Hindi News >>Home >>Odisha Sports

IND vs SA: ଟେଷ୍ଟ ପରେ ଦକ୍ଷିଣ ଆଫ୍ରିକା ସହ ଆରମ୍ଭ ହେବ ଟି-୨୦ ସିରିଜର ରୋମାଞ୍ଚ, ଏଠାରେ ଦେଖନ୍ତୁ ପୂରା କାର୍ଯ୍ୟସୂଚୀ

IND vs SA T20 Series: ଟିମ୍ ଇଣ୍ଡିଆକୁ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବାକୁ ପଡିବ। ଏହି ସିରିଜରେ ୪ଟି ଟି-୨୦ ମ୍ୟାଚ୍ ଖେଳାଯିବ। ତେବେ ଜାଣନ୍ତୁ ଆପଣ ଏହି ସିରିଜ୍ କୁ କେଉଁଠାରେ ଦେଖିପାରିବେ ଓ କ'ଣ ରହିଛି ଏହାର କାର୍ଯ୍ୟସୂଚୀ।  

Advertisement
IND vs SA T20 Series
IND vs SA T20 Series
Jagdish Barik|Updated: Oct 27, 2024, 10:31 PM IST
Share

IND vs SA T20 Series: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବାକୁ ପଡିବ। ଏହି ସିରିଜ୍ କେବଳ ଦକ୍ଷିଣ ଆଫ୍ରିକାରେ ଖେଳାଯିବ। ଏହି ମ୍ୟାଚ୍ ଗୁଡିକ ୮ ରୁ ୧୫ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଚାରୋଟି ସହର ଡର୍ବାନ୍, ଗେକେବର୍ହା, ସେଞ୍ଚୁରିଅନ୍ ଏବଂ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବ। ଟି-୨୦ କ୍ରିକେଟରେ ଟିମ୍ ଇଣ୍ଡିଆର ସମ୍ପ୍ରତି ପ୍ରଦର୍ଶନ ଭଲ ରହିଛି। ଦଳ ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଏକ କ୍ଲିନ୍ ସୁଇପ୍ କରିଛି। ଏଭଳି ପରିସ୍ଥିତିରେ ଭାରତ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଜିତିବାକୁ ଚେଷ୍ଟା କରିବେ। ତେବେ ଜାଣନ୍ତୁ ଆପଣ ଏହି ସିରିଜ୍ କୁ କେଉଁଠାରେ ଦେଖିପାରିବେ ଓ କ'ଣ ରହିଛି ଏହାର କାର୍ଯ୍ୟସୂଚୀ।

କେବେ ଏବଂ କେଉଁଠାରେ ଖେଳାଯିବ?
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଏହି ସିରିଜର ସମସ୍ତ ମ୍ୟାଚ୍ ଭାରତୀୟ ସମୟ (IST) ରାତି ୦୯:୩୦ ରେ ଆରମ୍ଭ ହେବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍ ଡର୍ବାନର କିଙ୍ଗସମିଡରେ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ ଗେକେବାରର ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ। ତୃତୀୟ ଏବଂ ଚତୁର୍ଥ ମ୍ୟାଚ୍ ସେଞ୍ଚୁରିଅନର ସୁପରପୋର୍ଟ ପାର୍କ ଏବଂ ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର୍), ରିଙ୍କୁ ସିଂ, ତିଲକ ଭର୍ମା, ଜିତେଶ ଶର୍ମା (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ବିଜୟ କୁମାପ ବୌଶାଖ, ଆବେଶ ଖାନ ଓ ୟଶ ଦୟାଲ।

ଆପଣ ଏଠାରେ ଦେଖିପାରିବେ ଲାଇଭ୍ ମ୍ୟାଚ୍
ଏହି ସିରିଜର ଅଫିସିଆଲ୍ ଟେଲିକାଷ୍ଟ ସ୍ପୋର୍ଟସ୍ 18 ରେ ହେବ। ପ୍ରଶଂସକମାନେ ଏହି ମ୍ୟାଚ୍ ସ୍ପୋର୍ଟସ୍ 18 ଏବଂ ସ୍ପୋର୍ଟସ୍ 18 HD ଚ୍ୟାନେଲରେ ଦେଖିପାରିବେ। JioCinema ରେ ପ୍ରଶଂସକମାନେ ଏହି ମ୍ୟାଚ୍ ଅନଲାଇନରେ ଦେଖିପାରିବେ। ଏହା ବ୍ୟତୀତ ଆପଣ ଏହି ମ୍ୟାଚ୍ ଡିଡି ସ୍ପୋର୍ଟସରେ ମଧ୍ୟ ଦେଖିପାରିବେ।

Read More
{}{}