Home >>Odisha Sports

IND vs ENG T20I: ଇଂଲଣ୍ଡ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ T20 ଦଳ, ଦୁଇ ବର୍ଷ ପରେ ଦଳକୁ ଫେରିଲେ ଏହି ଖେଳାଳି

India Squad announced: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଏକ ୧୫ ଜଣିଆ ଦଳ ଚୟନ କରାଯାଇଛି। ଏଥିରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମଧ୍ୟ ଚୟନ କରାଯାଇଛି।  

Advertisement
India Squad announced
India Squad announced
Jagdish Barik|Updated: Jan 11, 2025, 09:35 PM IST
Share

IND vs ENG T20I: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଏକ ୧୫ ଜଣିଆ ଦଳ ଚୟନ କରାଯାଇଛି। ଏଥିରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଚୟନ କରାଯାଇଛି। ସେ ଦୁଇ ବର୍ଷ ପରେ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି। ମହମ୍ମଦ ଶାମି ଶେଷ ଥର ପାଇଁ ୨୦୨୨ ରେ ଟି-୨୦ ବିଶ୍ୱକପ୍ ଖେଳିଥିଲେ। ଏହା ସମେତ ଭାରତ ପାଇଁ ଶେଷ ମ୍ୟାଚ୍ ୨୦୨୩ ରେ ଖେଳିଥିବା ୱିକେଟକିପର-ବ୍ୟାଟସମ୍ୟାନ ଧ୍ରୁବ ଜୁରେଲ ଏବଂ ନୀତିଶ କୁମାର ରେଡ୍ଡୀଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜାନୁଆରୀ ୨୨ ରୁ ଖେଳାଯିବ। ପ୍ରଥମ ମ୍ୟାଚ୍ କୋଲକାତାରେ ଖେଳାଯିବ।

ଚୟନକର୍ତ୍ତାମାନେ ଧ୍ରୁବ ଜୁରେଲଙ୍କୁ ଦ୍ୱିତୀୟ ୱିକେଟକିପର ଭାବରେ ବାଛିଛନ୍ତି ଏବଂ ଫର୍ମରେ ଥିବା ସଞ୍ଜୁ ସାମସନଙ୍କୁ ପ୍ରଥମ ପସନ୍ଦ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ରିଷଭ ପନ୍ତଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଜିତେଶ ଶର୍ମାଙ୍କ ସ୍ଥାନରେ ଜୁରେଲଙ୍କୁ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ମଧ୍ୟ ଟି-୨୦ ଦଳର ଚୟନ ହୋଇଛନ୍ତି। ମଧ୍ୟକ୍ରମ ବ୍ୟାଟସମ୍ୟାନ୍ ରିୟାନ ପରାଗ ଆଘାତ ଯୋଗୁଁ ଦଳରେ ସ୍ଥାନ ପାଇନାହାଁନ୍ତି।

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ନୀତିଶ ରେଡ୍ଡୀ, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ହର୍ଷିତ ରାଣା, ଧ୍ରୁବ ଜୁରେଲ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର।

ଇଂଲଣ୍ଡ ଦଳ ବହୁ ପୂର୍ବରୁ ଭାରତ ଗସ୍ତରେ ଟି-୨୦ ଏବଂ ଦିନିକିଆ ସିରିଜ୍ ସହିତ ଚାମ୍ପିଅନ୍ସ ଟ୍ରଫି ପାଇଁ ନିଜର ଦଳ ଘୋଷଣା କରିସାରିଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପରେ ୩ ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ ମଧ୍ୟ ଖେଳାଯିବ।

Read More
{}{}