Home >>Odisha Sports

IND vs SA: ସେଞ୍ଚୁରିଅନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ, ଜାଣନ୍ତୁ ହାରିବା ପଛର ୫ଟି ବଡ଼ କାରଣ

Ind vs SA Test: ବକ୍ସିଂ ଡେ ଟେଷ୍ଟରେ ମାତ୍ର ତିନି ଦିନ ମଧ୍ୟରେ ଭାରତ ବିପକ୍ଷରେ ଆୟୋଜକ ଦଳ ଏକ ବଡ଼ ବିଜୟ ପଞ୍ଜିକରଣ କରିଛି। ପ୍ରଥମ ଇନିଂସରେ ଭାରତୀୟ ଦଳ ମାତ୍ର ୨୪୫ ରନ୍ ସ୍କୋରରେ ଅଲଆଉଟ୍ ହୋଇ ଯାଇଥିବାବେଳେ ଦ୍ୱିତୀୟ ଇନିଂସରେ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା।  

Advertisement
India vs South Africa 1st Test
India vs South Africa 1st Test
Jagdish Barik|Updated: Dec 28, 2023, 09:12 PM IST
Share

India vs South Africa 1st Test: ସେଞ୍ଚୁରିଅନ୍ ଟେଷ୍ଟରେ ଭାରତୀୟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଦକ୍ଷିଣ ଆଫ୍ରିକା ଦଳ ଏହି ପ୍ରଥମ ଟେଷ୍ଟ ମ୍ୟାଚକୁ ଗୋଟିଏ ଇନିଂସ ଓ ୩୨ ରନରେ ଜିତିନେଇଛି। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଦକ୍ଷିଣ ଆଫ୍ରିକାର ଉତ୍କୃଷ୍ଟ ଦ୍ରୁତ ବୋଲିଂ ସାମ୍ନାରେ ଭାରତୀୟ ଦଳ ତୃତୀୟ ଦିନରେ ଅଲଆଉଟ୍ ହୋଇ ଯାଇଥିଲା।

ଉଭୟ ଇନିଂସରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଅତ୍ୟନ୍ତ ଖରାପ ଦେଖାଯାଉଥିଲା। ପ୍ରଥମ ଇନିଂସରେ କେ.ଏଲ୍ ରାହୁଲ ଓ ଦ୍ୱିତୀୟ ଇନିଂସରେ ବିରାଟ କୋହଲିଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲରଙ୍କୁ ଅଧିକ ସାମ୍ନା କରିପାରି ନଥିଲେ। ସେଞ୍ଚୁରିଅନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର ପରାଜୟର ଅନେକ ବଡ଼ କାରଣ ରହିଛି।

1. ଟପ୍ ଅର୍ଡର ଫ୍ଲପ୍ 
ଭାରତୀୟ ଦଳର ଟପ୍ ଅର୍ଡର ସେଞ୍ଚୁରିଅନ୍ ଟେଷ୍ଟର ଉଭୟ ଇନିଂସରେ ସମ୍ପୂର୍ଣ୍ଣ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା। ମ୍ୟାଚ୍‌ର ଉଭୟ ଇନିଂସରେ ଟିମ୍ ଇଣ୍ଡିଆର ବହୁତ ଖରାପ ଆରମ୍ଭ କରିଥିଲା। ମ୍ୟାଚ୍‌ର ଉଭୟ ଇନିଂସରେ କ୍ୟାପଟେନ ରୋହିତ ଶର୍ମା, ଯଶ୍ୱସି ଜୈସୱାଲ, ଶୁବମନ ଗିଲ ଓ ଶ୍ରେୟାସ ଆୟର ଖରାପ ପ୍ରଦର୍ଶନ କରିଥିଲେ।

