Hindi News >>Home >>Odisha Sports

IND vs ENG semi Final: ଟସ ଜିତିଲା ଇଂଲଣ୍ଡ, ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ; ଦେଖନ୍ତୁ ଉଭୟ ଟିମର ଚୂଡ଼ାନ୍ତ ଏକାଦଶ

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଆଜି ଅର୍ଥାତ୍ ଜୁନ୍ ୨୭ ଗୁରୁବାର ଦିନ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଦଳର ଖେଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯଦି ବ

Advertisement
IND vs ENG semi Final: ଟସ ଜିତିଲା ଇଂଲଣ୍ଡ, ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ; ଦେଖନ୍ତୁ ଉଭୟ ଟିମର ଚୂଡ଼ାନ୍ତ ଏକାଦଶ
Prabhudatta Moharana|Updated: Jun 27, 2024, 09:15 PM IST
Share

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଆଜି ଅର୍ଥାତ୍ ଜୁନ୍ ୨୭ ଗୁରୁବାର ଦିନ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଦଳର ଖେଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯଦି ବର୍ଷା ହେତୁ ମ୍ୟାଚ୍ ବାଧାପ୍ରାପ୍ତ ହୁଏ ତେବେ ଭଲ ନେଟ୍ ରନ୍ ହାର ଯୋଗୁଁ ଭାରତ ଫାଇନାଲରେ ପହଞ୍ଚିବ। ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଫାଇନାଲରେ ଦକ୍ଷିଣ ଆଫ୍ରିକା ଭେଟିବ। 

ଦକ୍ଷିଣ ଆଫ୍ରିକା ପରି ଟିମ୍ ଇଣ୍ଡିଆ ମଧ୍ୟ ଟୁର୍ଣ୍ଣାମେଣ୍ଟର ନବମ ସଂସ୍କରଣରେ ସେମିଫାଇନାଲ ଖେଳୁଛି। ଏଥିରେ ବିଜୟ ହାସଲ କଲେ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତ ସୁପର-୮ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ପରାସ୍ତ କରି ଭାରତ ଟାଇଟଲ୍ ମ୍ୟାଚ୍ ପ୍ରବେଶ କରିବାର ସୁଯୋଗ ପାଇଛି। ଇଂଲଣ୍ଡ ଦଳ ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା ​​ଏବଂ ବର୍ତ୍ତମାନ ଭାରତକୁ ଏହି ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିଛି।

ଚୂଡ଼ାନ୍ତ ଏକାଦଶ
ଭାରତ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି. ଋଷଭ ପନ୍ଥ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ଜଶପ୍ରିତ ବୁମରା

ଇଂଲଣ୍ଡ: ଜସ ବଟଲର, ଫିଲ ସାଲ୍ଟ, ମୋଇନ ଅଲ୍ଲୀ, ଜନୀ ବେୟାରଷ୍ଟୋ, ହାରୀ ବୃକ, ସାମ କରନ, ଲିୟମ ଲିଭିଂଷ୍ଟୋନ, ଆଦିଲ ରସିଦ, ଜୋଫ୍ରା ଆର୍ଚର, ରସ ଟପ୍ଲି,, କ୍ରିସ ଜୋର୍ଡାନ

Read More
{}{}