ୍କ ସମକକ୍ଷ ହୋଇଥିଲେ। କିନ୍ତୁ ବର୍ତ୍ତମାନ ପୁଣି ଥରେ ହିଟମ୍ୟାନ୍ ଟି-୨୦ ଇଣ୍ଟରନ୍ୟାସନାଲରେ ଶତକର ରାଜା ହୋଇଛନ୍ତି।

T20I ରେ ଅଧିକାଂଶ ଶତକ ମାରିଥିବା ଖେଳାଳୀ
ରୋହିତ ଶର୍ମା- ୫
ସୂର୍ଯ୍ୟକୁମାର ଯାଦବ- ୪
ଗ୍ଲେନ୍ ମ୍ୟାକ୍ସୱେଲ -୪
ବାବର ଆଜାମ -୩
କଲିନ୍ ମୁନ୍ରୋ- ୩

୧୯୦ ରନର ଭାଗିଦାରୀ କରିଥିଲେ ରୋହିତ ଓ ରିଙ୍କୁ 
ରୋହିତ ଶର୍ମା ୬୪ ବଲରେ ଶତକ ପୂରଣ କରିଥିଲେ। ସେ ନିଜର ଏହି ଶତକୀୟ ଇନିଂସରେ ୧୦ ଚୌକା ଓ ୬ଟି ଛକା ମାରିଥିଲେ। ରୋହିତ ୪୧ ବଲରେ ନିଜର ପଚାଶ ପୂରଣ କରିଥିଲେ। ସେ ରିଙ୍କୁ ସିଂଙ୍କ ସହ ମିଶି ପଞ୍ଚମ ନମ୍ବରରେ ୧୯୦ ରନର ଭାଗିଦାରୀ କରିଥିଲେ। ୩୯ ବଲରେ ୬୯ ରନ୍ ସ୍କୋର କରିବା ପରେ ରିଙ୍କୁ ସିଂ ଅପରାଜିତ ରହିଥିଲେ। ରୋହିତ ୬୯ ବଲରେ ୧୨୧ ରନର ଅପରାଜିତ ଇନିଂସ ଖେଳିଥିଲେ।

ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ଓ ରିଙ୍କୁ ସିଂ ଏକ ଚମତ୍କାର ଅର୍ଦ୍ଧଶତକ ଯୋଗୁଁ ଭାରତ ଆଫଗାନିସ୍ତାନକୁ ୨୧୩ ରନର ବିଜୟ ଲକ୍ଷ୍ୟ ଦେଇଛି।

Read More
{}{}