Hindi News >>Home >>Odisha Sports

IND vs ENG: ଦିନିକିଆ ସିରିଜ୍ ଦଳରେ ହଠାତ୍ ହେଲା ପରିବର୍ତ୍ତନ, ଏହି ଖତରନାକ୍ ଖେଳାଳିଙ୍କୁ ମିଳିଲା ସୁଯୋଗ

Varun Chakravarthy: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ODI ମ୍ୟାଚ୍ ନାଗପୁରରେ ଖେଳାଯିବ। ଏହି ମ୍ୟାଚ୍ ର ୨ ଦିନ ପୂର୍ବରୁ ଜଣେ ଖତରନାକ୍ ବୋଲରକୁ ଭାରତୀୟ ଦଳରେ ସୁଯୋଗ ମିଳିଛି। ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ହାର୍ଡ-ହିଟିଂ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି।   

Advertisement
IND vs ENG team India squad changed suddenly Varun Chakravarthy added to ODI squad
IND vs ENG team India squad changed suddenly Varun Chakravarthy added to ODI squad
Jagdish Barik|Updated: Feb 04, 2025, 11:33 PM IST
Share

IND vs ENG ODI Series: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ T20I ସିରିଜ୍ ନିକଟରେ ଖେଳାଯାଇଥିଲା। ଭାରତ ଏହି ୫ ମ୍ୟାଚ୍ ବିଶିଷ୍ଟ T20I ସିରିଜକୁ ୪-୧ ରେ ଜିତିନିଥିଲା। ଏହି ସିରିଜ ପରେ ବର୍ତ୍ତମାନ ଉଭୟ ଦଳ ODI ସିରିଜରେ ପରସ୍ପରର ସାମ୍ନା କରିବେ। ଯାହା ପାଇଁ ଉଭୟ ଦଳ ବହୁତ ପୂର୍ବରୁ ନିଜ ନିଜର ସ୍କ୍ୱାର୍ଡ ଘୋଷଣା କରିଥିଲେ କିନ୍ତୁ ଏବେ ପ୍ରଥମ ODI ମ୍ୟାଚ୍ ରୁ ଏକ ବଡ଼ ଖବର ଆସିଛି। କହିରଖୁଛୁ ଯେ ୬ ଫେବୃଆରୀରୁ ODI ସିରିଜ୍ ଆରମ୍ଭ ହେବ। ପ୍ରଥମ ODI ମ୍ୟାଚ୍ ନାଗପୁରରେ ଖେଳାଯିବ। ଏହି ମ୍ୟାଚ୍ ର ୨ ଦିନ ପୂର୍ବରୁ ଜଣେ ଖତରନାକ୍ ବୋଲରକୁ ଭାରତୀୟ ଦଳରେ ସୁଯୋଗ ମିଳିଛି। ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ହାର୍ଡ-ହିଟିଂ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ୫ ମ୍ୟାଚ୍ ବିଶିଷ୍ଟ T20I ସିରିଜରେ ବରୁଣ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଥିଲେ। ସେ ମୋଟ ୧୪ଟି ୱିକେଟ ନେଇଥିଲେ।

ବିସିସିଆଇ ମଧ୍ୟ ଅଧିକାରୀକ ଭାବରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରିବା ନିଶ୍ଚିତ କରିଛି। ନାଗପୁରରେ ଖେଳାଯିବାକୁ ଥିବା ପ୍ରଥମ ଏକଦିବସୀୟ ମ୍ୟାଚ୍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶୁବମନ ଗିଲ ସୂଚିତ କରିଥିଲେ ଯେ ଏହି ସ୍ପିନରକୁ ଦଳରେ ସାମିଲ କରାଯାଇଛି। ବରୁଣ ଚକ୍ରବର୍ତ୍ତୀଙ୍କ ଉତ୍କୃଷ୍ଟ ଫର୍ମକୁ ବିଚାରକୁ ନେଇ ସେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ର ପ୍ଲେଇଂ ଇଲେଭେନରେ ମଧ୍ୟ ସାମିଲ କରିପାରନ୍ତି। କହିରଖୁଛୁ ଯେ ବରୁଣ ଏପର୍ଯ୍ୟନ୍ତ ଭାରତ ପାଇଁ ଗୋଟିଏ ବି ଦିନିକିଆ ମ୍ୟାଚ୍ ଖେଳିନାହାଁନ୍ତି।

ବିସିସିଆଇ ଏକ ବୟାନ ଜାରି କରି କହିଛି ଯେ ଚୟନ କମିଟି ଇଂଲଣ୍ଡ ବିପକ୍ଷରେ ଆଗାମୀ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ବରୁଣ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଦଳରେ ସାମିଲ କରିଛି। ବରୁଣ ଇଂଲଣ୍ଡ ବିପକ୍ଷରେ ୧୪ଟି ୱିକେଟ ନେଇଥିଲେ। ଯେଉଁଥିରେ ରାଜକୋଟରେ ୫ଟି ୱିକେଟ ଥିଲା। ବରୁଣ ନିଜର ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ସିରିଜର ଶ୍ରେଷ୍ଠ ଖେଳାଳି ମଧ୍ୟ ହୋଇଥିଲେ। ବରୁଣ ନାଗପୁରରେ ଭାରତର ଦିନିକିଆ ଦଳରେ ଯୋଗ ଦେଇଛନ୍ତି।

ଦିନିକିଆ ସିରିଜର ସମ୍ପୂର୍ଣ୍ଣ ସୂଚୀ 

  • ଭାରତ ବନାମ ଇଂଲଣ୍ଡ, ପ୍ରଥମ ଦିନିକିଆ: ୦୬ ଫେବୃଆରୀ ୨୦୨୫, ନାଗପୁର (ବିଦର୍ଭ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମ)
  • ଭାରତ ବନାମ ଇଂଲଣ୍ଡ, ଦ୍ୱିତୀୟ ଦିନିକିଆ: ୦୯ ଫେବୃଆରୀ ୨୦୨୫, କଟକ (ବାରବାଟି ଷ୍ଟାଡିୟମ)
  • ଭାରତ ବନାମ ଇଂଲଣ୍ଡ, ତୃତୀୟ ଏକଦିବସୀୟ: ୧୨ ଜାନୁଆରୀ ୨୦୨୫, ଅହମ୍ମଦାବାଦ (ନରେନ୍ଦ୍ର ମୋଦି ଷ୍ଟାଡିୟମ)

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍ (ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟକିପର), ରିଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।

Read More
{}{}