Home >>Odisha Sports

IND vs NZ: ଭାରତର ଟେଷ୍ଟ ସିରିଜ୍ ପରାଜୟ ଏବଂ ପାକିସ୍ତାନର ବିଜୟ ପରେ ବଦଳିଲା WTC ପଏଣ୍ଟ ଟେବୁଲରେ ସ୍ଥିତି, ଏଠାରେ ଦେଖନ୍ତୁ

IND vs NZ: ପୁଣେ ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପରାଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍‌ର ରାସ୍ତା ଟିମ୍ ଇଣ୍ଡିଆ ପାଇଁ କଷ୍ଟସାଧ୍ୟ ହୋଇପଡିଛି।  

Advertisement
WTC Latest Points Table
WTC Latest Points Table
Jagdish Barik|Updated: Oct 26, 2024, 07:55 PM IST
Share

WTC Latest Points Table: ୨୬ ଅକ୍ଟୋବର ୨୦୨୪ ରେ କ୍ରିକେଟ୍ ଜଗତରେ ଏକ ସମୟରେ ଦୁଇଟି ବଡ଼ ଘଟଣା ଘଟିଥିଲା। ଗୋଟିଏ ପଟେ ପାକିସ୍ତାନ ୩ ମ୍ୟାଚ୍ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୧ ରେ ଜିତିଥିବା ବେଳେ ଅନ୍ୟ ପଟେ ନ୍ୟୁଜିଲ୍ୟାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତକୁ ପରାସ୍ତ କରିଛି। ଟେଷ୍ଟ ସିରିଜ୍ ୨-୦ ରେ ଅଗ୍ରଣୀ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ଦଳ ବିପକ୍ଷରେ ଏହି ଟେଷ୍ଟ ସିରିଜକୁ ହରାଇବା ପରେ ଏବେ ଭାରତ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲରେ ପହଞ୍ଚିବା ଚ୍ୟାଲେଞ୍ଜ ହୋଇସାରିଛି।

ଭାରତର ପରାଜୟ ଓ ପାକିସ୍ତାନର ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଦଳ ମାନଙ୍କର ସ୍ଥିତି ବଦଳିଯାଇଛି। କିୱି ଦଳ ବିପକ୍ଷରେ ଭାରତ କ୍ରମାଗତ ଦୁଇଟି ଟେଷ୍ଟ ମ୍ୟାଚ୍ ହାରିଛି, ତଥାପି ଭାରତ ଏକ ନମ୍ବର ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୩ଟି ମ୍ୟାଚ୍ ମଧ୍ୟରୁ ଭାରତ ୮ଟି ଜିତିଛି ୪ଟି ହାରିଛି ଏବଂ ଗୋଟିଏ ମ୍ୟାଚ୍ ଡ୍ର ହୋଇଛି। ଭାରତର ବିଜୟ ହାର ବର୍ତ୍ତମାନ ୬୨.୮୨ ରହିଛି। କିୱି ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହି ୧୦ ଟି ମ୍ୟାଚ ମଧ୍ୟରୁ ୫ଟି ଜିତି ୫ଟି ହାରିଛି। ଏହି ଦଳର ବିଜୟ ପ୍ରତିଶତ ହେଉଛି ୫୦.୦୦ ରହିଛି।

ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ କ୍ରମାଗତ ଦୁଇଟି ଟେଷ୍ଟ ମ୍ୟାଚ୍ ଜିତିଛି ଏବଂ ଏହି କାରଣରୁ ଏହା ପଏଣ୍ଟ ଟେବୁଲରେ ୭ ନମ୍ବରରେ ଥିବାବେଳେ ଇଂଲଣ୍ଡ ଷଷ୍ଠ ସ୍ଥାନରେ ରହିଛି। ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ଖେଳିଥିବା ୧୦ଟି ମ୍ୟାଚ ମଧ୍ୟରୁ ୪ଟି ଜିତିଥିବାବେଳେ ୬ଟି ମ୍ୟାଚ୍ ହାରିଛି ଏବଂ ଏହି ଦଳର ପରାଜୟ ପ୍ରତିଶତ ୩୩.୩୩ ରହିଛି। ଇଂଲଣ୍ଡ ବିଷୟରେ କହିବାକୁ ଗଲେ ଏହି ଦଳ ୧୯ ଟି ମ୍ୟାଚ ମଧ୍ୟରୁ ୯ଟି ଜିତିଛି ଏବଂ ୯ଟି ହାରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ହୋଇଛି। ଏହି ଦଳର ବିଜୟ ପ୍ରତିଶତ ହେଉଛି ୪୦.୭୯ ରହିଛି। ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି।

Read More
{}{}