2. ବୋଲିଂରେ ଫ୍ଲପ୍ ହୋଇଥିଲା ଟିମ୍ ଇଣ୍ଡିଆ 
ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ବୋଲିଂ ଅତ୍ୟନ୍ତ ଖରାପ ଥିଲା। ଭାରତୀୟ ବୋଲରମାନେ କେବଳ ଏହି ମ୍ୟାଚରେ ପ୍ରଥମ ଇନିଂସରେ ବୋଲିଂ କରିବାର ସୁଯୋଗ ପାଇଥିଲେ। ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ କୌଣସି ବୋଲର ଭଲ ଇକୋନମିରେ ବୋଲିଂ କରି ପାରି ନଥିଲେ। ଗୋଟିଏ ପଟେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲରମାନେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ ମାନଙ୍କୁ ସେମାନଙ୍କର ଗତି ଓ ବାଉନ୍ସରେ ଅସୁବିଧାରେ ପକାଇଥିବା ବେଳେ ଅନ୍ୟ ପଟେ ଭାରତୀୟ ଦ୍ରୁତ ବୋଲରମାନେ ସେତେଟା ଭଲ ବୋଲିଂ କରିପାରିନଥିଲେ।

3. ବିଫଳ ହୋଇଥିଲେ ରୋହିତ ଶର୍ମା 
ସେଞ୍ଚୁରିଅନ୍ ଟେଷ୍ଟରେ ରୋହିତ ଶର୍ମାଙ୍କଠାରୁ ପ୍ରଶଂସକଙ୍କ ଆଶା ଅଧିକ ଥିଲା କିନ୍ତୁ ରୋହିତ ଶର୍ମା ଉଭୟ ଇନିଂସରେ ପ୍ରଶଂସକଙ୍କୁ ନିରାଶ କରିଥିଲେ। ରୋହିତ ପ୍ରଥମ ଇନିଂସରେ ୫ ରନ୍ ସଂଗ୍ରହ କରିଥିଲେ ଓ ଦ୍ୱିତୀୟ ଇନିଂସରେ ରୋହିତ ଖାତା ମଧ୍ୟ ଖୋଲି ପାରି ନଥିଲେ। ଉଭୟ ଇନିଂସରେ କାଗିସୋ ରବାଡା ଦ୍ୱାରା ରୋହିତ ଶର୍ମାଙ୍କୁ ଆଉଟ୍ କରିଥିଲେ।

4. ଅଭିଜ୍ଞତାର ଅଭାବ 
ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟିଂ ଅତ୍ୟନ୍ତ ଦୁର୍ବଳ ଥିଲା। ଯଦି ପ୍ରଥମ ଇନିଂସରେ କେ.ଏଲ୍ ରାହୁଲ A ଦ୍ୱିତୀୟ ଇନିଂସରେ ବିରାଟ କୋହଲିଙ୍କୁ ବାଦ୍ ଦେଲେ, ବାକି ବ୍ୟାଟ୍ସମ୍ୟାନ୍ ମାନେ ଦଳକୁ ବହୁତ ନିରାଶ କରିଥିଲେ। ଭାରତୀୟ ବ୍ୟାଟିଂରେ ଅନେକ ଅଭିଜ୍ଞତା ଅଭାବ ଥିଲା। ଶୁବମନ ଗିଲ ଠାରୁ ଯଶସ୍ୱୀ ଜୈସୱାଲ ପର୍ଯ୍ୟନ୍ତ ବିଦେଶୀ ମାଟିରେ ଟେଷ୍ଟ କ୍ରିକେଟର ସେତେ ଅଭିଜ୍ଞତା ନାହିଁ। ଯାହା ତାଙ୍କ ବ୍ୟାଟିଂ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା।

5. ଟିମ୍ ଇଣ୍ଡିଆ ନିଜ ଯୋଜନାରେ ବିଫଳ
କ୍ରିକେଟ୍ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଯୋଜନାରେ ଅଭାବ ଥିଲା। ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଦଳ ଯଥାସମ୍ଭବ ଅଭ୍ୟାସ କରିବା ଉଚିତ ଓ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ସ୍ଥାନରେ ଅଭ୍ୟାସ ମଧ୍ୟ କରାଯିବା ଉଚିତ୍ ଥିଲା।

Read More
{}{}