Home >>Odisha Sports

IND vs ZIM 3rd T20I : ଜିମ୍ବାୱେକୁ ୧୮୨ ରନ ବିଜୟ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ: ଆଜି ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୩ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଅଧିନାୟକ ଶୁବମାନ ଗିଲ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ୪୯ ବଲ ଖେଳି ଧୁଆଁଧାର ୬୬ ରନ ସ୍କୋର କରିଥିଲେ। ଗିଲଙ୍କ ଏହି ଇନିଂସରେ ୭ଟି ଚୌକା ଓ ୬ଟି ଛକା ସାମିଲ ରହିଛି। ସେହିପରି ଋତୁରାଜ ଗାଏକ୍ୱାଡ଼ ତାଙ୍କର ଅର୍

Advertisement
IND vs ZIM 3rd T20I : ଜିମ୍ବାୱେକୁ ୧୮୨ ରନ ବିଜୟ ଲକ୍ଷ୍ୟ ଦେଲା ଭାରତ
Prabhudatta Moharana|Updated: Jul 10, 2024, 06:30 PM IST
Share

IND vs ZIM 3rd T20I : ନୂଆଦିଲ୍ଲୀ: ଆଜି ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୩ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଅଧିନାୟକ ଶୁବମାନ ଗିଲ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ୪୯ ବଲ ଖେଳି ଧୁଆଁଧାର ୬୬ ରନ ସ୍କୋର କରିଥିଲେ। ଗିଲଙ୍କ ଏହି ଇନିଂସରେ ୭ଟି ଚୌକା ଓ ୬ଟି ଛକା ସାମିଲ ରହିଛି। ସେହିପରି ଋତୁରାଜ ଗାଏକ୍ୱାଡ଼ ତାଙ୍କର ଅର୍ଦ୍ଧ ଶତକରୁ ବଞ୍ଚିତ ହୋଇଥିଲେ। ସେ ୨୮ ବଲରେ ୪୯ ରନ୍ ସଂଗ୍ରହ କରିଥିଲେ। ଗାଏକ୍ୱାଡ଼ଙ୍କର ଏହି ଇନିଂସରେ ୪ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ୩୬ ରନ୍ ସ୍କୋର କରିବା ପରେ ଯଶସ୍ୱୀ ଜୟସ୍ୱାଲ ଆଉଟ୍ ହୋଇଥିଲେ। ସଞ୍ଜୁ ସାମସନ ୧୨ ରନ୍ ସ୍କୋର କରି ଅପରାଜିତ ରହିଥିଲେ।  ଜିମ୍ବାୱେ ପକ୍ଷରୁ ସିକନ୍ଦର ରାଜା ଓ ବ୍ଲେସିଂ ମୁଜରବାନୀ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। 

Read More
{}{}