Home >>Odisha Sports

Ind vs Eng: ଇଂଲଣ୍ଡ ବିପକ୍ଷ ଅନ୍ତିମ୍ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷିତ

Ind vs Eng 3rd Test playing 11: ଇଣ୍ତିଆ- ଇଂଲଣ୍ତ ଅନ୍ତିମ ଟେଷ୍ଟ ମ୍ୟାଚ୍ ଲାଗି ଘୋଷଣା ହେଲା ଭାରତୀୟ ଦଳ । ଏନେଇ ବିବିସିଆଇ ପକ୍ଷରୁ ମୋଟ ୧୭ ଜଣିଆ ଟିମ୍ ଘୋଷଣା କରାଯାଇଛି ।

Advertisement
ସୌଜନ୍ୟ-ସୋସିଆଲ ମିଡିଆ
ସୌଜନ୍ୟ-ସୋସିଆଲ ମିଡିଆ
Payal Priyadarshini|Updated: Feb 10, 2024, 01:04 PM IST
Share

Ind vs Eng 3rd Test playing 11: ଇଣ୍ତିଆ- ଇଂଲଣ୍ତ ଅନ୍ତିମ ଟେଷ୍ଟ ମ୍ୟାଚ୍ ଲାଗି ଘୋଷଣା ହେଲା ଭାରତୀୟ ଦଳ । ଏନେଇ ବିବିସିଆଇ ପକ୍ଷରୁ ମୋଟ ୧୭ ଜଣିଆ ଟିମ୍ ଘୋଷଣା କରାଯାଇଛି ।

ଆସନ୍ତା ଫେବୃୟାରୀ ୧୫ ତାରିଖରେ ରାଜକୋଟରେ ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଅବଶିଷ୍ଟ ତିନୋଟି ଟେଷ୍ଟ ମ୍ୟାଚ୍ ପାଇଁ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଚୂଡ଼ାନ୍ତ ଦଳ ଘୋଷଣା ହେବା ପରେ ବିରାଟ କୋହଲିଙ୍କୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ସିରିଜର ଅବଶିଷ୍ଟ ତିନୋଟି ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଥିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କୋହଲି ମ୍ୟାଚ୍ ରୁ ବାଦ ପଡ଼ିଥିବା ବେଳେ କେ. ଏଲ ରାହୁଲ ଓ ରବିନ୍ଦ୍ର ଜାଡ଼େଜା ଦଳକୁ ଫେରିଛନ୍ତି ।

.ଚୟନ କମିଟି ଅନୁଯାୟୀ,  ଆଗାମୀ ୩ଟି ଟେଷ୍ଟ ମ୍ୟାଚ୍ ରେ ବିରାଟ ଅନୁପସ୍ଥିତ ରହିବେ । ଅନ୍ୟପଟେ କେଏଲ ରାହୁଲ ଓ ରବିନ୍ଦ୍ର ଜାଡ଼େଜା ଦଳକୁ ଫେରିଥିବା ବେଳେ ସେମାନଙ୍କ ଫିଟନେସ୍ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆଗାମୀ ମ୍ୟାଚ୍ ପୂର୍ବରୁ ଉଭୟ ଖେଳାଳି ଫିଟ୍ ହୁଅନ୍ତି ତାହାଲେ ସେମାନେ ଖେଳିବେ । ନୂଆ ମୁହଁ ଭାବେ ଆକାଶ ଦୀପଙ୍କୁ ସାମିଲ କରାଯାଇଛି । ସେପଟେ ଆହତ ଯୋଗୁଁ ଶ୍ରେୟସ ଆୟର ଆଗାମୀ  ୩ଟି ଟେଷ୍ଟ ମ୍ୟାଚ୍ ରୁ ବାଦ ପଡ଼ିଛନ୍ତି । କିଛି ଦିନ ତଳେ ଶ୍ରେୟସଙ୍କ ପିଠିରେ ଆଘାତ ଲାଗିଥିଲା । ଏଥିଯୋଗୁଁ ତାଙ୍କୁ ଆଗାମୀ ମ୍ୟାଚ୍ ପାଇଁ ତାଙ୍କୁ ଚୟନ କରାଯାଇନାହିଁ ।

ଭାରତୀୟ ଦଳ-  ରୋହିତ ଶର୍ମା ( ଅଧିନାୟକ), ଜଶପ୍ରୀତ ବୁମରା (ଉପ- ଅଧିନାୟକ), ଯଶସ୍ବୀ ଜୈସ୍ବାଲ, ଶୁବମନ ଗିଲ୍, କେ. ଏଲ ରାହୁଲ, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁବ ଜୁଏଲ, କେଏସ୍ ଭରତ, ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ,ମହମ୍ମଦ ସିରାଜ, ମୁକେଶ କୁମାର ଓ ଆକାଶ ଦୀପ ।

 

 

 

 

 

Read More
{}{}