Hindi News >>Home >>Odisha Sports

IND vs ENG 1st ODI: ନାଗପୁର ଦିନିକିଆରେ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କଲା ଭାରତ, ଚମକିଲେ ଗିଲ୍

IND vs ENG: ପ୍ରଥମ ଦିନିକିଆରେ ଭାରତ ଇଂଲଣ୍ଡକୁ ଚାରି ୱିକେଟରେ ପରାସ୍ତ କରିଛି। ଏହା ସହିତ ଦଳ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ ଶୁବମନ ଗିଲ ସର୍ବାଧିକ ରନ୍ ସ୍କୋର କରିଥିଲେ। ଏବେ ସିରିଜର ଦ୍ୱିତୀୟ ODI ମ୍ୟାଚ୍ ୯ ଫେବୃଆରୀରେ କଟକରେ ଖେଳାଯିବ।  

Advertisement
India defeated England by 4 wickets in Nagpur ODI
India defeated England by 4 wickets in Nagpur ODI
Jagdish Barik|Updated: Feb 06, 2025, 08:59 PM IST
Share

IND vs ENG 1st ODI: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ଇଂଲଣ୍ଡ ଦଳ ଦ୍ୱାରା ଦିଆଯାଇଥିବା ୨୪୯ ରନର ଟାର୍ଗେଟକୁ ୩୮.୪ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଶୁବମନ ଗିଲ ସର୍ବାଧିକ ୮୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। 

ସେହିପରି ଶ୍ରେୟସ ଆୟର ୫୯ ରନର ଯୋଗଦାନ ଦେଇଥିଲେ। ଏହା ପୂର୍ବରୁ ସମଗ୍ର ଇଂଲଣ୍ଡ ଦଳ ୨୪୮ ରନ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଅଧିନାୟକ ଜୋସ୍ ବଟଲର୍ ସର୍ବାଧିକ ୫୨ ରନ୍ କରିଥିଲେ। ଯେତେବେଳେ ଜାକବ୍ ବେଥେଲ୍ ୫୧ ରନ୍ ଯୋଗଦାନ ଦେଇଥିଲେ। ବୋଲିଂରେ ଭାରତ ପକ୍ଷରୁ ହର୍ଷିତ ରାଣା ଏବଂ ରବିନ୍ଦ୍ର ଜାଡେଜା ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହି ବିଜୟ ସହିତ ରୋହିତ ଆଣ୍ଡ କମ୍ପାନୀ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି।

ଇଂଲଣ୍ଡର ସ୍କୋରର ଜବାବରେ ଭାରତୀୟ ଇନିଂସର ଆରମ୍ଭ ମଧ୍ୟ କିଛି ବିଶେଷ ନଥିଲା। ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ପ୍ରାରମ୍ଭିକ ଯୋଡ଼ି ୧୯ ରନ ମଧ୍ୟରେ ପାଭିଲିୟନ ଫେରିଯାଇଥିଲେ। ଏହା ପରେ ଆୟର ଏବଂ ଗିଲ୍ ଦଳର ଦାୟିତ୍ୱ ସମ୍ଭାଳିଥିଲେ ଏବଂ ଦଳର ସ୍କୋରକୁ ୧୦୦ ରନ ଅତିକ୍ରମ କରାଇଥିଲେ। ଏହି ସମୟରେ ଆୟର ୩୦ ବଲ୍ ମଧ୍ୟରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିବାରେ ସଫଳ ହୋଇଥିଲେ। ଯଦିଓ ଏହାର କିଛି ସମୟ ପରେ ଆୟର ଆଉଟ୍ ହୋଇ ପାଭିଲିୟନକୁ ଫେରିଗଲେ।

ଶ୍ରେୟସ ଆୟରଙ୍କ ଆଉଟ୍ ପରେ ଗିଲ୍ ଏବଂ ଅକ୍ଷର ପଟେଲ ଦଳର ଦାୟିତ୍ୱ ସମ୍ଭାଳିଥିଲେ ଏବଂ ଭାରତକୁ ବିଜୟର ନିକଟତର କରାଇବା ପାଇଁ ଏକ ଶତକୀୟ ଭାଗୀଦାରି କରିଥିଲେ। ଯଦିଓ ଅକ୍ଷର ଦଳ ବିଜୟର ନିକଟତର ଥିବା ସମୟରେ ୫୨ ରନର ବ୍ୟକ୍ତିଗତ ସ୍କୋରରେ ଆଉଟ ହୋଇଥିଲେ। ଏହା ପରେ କେଏଲ ମଧ୍ୟ ୨ ରନ କରି ପଡିଆରୁ ବିଦାୟ ନେଇଥିଲେ। ଯେତେବେଳେ ଟିମ୍ ଇଣ୍ଡିଆ ବିଜୟଠାରୁ ୧୪ ରନ୍ ଦୂରରେ ଥିଲା। ଏହାପରେ ଶୁବମନ ଗିଲ୍ ଏକ ବଡ଼ ସଟ୍ ମାରିବାକୁ ଯାଇ ନିଜ ଶତକରୁ ବଞ୍ଚିତ ହୋଇଥିଲେ ଓ ଆଉଟ୍ ହୋଇଯାଇଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା ଦଳକୁ ଜିତାଇଥିଲେ।

Also Read: IND vs ENG: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କୋହଲିଙ୍କ ଆଘାତ ବଢ଼ାଇଲା ଭାରତର ଟେନସନ୍, ଜାଣନ୍ତୁ କେବେ ଦଳକୁ ଫେରିବେ?

 

Read More
{}{}