Hindi News >>Home >>Odisha Sports

IND vs ENG: ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳରେ ଯୋଗ ଦେଲେ ଦୀନେଶ କାର୍ତ୍ତିକ, ପାଇଲେ ଏହି ବଡ଼ ଦାୟିତ୍ୱ

Dinesh Karthik: ଭାରତର ଅନ୍ତର୍ଜାତୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ବର୍ତ୍ତମାନ ଦଳ ବାହାରେ ଅଛନ୍ତି। ସେ ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଛନ୍ତି।  

Advertisement
Dinesh Karthik
Dinesh Karthik
Jagdish Barik|Updated: Jan 10, 2024, 08:57 PM IST
Share

England Lions tour of India: ଇଂଲଣ୍ଡ କ୍ରିକେଟ୍ ଦଳ ଚଳିତ ମାସରେ ଭାରତ ଗସ୍ତ କରିବାକୁ ଯାଉଛି। ଦୁଇ ଦଳ ମଧ୍ୟରେ ଏକ ୫ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳାଯିବ। ଏହାପୂର୍ବରୁ ଇଂଲଣ୍ଡ ଲାୟନ୍ସ ଦଳ ଭାରତ ଏ ବିପକ୍ଷରେ ତିନୋଟି ଚାରି ଦିନିଆ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ଏହି ସିରିଜ୍ ପାଇଁ ଇଂଲଣ୍ଡ ଲାୟନ୍ସର କୋଚିଂ ଷ୍ଟାଫ୍ ଘୋଷଣା କରାଯାଇଛି। ଏଥିରେ ଭାରତୀୟ କ୍ରିକେଟର ଦୀନେଶ କାର୍ତ୍ତିକ ମଧ୍ୟ ସାମିଲ ହୋଇଛନ୍ତି।

ଇଂଲଣ୍ଡ ଦଳରେ ଯୋଗ ଦେଇଛନ୍ତି ଦୀନେଶ କାର୍ତ୍ତିକ 
ଏହି ଗସ୍ତରେ ଇଂଲଣ୍ଡ ପୁରୁଷ ଏଲିଟ୍ ପେସ୍ ବୋଲିଂ କୋଚ୍ ନିଲ୍ କିଲିନ୍ ଇଂଲଣ୍ଡ ଲାୟନ୍ସ ଦଳର ମୁଖ୍ୟ ପ୍ରଶିକ୍ଷକ ହେବେ। ଏଥି ସହ ଭାରତର ଅନ୍ତର୍ଜାତୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କୁ କୋଚିଂ ଷ୍ଟାଫରେ ସାମିଲ କରାଯାଇଛି। ସେ ବ୍ୟାଟିଂ ପରାମର୍ଶଦାତା ଭାବରେ ଦଳରେ ଯୋଗଦେବେ। ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ପ୍ରାୟ ନଅ ଦିନ ପାଇଁ ଦୀନେଶ କାର୍ତ୍ତିକ ଦଳ ସହିତ ରହିବେ।

ଇଂଲଣ୍ଡ ଲାୟନ୍ସ କୋଚିଂ ଦଳ
ନିଲ୍ କିଲେନ୍ - ହେଡ୍ କୋଚ୍

ରିଚାର୍ଡ ଡସନ୍ - ସହକାରୀ କୋଚ୍ (୧୦ - ୧୯ ଜାନୁଆରୀ)
କାର୍ଲ ହପକିନ୍ସନ୍ - ସହକାରୀ କୋଚ୍ 
ଇଆନ୍ ବେଲ୍ - ବ୍ୟାଟିଂ ପରାମର୍ଶଦାତା (୧୮ ଜାନୁଆରୀରୁ...)
ଦୀନେଶ କାର୍ତ୍ତିକ - ବ୍ୟାଟିଂ ପରାମର୍ଶଦାତା (୧୦ - ୧୮ ଜାନୁଆରୀ)
ଗ୍ରାମ୍ ସ୍ୱାନ୍ - ମେଣ୍ଟର 

ଇଂଲଣ୍ଡ ଲାୟନ୍ସ ବନାମ ଇଣ୍ଡିଆ ଏ ସିରିଜ୍ କାର୍ଯ୍ୟସୂଚୀ 
୧୨-୧୩ ଜାନୁଆରୀ: ଇଂଲଣ୍ଡ ଲାୟନ୍ସ ବନାମ ଇଣ୍ଡିଆ ଏ, ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ - ଗ୍ରାଉଣ୍ଡ ବି
୧୭-୨୦ ଜାନୁଆରୀ: ଇଂଲଣ୍ଡ ଲାୟନ୍ସ ବନାମ ଇଣ୍ଡିଆ ଏ, ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦ 
୨୪-୨୭ ଜାନୁଆରୀ: ଇଂଲଣ୍ଡ ଲାୟନ୍ସ ବନାମ ଇଣ୍ଡିଆ ଏ, ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦ 
୧-୪ ଫେବୃଆରୀ: ଇଂଲଣ୍ଡ ଲାୟନ୍ସ ବନାମ ଇଣ୍ଡିଆ ଏ, ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦ 

Read More
{}{}