Hindi News >>Home >>Odisha Sports

IND vs NZ: ବେଙ୍ଗାଲୁରୁରେ ପରାଜୟ ପରେ ଟିମ୍ ଇଣ୍ଡିଆରେ ଯୋଗ ଦେଲେ ଏହି ଖତରନାକ ଅଲରାଉଣ୍ଡର, BCCI କଲା ଘୋଷଣା

India vs New Zealand: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଏକ ମାରାତ୍ମକ ଅଲରାଉଣ୍ଡରଙ୍କୁ ଟିମ୍ ଇଣ୍ଡିଆରେ ଦଳରେ ସାମିଲ କରାଯାଇଛି।  

Advertisement
India vs New Zealand
India vs New Zealand
Jagdish Barik|Updated: Oct 20, 2024, 08:43 PM IST
Share

India vs New Zealand: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ଏହି ପରାଜୟ ପରେ ବିସିସିଆଇ ଟିମ୍ ଇଣ୍ଡିଆ ଦଳରେ ବଡ଼ ପରିବର୍ତ୍ତନ କରିଛି। ୱାଶିଂଟନ୍ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଛି। ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ସୁନ୍ଦର ଭାରତୀୟ ଦଳରେ ଯୋଗ ଦେଇଛନ୍ତି।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୨୪ ରୁ ଖେଳାଯିବ। ପୁଣେରେ ଏହି ମ୍ୟାଚ୍ ଖେଳାଯିବ। ନଭେମ୍ବର ୨ ତାରିଖରୁ ମୁମ୍ବାଇରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ନିରାଶାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। କିୱି ଦଳ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ୮ ୱିକେଟରେ ଜିତି ନେଇଥିଲା। ତେବେ ଏହି ପରାଜୟ ପରେ ବିସିସିଆଇ ସୁନ୍ଦରଙ୍କୁ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ସୁନ୍ଦର ପୂର୍ବରୁ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍ ଟି-୨୦ ସିରିଜରେ ଭାରତୀୟ ଦଳ ପାଇଁ ଖେଳିଥିଲେ। ଏହି ସିରିଜରେ ସେ ୩ ୱିକେଟ୍ ନେଇଥିଲେ ମଧ୍ୟ ରୋହିତ ଶର୍ମା ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ପ୍ଲେଇଂ ଇଲେଭେନରେ ୱାଶିଂଟନ୍ ସୁନ୍ଦରଙ୍କୁ ସୁଯୋଗ ଦେବେ କି ନାହିଁ ତାହା ଦେଖିବା ବାକି ରହିଲା।

ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଆରମ୍ଭରୁ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଦଳ ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା, ଯେଉଁଥିପାଇଁ ଭାରତକୁ ମ୍ୟାଚ୍ ହରାଇବାକୁ ପଡିଥିଲା। ତେବେ ବର୍ତ୍ତମାନ ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବାକୁ ଓ ସିରିଜକୁ ୧-୧ରେ ବରାବର କରିବାକୁ ଚାହୁଁଛି।

ସୁନ୍ଦର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ମୋଟ ୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ୬ଟି ୱିକେଟ୍ ବ୍ୟତୀତ ୨୫୬ ରନ୍ ମଧ୍ୟ କରିଛନ୍ତି। ୨୨ ଟି ODI ମ୍ୟାଚ୍ ରେ ଏହି ଖେଳାଳି ୨୩ ୱିକେଟ୍ ନେଇ ୩୧୫ ରନ୍ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ଏହି ଅଲରାଉଣ୍ଡର ୫୨ଟି ଟି-୨୦ ମ୍ୟାଚରେ ୪୭ ୱିକେଟ୍ ନେଇ ୧୬୧ ରନ୍ ସଂଗ୍ରହ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁବମାନ ଗିଲ, ବିରାଟ କୋହଲି, କେ.ଏଲ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଆକାଶ ଦୀପ, ୱାଶିଂଟନ୍ ସୁନ୍ଦର।

Read More
{}{}