Hindi News >>Home >>Odisha Sports

IND vs PAK: ବାବର ଆଜମ ଙ୍କ ପ୍ରେମରେ ଭାରତୀୟ ଯୁବତୀ, ପାର୍ କରିଛନ୍ତି ସବୁ ସୀମା...ଜାଣନ୍ତୁ ସେ କିଏ?

IND vs PAK: ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ତାଙ୍କୁ ଟାର୍ଗେଟ କରିଥିଲେ। ବାବର ଆଜମ ୨୬ ବଲ୍ ରୁ ୨୩ ରନ୍ କରିବା ପରେ ହାର୍ଦ୍ଦିକଙ୍କ ବୋଲିଂରେ କେଏଲ୍ ରାହୁଲଙ୍କ ହାତରେ କ୍ୟାଚ୍ ହୋଇଥିଲେ। ସେ ଆଉଟ୍ ହେବା ମାତ୍ରେ ପାକିସ୍ତାନ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଥିଲେ।  

Advertisement
IND vs PAK: ବାବର ଆଜମ ଙ୍କ ପ୍ରେମରେ ଭାରତୀୟ ଯୁବତୀ, ପାର୍ କରିଛନ୍ତି ସବୁ ସୀମା...ଜାଣନ୍ତୁ ସେ କିଏ?
Rashmita Sahoo|Updated: Feb 23, 2025, 08:31 PM IST
Share

IND vs PAK: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ସାରା ବିଶ୍ୱର କ୍ରିକେଟ ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ଆଉ ସେ ଅପେକ୍ଷାର ଅନ୍ତ ଆଜି ୨ଟା ବେଳୁ ଶେଷ ହୋଇଛି। ଅର୍ଥାତ୍  ଏହି ପରିପ୍ରେକ୍ଷୀରେ ଉଭୟ ଦଳର ପ୍ରଶଂସକମାନେ ଦୁବାଇରେ ପହଞ୍ଚି ନିଜ ନିଜ ଦଳକୁ ସମର୍ଥନ କରିଛନ୍ତି। ତେବେ ଦୁବାଇରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ବାବର ଆଜମଙ୍କୁ ସମର୍ଥନ କରିବା ପାଇଁ ଭାରତରୁ ଜଣେ ଯୁବତୀ ଦୁବାଇରେ ପହଞ୍ଚି ଚିୟର ଅପ୍ କରୁଛନ୍ତି ଏବଂ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ବେଶ୍ ହେବାରେ ଲାଗିଛି ।

ଭାରତ-ପାକିସ୍ତାନ ମ୍ୟାଚ୍ କୁ ନେଇ ଅନେକ ପୋଷ୍ଟ ଓ ଭିଡିଓ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଭାରତୀୟ ଝିଅ ବାବର ଆଜମଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ଯୁବତୀ ଜଣକ ବାବରଙ୍କୁ ନିଜର ପ୍ରିୟ ଖେଳାଳି ବୋଲି କହୁଛନ୍ତି। 

ଯୁବତୀ ଜଣକ ମୁମ୍ବାଇର ଏବଂ ସେ ବାବର ଆଜମଙ୍କୁ ସମର୍ଥନ କରିବା ପାଇଁ ଦୁବାଇରେ ପହଞ୍ଚିଛନ୍ତି। ବାବରଙ୍କ ପ୍ରତି ତାଙ୍କର ଆଗ୍ରହ ବେଶ୍ ସ୍ପଷ୍ଟ। ବାବର ଆଜମ ଭାରତ ବିପକ୍ଷରେ ପୁଣି ଥରେ ବିଫଳ ହୋଇଥିବାରୁ ହାର୍ଦ୍ଦିକ ତାଙ୍କୁ ନିଜର ଶିକାର କରିଛନ୍ତି। ମ୍ୟାଚ୍ ଆରମ୍ଭରେ ବାବର ଭଲ ଫର୍ମରେ ଥିବା ଦେଖିବାକୁ ମିଳିଥିଲା। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ତାଙ୍କୁ ଟାର୍ଗେଟ କରିଥିଲେ। ବାବର ଆଜମ ୨୬ ବଲ୍ ରୁ ୨୩ ରନ୍ କରିବା ପରେ ହାର୍ଦ୍ଦିକଙ୍କ ବୋଲିଂରେ କେଏଲ୍ ରାହୁଲଙ୍କ ହାତରେ କ୍ୟାଚ୍ ହୋଇଥିଲେ। ସେ ଆଉଟ୍ ହେବା ମାତ୍ରେ ପାକିସ୍ତାନ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଥିଲେ।

ଠିକ୍ ସେମିତି ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚର କ୍ରେଜ୍ କ୍ରିକେଟର ଆକର୍ଷଣକୁ ସବୁବେଳେ ବହୁଗୁଣିତ କରିଥାଏ । ଏବେ ଦୁବାଇରେ ଚାଲିଛି ଚାମ୍ପିଅନ୍ସ ଟ୍ରଫିର ଭାରତ-ପାକିସ୍ତାନ ମ୍ୟାଚ୍ । ଯାହାକୁ ଦେଖିବାକୁ ଷ୍ଟାଡିୟମରେ ତ ଖଚାଖଚ୍ ଭିଡ଼ ଟିଭି ପାଖରେ ବି ଲୋକଙ୍କୁ ଗହଳି ଲାଗିଛି । ଏହି ମ୍ୟାଚ୍ ପୁଣି ରବିବାରବାର ଛୁଟି ଦିନରେ ହେଉଥିବାରୁ ରାସ୍ତାଘାଟ ଶୂନଶାନ୍ ହୋଇ ଯାଇଛି । ସବୁଠାରୁ ବଡ଼ କଥା ହେଲା ମ୍ୟାଚଟିକୁ ଏବେ ଅନଲାଇନରେ ପ୍ରାୟ ୪୦ କୋଟି ଲୋକ ଦେଖୁଛନ୍ତି । ବର୍ତ୍ତମାନ ଖବର ସୁଦ୍ଧା ପାକିସ୍ତାନ ଭାରତକୁ ୨୪୨ ରନର ଟାର୍ଗେଟ୍ ଦେଇଥିବା ବେଳେ ଭାରତ ୨ଟି ୱିକେଟ୍ ହରାଇ ୧୧୫ ରନ୍ କରିଛି।

Also Read: Odisha Collector Office Job: ଜିଲ୍ଲାପାଳଙ୍କ ଅଫିସରେ ବାହାରିଲା ବମ୍ପର ନିଯୁକ୍ତି, ଶେଷ ତାରିଖ ୧୧ ମାର୍ଚ୍ଚ

Also Read: Gajkesari Rajyog 2025: ସୃଷ୍ଟି ହେଉଛି ଗଜକେଶରୀ ଯୋଗରୁ ଶୁଭ ରାଜଯୋଗ, ୫ ରାଶିର ଫିଟିବ ଭାଗ୍ୟ

Read More
{}{}