Home >>Odisha Sports

IND vs SA T20 Series: ଟିକେଟ ବିକ୍ରିକୁ ନେଇ ଓସିଏର ବଡ଼ ଯୋଜନା

କଟକ: ଆସନ୍ତା ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ। ଏଥିପାଇଁ ଦର୍ଶକଙ୍କ ପାଇଁ ସୁବ୍ୟବସ୍ଥା କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ ବ୍ୟବସ୍ଥା କରୁଛି। ଗତଥର ଟିକଟକୁ ନେଇ ହୋଇଥିବା ଅବ୍ୟବସ୍ଥାକୁ ଦୂର କରିବା ପାଇଁ ଚଳିତ ବର୍ଷ ଅନଲାଇନ ଜରିଆରେ ଟିକଟ ବିକ୍ରି

Advertisement
IND vs SA T20 Series: ଟିକେଟ ବିକ୍ରିକୁ ନେଇ ଓସିଏର ବଡ଼ ଯୋଜନା
Prabhudatta Moharana|Updated: Jun 19, 2025, 12:24 PM IST
Share

IND vs SA T20 Series: କଟକ: ଆସନ୍ତା ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ। ଏଥିପାଇଁ ଦର୍ଶକଙ୍କ ପାଇଁ ସୁବ୍ୟବସ୍ଥା କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ ବ୍ୟବସ୍ଥା କରୁଛି। ଗତଥର ଟିକଟକୁ ନେଇ ହୋଇଥିବା ଅବ୍ୟବସ୍ଥାକୁ ଦୂର କରିବା ପାଇଁ ଚଳିତ ବର୍ଷ ଅନଲାଇନ ଜରିଆରେ ଟିକଟ ବିକ୍ରି କରିବାକୁ ବିଚାର କରୁଥିବା ନେଇ ଜଣାପଡିଛି। କେବଳ ଅନଲାଇନରେ ନୁହେଁ ସମାନ୍ତରାଳ ଗତିରେ କାଉଣ୍ଟରରେ ଟିକେଟ ବିକ୍ରିକୁ ବନ୍ଦ କରିବାକୁ ମଧ୍ୟ ଚିନ୍ତା କରୁଥିବା ଜଣାପଡିଛି। କିନ୍ତୁ ଏନେଇ ଓସିଏର ଅଧିକାରୀଙ୍କ ସୂତ୍ରରୁ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇନାହିଁ। 

ଏହାକୁ ନେଇ ଓସିଏର ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି କି ଏନେଇ କୌଣସି ଚୁଡାନ୍ତ ନିଷ୍ପତ୍ତି ହୋଇନାହିଁ। ଓସିଏର ସାଧାରଣ ପରିଷଦ ବୈଠକରେ ସମସ୍ତ ଟିକଟ ଅନଲାଇନରେ ବିକ୍ରି ପାଇଁ ପ୍ରସ୍ତାବ ଦିଆଯିବ। ବୈଠକରେ ଏହି ନିଷ୍ପତ୍ତି ଯଦି ପାସ ହୋଇଥାଏ ତେବେ ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଗତ ମ୍ୟାଚରେ ଯେଉଁ ସବୁ ତୃଟି ଓ ଦୁର୍ନାମ ମୁଣ୍ଡାଇବାକୁ ପଡିଥିଲେ ତାହାର ପୁନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। 

ବାରିବାଟିରେ ୪୪ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା ରହିଛି। ଫଳରେ ଗତ ଭାରତ-ଇଂଲଣ୍ଡ ମ୍ୟାଚର ଟିକଟ କିଣିବା ବା ପାଇଁ ହଜାର ହଜାର ସଂଖ୍ୟାରେ ଟିକଟ କିଣିବା ପାଇଁ କାଉଣ୍ଟରରେ ଭିଡ଼ ଲଗାଇଥିଲେ। ଏପରିକି କାଉଣ୍ଟରରେ ଏହି ଆସନଗୁଡିକ ମଧ୍ୟରୁ ପ୍ରାୟ ୧୫ ହଜାର ଟିକେଟ ଉପଲବ୍ଧ ହେଉଥିଲା। ତେବେ ଗତ ମ୍ୟାଚରେ କାଉଣ୍ଟର ଟିକେଟ କମ ଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏପରିକି ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଆଇନଶୃଙ୍ଖଳା ବିପର୍ଯ୍ୟୟ ହୋଇ ପଡିଥିଲା। ତେବେ ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ଆଗାମୀ ମ୍ୟାଚ ପାଇଁ କାଉଣ୍ଟରରେ ଟିକଟ ବିକ୍ରି କରିବାକୁ ବିଚାର ବିମର୍ଶ କରୁଥିବା ଜଣାପଡ଼ିଛି। 

ଏଠାରେ କହି ରଖୁ କି ବାରବାଟୀ ଷ୍ଟାଡିୟମର ଦର୍ଶକ ବସିବା କ୍ଷମତା ୪୪ ହଜାର ରହିଛି। ଏହା ମଧ୍ୟରୁ ଦର୍ଶକଙ୍କ ପାଇଁ ପ୍ରାୟ ୧୫ ହଜାର ଟିକଟ ରହିଥାଏ।ଏହା ମଧ୍ୟରୁ ୪ ହଜାର ଟିକେଟ ଅନଲାଇନରେ ବିକ୍ରି ହେଉଥିବା ବେଳେ ବାକି ଟିକଟ କାଉଣ୍ଟରରେ ବିକ୍ରି ହୁଏ। ଭବିଷ୍ୟତରେ ସାଧାରଣ ଦର୍ଶକ କେବଳ ଅନଲାଇନରେ ଟିକଟ କିଣିବାର ସମ୍ଭାବନା ରହିଛି। ସେହିପରି ଇଂଲଣ୍ଡ-ଭାରତ ମ୍ୟାଚ ସମୟରେ ଡିଜି ସେଟ ବନ୍ଦ ହୋଇଯିବାରୁ ଲାଇଟ ବନ୍ଦ ରହିଥିଲା। ଫଳରେ ଅଧଘଣ୍ଟା ବନ୍ଦ ହେବାରୁ ଅନ୍ତର୍ଜାତୀୟ ସ୍ତରରେ ଦୁର୍ନାମ ମୁଣ୍ଡାଇବାକୁ ପଡିଥିଲା। 

ତେବେ ଏହି ସବୁ ସମସ୍ୟା ଦୂର କରିବାକୁ ଓସିଏ ପକ୍ଷରୁ ପ୍ରୟାସ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି। ସେ କହିଛନ୍ତି ଖେଳ ଆରମ୍ଭ ପୂର୍ବରୁ ସବୁ ଫ୍ଲଡ ଲାଇଟ ନିକଟରେ ନୂଆ ଡିଜି ସେଟ ବ୍ୟବସ୍ଥା କରାଯିବ। ଭିଡକୁ ଦୂର କରିବାକୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। 

Read More
{}{}