Hindi News >>Home >>Odisha Sports

Ind vs Afg T20 series: ସିରିଜ ହାତେଇଲା ଭାରତ, ୬ ୱିକେଟରେ ହାରିଲା ଆଫଗାନିସ୍ତାନ

 ଭାରତ ପକ୍ଷରୁ ଯଶସ୍ୱି ଜୟସ୍ୱାଲ ୬୮ ଓ ଶିବମ ଦୁବେ ଅପରାଜିତ ୬୩ ରନ କରିଥିଲେ। ଏହି ବିଜୟ ସହିତ ଦଳ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି। 

Advertisement
Ind vs Afg T20 series: ସିରିଜ ହାତେଇଲା ଭାରତ, ୬ ୱିକେଟରେ ହାରିଲା ଆଫଗାନିସ୍ତାନ
Zee Odisha Desk|Updated: Jan 14, 2024, 10:23 PM IST
Share

Ind vs Afg T20 series: ନୂଆଦିଲ୍ଲୀ: ଯଶସ୍ୱି ଜୟସ୍ୱାଲ ଓ ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ସହଜରେ ବିଜୟ ହାସଲ କରିନେଇଛି ଭାରତ। ଆଜି ଇନ୍ଦୋରର ହୋଲକର ଷ୍ଟାଡ଼ିୟମରେ ଖେଳାଯାଇଥିବା ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଘରୋଇ ଭାରତ। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୦ ୱିକେଟ ହରାଇ ୧୭୨ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭାରତ ମାତ୍ର ୧୫.୪ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଯଶସ୍ୱି ଜୟସ୍ୱାଲ ୬୮ ଓ ଶିବମ ଦୁବେ ଅପରାଜିତ ୬୩ ରନ କରିଥିଲେ। ଏହି ବିଜୟ ସହିତ ଦଳ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି। 

ଆମନ୍ତ୍ରଣ ପାଇ ପାଳି ଆରମ୍ଭ କରିଥିଲା ଭ୍ରମଣକାରୀ ଆଫଗାନିସ୍ତାନ ଦଳ। ଦଳ ପକ୍ଷରୁ ରେହମାନୁଲ୍ଲହା ଗୁରବାଜ ଓ ଇବ୍ରାହିମ ଜାରଦାନ ପାଳି ଆରମ୍ଭ କରିଥିଲେ। ତେବେ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ଦଳୀୟ ସ୍କୋର ୬୦ ବେଳେ ଦଳ ୩ଟି ଗୁରୁତ୍ତ୍ୱପୂର୍ଣ୍ଣ ୱିକେଟ ହରାଇଥିଲା। ସଂକଟ ସମୟରେ ଦଳ ପକ୍ଷରୁ ଗୁଲବଦ୍ଦିନ ନାଏବ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ସ୍କୋରକୁ ଆଗକୁ ନେଇଥିଲେ। ସେ ଦଳ ପାଇଁ ବ୍ୟକ୍ତିଗତ ସର୍ବାଧିକ ୫୭ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କରିମ ଜନତ ୨୦, ନାଜିବୁଲ୍ଲାହ ୨୩, ମୁଜିବ ୨୧, ଗୁରବାଜ ୧୪ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ଦୁଇଟି, ଶିବମ ଦୁବେ ଗୋଟିଏ ୱିକେଟ ହାତେଇଥିଲେ। 

ଜବାବରେ ଭାରତ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ପାଳି ଆରମ୍ଭ କରିଥିଲା। ଅଧିନାୟକ ପୂର୍ବ ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ ଖାତା ଖୋଲି ନ ପାରି ପାଭିଲିୟନ ଫେରିଥିଲେ। ଯଶସ୍ୱ ଜୟସ୍ୱାଲ ଓ ବିରାଟ କୋହଲି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ବିରାଟ ୨୯ ରନ କରି ଆଉଟ ହୋଇଥିବା ବେଳେ ଯଶସ୍ୱି ଜୟସ୍ୱାଲ (୬୮) ଓ ଶିବମ ଦୁବେ (ଅପରାଜିତ ୬୩) ଦଳ ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ରିଙ୍କୁ ସିଂହ ଅପରାଜିତ ୯ରନ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ କରିମ ଜନତ ୨ଟି, ଫୈଜଲହକ ଫାରୁକି ଓ ନବୀନ ଉଲ ହକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଏହା ସହିତ ଘରୋଇ ଦଳ ସିରିଜ ମଧ୍ୟ ଜିତିନେଇଛି। 

Read More
{}{}