Home >>Odisha Sports

Travis Head Century: ଭାରତୀୟ ଟିମ୍ ପାଇଁ 'ହେଡେକ୍' ପାଲଟିଛନ୍ତି ଟ୍ରାଭିସ୍ ହେଡ୍! ଗାବାରେ ଶତକ ମାରି ରଚିଲେ ଇତିହାସ

IND vs AUS 3rd Test: ଗାବା ଟେଷ୍ଟର ଦ୍ୱିତୀୟ ଦିନରେ ଟ୍ରାଭିସ୍ ହେଡ୍ ଏକ ଚମତ୍କାର ଶତକ ହାସଲ କରିଛନ୍ତି।​ ଏହାପୂର୍ବରୁ ସେ ଆଡିଲେଡରେ ମଧ୍ୟ ଏକ ଶତକ ହାସଲ କରିଥିଲେ।  

Advertisement
Travis Head Century
Travis Head Century
Jagdish Barik|Updated: Dec 15, 2024, 12:01 PM IST
Share

Travis Head Century: ବୋର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ହାରିଥିବା ଅଷ୍ଟ୍ରେଲିଆ ଟ୍ରାଭିସ୍ ହେଡଙ୍କ ବ୍ୟାଟିଂ ଯୋଗୁଁ ତୃତୀୟ ଟେଷ୍ଟରେ ଡ୍ରାଇଭିଂ ସିଟରେ ଅଛି। ଗାବା ଟେଷ୍ଟର ଦ୍ୱିତୀୟ ଦିନରେ ହେଡ୍ ଏକ ଚମତ୍କାର ଶତକ ହାସଲ କରିଛନ୍ତି।​ ଏହାପୂର୍ବରୁ ସେ ଆଡିଲେଡରେ ମଧ୍ୟ ଏକ ଶତକ ହାସଲ କରିଥିଲେ। ଭାରତୀୟ ଦଳର କୌଣସି ରଣନୀତି ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କ ବିପକ୍ଷରେ କାମ କରୁନାହିଁ। ଟିମ୍ ଇଣ୍ଡିଆ ସାମ୍ନାରେ ଟ୍ରାଭିସ୍ ହେଡ୍ ବର୍ତ୍ତମାନ ନୂଆ'ହେଡେକ୍'। ଦେଖିବାକୁ ମିଳୁଛି ଭାରତୀୟ ଦଳ ପାଇଁ ଏହାର କୌଣସି 'ଔଷଧ' ନାହିଁ।

ଏହି ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟ୍ରାଭିସ୍ ହେଡ୍ ଗାବାରେ କିଙ୍ଗ ପେୟାରର ଶିକାର ହୋଇଥିଲେ। କିଙ୍ଗ ପେୟାର ଅର୍ଥ ହେଉଛି ଖାତା ନ ଖୋଲି କ୍ରମାଗତ ୩ ଇନିଂସରେ ପ୍ରଥମ ବଲରେ ଆଉଟ୍ ହେବା। ଏଭଳି ପରିସ୍ଥିତିରେ ହେଡ୍ ଭାରତ ବିପକ୍ଷରେ ଏକ ଶତକ ମାରି କରି ଇତିହାସ ସୃଷ୍ଟି କରିଛନ୍ତି। ସମାନ କ୍ୟାଲେଣ୍ଡର ବର୍ଷରେ କୌଣସି ଏଖ ସ୍ଥାନରେ କିଙ୍ଗ ପେୟାର ଏକ ଶତକ ମାରିବାରେ ହେଡ୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇ ଯାଇଛନ୍ତି।

ଗାବାରେ ଏହା ଟ୍ରାଭିସ୍ ହେଡଙ୍କ ଦ୍ୱିତୀୟ ଶତକ ଥିଲା। ଏହା ବ୍ୟତୀତ ସେ ୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତ ବିପକ୍ଷ ଏହି ଇନିଂସ ପୂର୍ବରୁ ସେ ୩ ଥର ପ୍ରଥମ ବଲରେ ଆଉଟ ହୋଇଥିଲେ। ଗାବାରେ ହେଡ୍ ଇନିଂସ ୮୪, ୨୪, ୧୫୨, ୯୨, ୦, ୦, ୦, ୧୪୬ ନଟ୍ ଆଉଟ୍ (ଖବର ଲେଖିବା ପ୍ରଯ୍ୟନ୍ତ) ରହିଛି। ଏହା  ଟ୍ରାଭିସ୍ ହେଡଙ୍କ ନବମ ଟେଷ୍ଟ ଶତକ ଥିଲା। ସେ ମଧ୍ୟ ଟେଷ୍ଟରେ ୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଭାରତ ବିପକ୍ଷ ଟେଷ୍ଟରେ ଟ୍ରାଭିସ୍ ହେଡ୍ ୧୦୦୦ ରନ୍ ମଧ୍ୟ ପୂରଣ କରିଛନ୍ତି। ଏହା ତାଙ୍କର ତୃତୀୟ ଶତକ ଥିଲା। ସେ ୪ଟି ଅର୍ଦ୍ଧଶତକ ମଧ୍ୟ ଭାରତ ବିପକ୍ଷରେ ହାସଲ କରିଛନ୍ତି। ଭାରତ ହେଉଛି ଏକମାତ୍ର ଦେଶ ଯାହା ବିପକ୍ଷରେ ଟ୍ରାଭିସ୍ ହେଡ୍ ୧୦୦୦ରୁ ଅଧିକ ରନ୍ କରିଛନ୍ତି। ସେ ହାରାହାରି ୫୨.୯୦ ହାରାହାରିରେ ୧୩ଟି ଟେଷ୍ଟର ୨୨ ଇନିଂସରେ ଏହି ରନ୍ ସ୍କୋର କରିଛନ୍ତି। କହିରଖୁଛୁ ଯେ ଯେତେବେଳେ ବି ହେଡ୍ ଭାରତ ବିରୋଧରେ ଏକ ଶତକ ମାରିଛନ୍ତି ସେତେବେଳେ ଅଷ୍ଟ୍ରେଲିଆ ଜିତିଛି।

Also Read: Pakistan Cricket: ପାକିସ୍ତାନ କ୍ରିକେଟରେ ହଇଚଇ,୩୬ ଘଣ୍ଟା ମଧ୍ୟରେ ୩ ଖେଳାଳି ନେଲେଣି ଅବସର

Read More
{}{}