Home >>Odisha Sports

IND vs NZ Final: ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଟାଇ ହେଲେ କିପରି ନିର୍ଣ୍ଣୟ ହେବ ବିଜେତା? ଜାଣନ୍ତୁ ନିୟମ

Champions Trophy 2025 Final: ଚାମ୍ପିଅନ୍ସ ଟ୍ରଫିର ୨୦୨୫ ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ପୁଣି ଥରେ ମୁହାଁମୁହିଁ ହେବେ। ଫାଇନାଲ ମ୍ୟାଚ୍ ପୂର୍ବରୁ ପ୍ରଶଂସକଙ୍କ ମନରେ କିଛି ପ୍ରଶ୍ନ ଉଙ୍କି ମାରୁଛି। ଯଦି ଏହି ମ୍ୟାଚ୍ ଟାଇ ହୁଏ ତେବେ ବିଜେତା କିପରି ନିର୍ଣ୍ଣୟ ହେବ?

Advertisement
Champions Trophy 2025 Final
Champions Trophy 2025 Final
Jagdish Barik|Updated: Mar 08, 2025, 02:54 PM IST
Share

Champions Trophy 2025 Final: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଫାଇନାଲ୍ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (IND vs NZ Final) ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ରବିବାର ଅର୍ଥାତ୍ ମାର୍ଚ୍ଚ ୯ ତାରିଖରେ ଦୁବାଇରେ ଖେଳାଯିବ। ଏହି ଫାଇନାଲ ମ୍ୟାଚ୍ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଇଥିବା ପିଚ୍‌ରେ ହେବ। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ବିଜୟ ଧାରା ଜାରି ରଖି ଟାଇଟଲ୍  ବିଜେତା ହେବାକୁ ଚାହିଁବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଗ୍ରୁପ୍ ମ୍ୟାଚ୍‌ରେ ପରାଜୟର ପ୍ରତିଶୋଧ ନେଇ ଭାରତକୁ ପରାସ୍ତ କରିବାକୁ ସର୍ବୋତ୍ତମ ଚେଷ୍ଟା କରିବ। ଏହି ମ୍ୟାଚ୍ ପୂର୍ବରୁ ପ୍ରଶଂସକଙ୍କ ମନରେ କିଛି ପ୍ରଶ୍ନ ଉଙ୍କି ମାରୁଛି। ଯଦି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ୍ ଟାଇ ହୁଏ, ତେବେ ବିଜେତା କିପରି ନିର୍ଣ୍ଣୟ ହେବ? ତେବେ ଜାଣନ୍ତୁ କଣ କହୁଛି ନିୟମ।

ଟାଇ ପାଇଁ କ’ଣ ରହିଛି ନିୟମ?

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଯଦି ଟାଇ ହୁଏ ତେବେ ଚାମ୍ପିଅନ୍ସ ଟ୍ରଫିର ବିଜେତା ସୁପର ଓଭର ଦ୍ୱାରା ନିର୍ଣ୍ଣୟ କରାଯିବ। ବିଜେତା ନିର୍ଣ୍ଣୟ ନହେବା ପର୍ଯ୍ୟନ୍ତ ସୁପର ଓଭର ଜାରି ରହିବ।

ସୁପର ଓଭରର କ’ଣ ରହିଛି ନିୟମ?

ODI କିମ୍ବା T20 କ୍ରିକେଟରେ  ଯେତେବେଳେ ଦୁଇଟି ଦଳର ସ୍କୋର ସମାନ ଥାଏ ସେତେବେଳେ ବିଜେତା ନିର୍ଣ୍ଣୟ କରିବା ପାଇଁ ଏକ ସୁପର ଓଭର ଖେଳାଯାଏ। ସୁପର ଓଭର ଏକ ଅତିରିକ୍ତ ଓଭର ଯେଉଁଥିରେ ଉଭୟ ଦଳ ଗୋଟିଏ ଅତିରିକ୍ତ ଓଭର ଖେଳିବାର ସୁଯୋଗ ପାଆନ୍ତି। ଏହି ସମୟରେ ଫିଲ୍ଡିଂ ମ୍ୟାଚ୍‌ର ଶେଷ ଓଭରରେ ଯେପରି ସେଟ୍ କରାଯାଏ ସେହିପରି ସେଟ୍ କରିବାକୁ ପଡିବ। ସୁପର ଓଭରରେ କୌଣସି ପାୱାରପ୍ଲେ  ରହେ ନାହିଁ। 

ସୁପର ଓଭର ପାଇଁ ଉଭୟ ଦଳକୁ ୩ ଜଣ ବ୍ୟାଟସମ୍ୟାନ୍ ଏବଂ ଜଣେ ଲେଖାଁଏ ବୋଲରଙ୍କୁ ଚୟନ କରିବାକୁ ପଡିବ। ଯଦି ଓଭର ଶେଷ ହେବା ପୂର୍ବରୁ ୩ ଜଣ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ୨ ଜଣ ଆଉଟ ହୁଅନ୍ତି ତେବେ ସେହି ଦଳର ଇନିଂସ ଶେଷ ହୁଏ। ଯଦି ଦ୍ୱିତୀୟ ସୁପର ଓଭର ହୁଏ ତେବେ ପ୍ରଥମ ସୁପର ଓଭରରେ ବ୍ୟାଟିଂ ଏବଂ ବୋଲିଂ କରିଥିବା ବ୍ୟାଟସମ୍ୟାନ୍ ଏବଂ ବୋଲରମାନେ କେବଳ ପରବର୍ତ୍ତୀ ସୁପର ଓଭରରେ ଫିଲ୍ଡିଂ କରିପାରିବେ। ସୁପର ଓଭରରେ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ପ୍ରଥମେ ବ୍ୟାଟିଂ କରେ।

Read More
{}{}