Home >>Odisha Sports

IND vs AUS: ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ୨ଟି ପରିବର୍ତ୍ତନ! ଜାଣନ୍ତୁ କିଏ ହେବ IN ଏବଂ କିଏ ହେବ OUT?

IND vs AUS 3rd Test: ତୃତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଟିମ୍ ନିଜର ପ୍ଲେଇଁ ଇଲେଭେନ୍ ଘୋଷଣା କରିଛି। ରୋହିତ ଶର୍ମା ଏପର୍ଯ୍ୟନ୍ତ ନିଜର ପ୍ଲେଇଂ ଇଲେଭେନ ବିଷୟରେ ଖୁଲାସା କରିନାହାଁନ୍ତି। କୁହାଯାଉଛି ଦଳ ନିଜ ପ୍ଲେଇଂ ଇଲେଭେନରେ ଦୁଇଟି ପରିବର୍ତ୍ତନ କରିପାରେ। ଆହୁରି ମଧ୍ୟ ପ୍ରଶ୍ନ ଉଠିଛି  ଯେ ରୋହିତ ଶର୍ମା କେଉଁ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ।  

Advertisement
IND vs AUS 3rd Test
IND vs AUS 3rd Test
Jagdish Barik|Updated: Dec 13, 2024, 03:04 PM IST
Share

IND vs AUS 3rd Test: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ମ୍ୟାଚ୍ ସିରିଜର ତୃତୀୟ ମ୍ୟାଚ୍ ଶନିବାର ଠାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ୧୪ ଡିସେମ୍ବରରୁ ଗାବାର ଐତିହାସିକ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଭଭୟ ଦଳ ନିଜ ନିଜର ପ୍ରସ୍ତୁତି ଶେଷ କରିଛନ୍ତି। ଏପରିକି ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଅଷ୍ଟ୍ରେଲିଆ ନିଜର ପ୍ଲେଇଂ ଇଲେଭେନ୍ ଘୋଷଣା କରି ସାରିଛି। ତେବେ ଟିମ୍ ଇଣ୍ଡିଆର ନିଜର ପ୍ଲେଇଂ ଇଲେଭେନର ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ବିଶ୍ୱାସ କରାଯାଏ ଯେ ଯେତେବେଳେ ଶନିବାର ମ୍ୟାଚ୍ ଆରମ୍ଭ ହେବ, ସେତେବେଳେ ହିଁ ରୋହିତ ଶର୍ମା ଟସ୍ ସମୟରେ ନିଜ ପ୍ଲେଇଂ ଇଲେଭେନ୍ ବିଷୟରେ ସୂଚନା ଦେବେ। ଏହି ମ୍ୟାଚରେ ଭାରତୀୟ ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ ହେବା ଆଶା କରାଯାଉଛି। ତେବେ ଜାଣନ୍ତୁ ଦଳର ପ୍ଲେଇଂ କିପରି ହୋଇପାରେ।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ନିଜର ଶେଷ ମ୍ୟାଚ୍ ହାରିଯିବା ପରେ ଏଠାରେ ପହଞ୍ଚିଛି। ତେଣୁ ଦଳ କିଛି ଚାପରେ ରହିବ। କିନ୍ତୁ ଭାରତୀୟ ଦଳ ସିରିଜର ପ୍ରଥମ ମ୍ୟାଚ୍ ଜିତିଛି, ତେଣୁ ଏହା ଅଧିକ ପ୍ରଭାବ ପକାଇବ ନାହିଁ। ଭାରତ ପାଖରେ ବର୍ତ୍ତମାନ ମଧ୍ୟ ସିରିଜ୍ ଜିତିବାର ସୁଯୋଗ ରହିଛି। ପ୍ଲେଇଂ ଇଲେଭେନ୍ ବିଷୟରେ ଭାରତର ବ୍ୟାଟିଂରେ ପରିବର୍ତ୍ତନ ହେବାର ସମ୍ଭାବନା ବହୁତ କମ୍। କିନ୍ତୁ ନିଶ୍ଚିତ ଭାବରେ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରାଯାଇପାରେ। ବୋଲିଂରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଥିବା ଜଣାପଡିଛି।

ନିକଟରେ ଡେବ୍ୟୁ କରିଥିବା ଏବଂ ଶେଷ ମ୍ୟାଚ୍‌ରେ ଗୋଟିଏ ୱିକେଟ୍ ନେଇପାରିନଥିବା ବୋଲର ହର୍ଷିତ ରାଣାଙ୍କୁ ପରବର୍ତ୍ତୀ ମ୍ୟାଚର ପ୍ଲେଇଂ ଇଲେଭେନର ବାଦ୍ ଦିଆଯାଇପାରେ। ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ୱିକେଟ୍ ପାଇନଥିଲେ ଓ ବହୁ ରନ୍ ମଧ୍ୟ ଖର୍ଚ୍ଚ କରିଥିଲେ। ଏଭଳି ପରିସ୍ଥିତିରେ ସେ ପ୍ଲେଇଂ ଇଲେଭେନରୁ ବାଦ ପଡିବେ ନିଶ୍ଚିତ ବୋଲି ଚର୍ଚ୍ଚା ହେଇଛି। ଏବେ ପ୍ରଶ୍ନ ହେଉଛି ତାଙ୍କ ସ୍ଥାନରେ କିଏ ଖେଳିବ। 

ଭାରତୀୟ ପ୍ଲେଇଂ ଇଲେଭେନରେ ୨ଟି ପରିବର୍ତ୍ତନ କରାଯାଇପାରେ। ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜା କିମ୍ବା ୱାଶିଂଟନ୍ ସୁନ୍ଦର ଏକ ସୁଯୋଗ ପାଇପାରନ୍ତି। ଏହା ବ୍ୟତୀତ ଆକାଶଦୀପଙ୍କୁ ହର୍ଷିତ ରାଣାଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ। ଗୁରୁବାର (୧୨ ଡିସେମ୍ବର) ରେ ନେଟ୍ ରେ ଅଭ୍ୟାସ ସମୟରେ ରୋହିତ ଶର୍ମା ନୂଆ ବଲର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ଓପନିଂ କରୁଥିବାର ଦେଖିବାକୁ ମିଳିବ ବୋଲି ବିଶ୍ୱାସ କରାଯାଏ।

ତୃତୀୟ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

କେଏଲ୍ ରାହୁଲ, ଯଶସ୍ୱୀ ଜୟସୱାଲ, ଶୁବମନ ଗିଲ, ବିରାଟ କୋହଲି, ଋଷଭ ପନ୍ତ, ରୋହିତ ଶର୍ମା, ନୀତୀଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା / ୱାଶିଂଟନ୍ ସୁନ୍ଦର, ଆକାଶଦୀପ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ।

Read More
{}{}