IND vs AFG 2nd T20: ଟିମ୍ ଇଣ୍ଡିଆ ନୂଆ ବର୍ଷର ପ୍ରଥମ ଟି-୨୦ ରେ ଏକ ଚମତ୍କାର ବିଜୟ ହାସଲ କରିଛି। ଭାରତୀୟ କ୍ରିକେଟ୍ ଦଳ ଚଳିତ ବର୍ଷ ଖେଳିଥିବା ଉଭୟ ମ୍ୟାଚ୍ ଜିତିଛି। ପ୍ରଥମେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା ଏହାପରେ ଗୁରୁବାର ଦିନ ଆଫଗାନିସ୍ତାନ ବିପକ୍ଷରେ ବିଜୟ ସହ ଟି-୨୦ ସିରିଜ୍ ଆରମ୍ଭ କରିଛି। ଯଦିଓ ପ୍ରଥମ ଟି-୨୦ ଜିତିବା ସତ୍ତ୍ୱେ ଟିମ୍ ଇଣ୍ଡିଆ କିଛି ପରିବର୍ତ୍ତନ ସହିତ ଦ୍ୱିତୀୟ ଟି-୨୦ ରେ ପଡିଆକୁ ଉହ୍ଲାଇବ। ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ରେ ଭାରତର ପ୍ଲେଇଂ ଇଲେଭେନ କିପରି ହେବ ତାହା ଏଠାରେ ଜାଣନ୍ତୁ।
ଦ୍ୱିତୀୟ ଟି-୨୦ ରେ ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ। ତାଙ୍କୁ ତିଲକ ଭର୍ମାଙ୍କ ସ୍ଥାନରେ ତିନି ନମ୍ବରରେ ଖେଳୁଥିବା ଦେଖିବାକୁ ମିଳିବ। ଏହା ବ୍ୟତୀତ ଟିମ୍ ଇଣ୍ଡିଆ ଇନ୍ଦୋରରେ ତିନି ଜଣ ସ୍ପିନରଙ୍କ ବଦଳରେ ଦୁଇ ସ୍ପିନରଙ୍କ ସହ ପଡିଆକୁ ଉହ୍ଲାଇ ପାରେ। ଏଭଳି ପରିସ୍ଥିତିରେ ଦ୍ରୁତ ବୋଲର ଆବେଶ ଖାନ ମଧ୍ୟ ପ୍ଲେଇଂ ଇଲଭେନରେ ସ୍ଥାନ ପାଇବାର ସମ୍ଭାବନା ରହିଛି।
ମୋହାଲିରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଭାରତୀୟ ଦଳ ତିନି ଜଣ ସ୍ପିନରଙ୍କ ସହ ଖେଳିଥିଲେ। ରବି ବିଷ୍ଣୋଇ, ଅକ୍ଷର ପଟେଲଙ୍କ ସହ ୱାଶିଂଟନ୍ ସୁନ୍ଦର ମଧ୍ୟ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇଥିଲେ। ତେବେ ସୁନ୍ଦର ତାଙ୍କ ତିନି ଓଭରରେ ୨୭ ରନ୍ ଦେଇଥିଲେ। ତାଙ୍କ ବ୍ୟାଟିଂର କୌଣସି ଆବଶ୍ୟକତା ନଥିଲା। ବର୍ତ୍ତମାନ ଇନ୍ଦୋରରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ରେ ସୁନ୍ଦରଙ୍କ ସ୍ଥାନରେ ଆବେଶ ଖାନଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।
ପ୍ରଥମ ଟି-୨୦ ରେ ଚମତ୍କାର ପ୍ରଦର୍ଶନ କରି ଶିବମ୍ ଦୁବେ ଏହି ସିରିଜରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। ଯଦି ସେ ଏହି ଫର୍ମରେ ରୁହନ୍ତି, ତେବେ ସେ ୨୦୨୪ ଟି-୨୦ ବିଶ୍ୱକପ ଦଳର ଏକ ଅଂଶ ମଧ୍ୟ ହୋଇପାରନ୍ତି। ସଞ୍ଜୁ ସାମସନଙ୍କ ସ୍ଥାନରେ ଦଳରେ ମନୋନୀତ ହୋଇଥିବା ଜିତେଶ ଶର୍ମା ମଧ୍ୟ ଆଶା ଅନୁସାରେ ଭଲ ପ୍ରଦର୍ଶନ କରିଥିଲେ। ଏଭଳି ପରିସ୍ଥିତିରେ ସେ ସମସ୍ତ ମ୍ୟାଚ୍ରେ ପ୍ଲେଇଂ ଇଲେଭେନରେ ଦଳର ଅଂଶ ହୋଇପାରନ୍ତି। ବୋଲିଂରେ ଶିବମ୍ ଦୁବେ ଗୋଟିଏ ୱିକେଟ୍ ନେଇଥିଲେ ଓ ବ୍ୟାଟିଂରେ ୬୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଯେତେବେଳେ କି ଜିତେଶ ୨୦ ବଲରେ ୩୧ ରନ୍ ସ୍କୋର କରିଥିଲେ।
ଦ୍ୱିତୀୟ ଟି-୨୦ ରେ ଭାରତର ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ୍ - ଶୁବମନ ଗିଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶିବମ୍ ଦୁବେ, ଜିତେଶ ଶର୍ମା (ୱିକେଟ୍ କିପର), ରିଙ୍କୁ ସିଂ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ୱାଶିଂଟନ୍ ସୁନ୍ଦର / ଆବେଶ ଖାନ୍, ମୁକେଶ କୁମାର ଏବଂ ଅର୍ଶଦୀପ ସିଂ।