Home >>Odisha Sports

India vs Bangladesh: ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ବାତିଲ, ବିସିସିଆଇ ଦେଲା ସୂଚନା

India tour of Bangladesh: ଅଗଷ୍ଟ ୨୦୨୫ ରେ ସୀମିତ ଓଭର ସିରିଜ ପାଇଁ ଟିମ୍ ଇଣ୍ଡିଆ ବାଂଲାଦେଶ ଯିବ ନାହିଁ। ଭାରତୀୟ କ୍ରିକେଟ୍ କଣ୍ଟ୍ରଲ ବୋର୍ଡ ଏହା ନିଶ୍ଚିତ କରିଛି। ବାଂଲାଦେଶ ଗସ୍ତକୁ ପୁନଃନିର୍ଦ୍ଧାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

Advertisement
ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ବାତିଲ
ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ବାତିଲ
Jagdish Barik|Updated: Jul 05, 2025, 06:20 PM IST
Share

India tour of Bangladesh: ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ବାତିଲ କରାଯାଇଛି। BCCI ଶନିବାର ଦିନ ଏହା ନିଶ୍ଚିତ କରିଛି। ଗତ କିଛି ଦିନ ଧରି ଅଗଷ୍ଟ ୨୦୨୫ ରେ ହେବାକୁ ଥିବା ବାଂଲାଦେଶ ଗସ୍ତକୁ ସ୍ଥଗିତ ରଖିବା ନେଇ କଳ୍ପନାଜଳ୍ପନା ଚାଲିଥିଲା। ଯାହା ଏବେ ନିଶ୍ଚିତ ହୋଇଛି। ପଡ଼ୋଶୀ ଦେଶରେ ଚାଲିଥିବା ରାଜନୈତିକ ଉତ୍ତେଜନା ଯୋଗୁଁ ଏହି ଗସ୍ତକୁ ସ୍ଥଗିତ ରଖାଯାଇଛି ବୋଲି କୁହାଯାଉଛି। 

ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ର ଏକ ସିରିଜ୍ ଅନୁଷ୍ଠିତ ହେବାର ଥିଲା। BCCI ଏବଂ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଏବେ ସେପ୍ଟେମ୍ବର ୨୦୨୬ ରେ ସୀମିତ ଓଭର ସିରିଜ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ନିଜ ବୟାନରେ କହିଛି, "ବିସିବି ଏବଂ ବିସିସିଆଇ ଅଗଷ୍ଟ ୨୦୨୫ ରେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ତିନୋଟି ଦିନିକିଆ ଏବଂ ତିନୋଟି ଟି୨୦ ଅନ୍ତର୍ଜାତୀୟ ସିରିଜକୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପାରସ୍ପରିକ ସହମତ ହୋଇଛନ୍ତି। ଉଭୟ ଦଳର ଅନ୍ତର୍ଜାତୀୟ କ୍ରିକେଟ ପ୍ରତିବଦ୍ଧତା ଏବଂ ସମୟ ନିର୍ଘଣ୍ଟ ସୁବିଧାକୁ ବିଚାରକୁ ନେଇ ଦୁଇ ବୋର୍ଡ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବହୁ ପ୍ରତୀକ୍ଷିତ ସିରିଜ ପାଇଁ ବିସିବି ସେପ୍ଟେମ୍ବର ୨୦୨୬ ରେ ଭାରତକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛି। ଗସ୍ତ ପାଇଁ ସଂଶୋଧିତ ତାରିଖ ଏବଂ ସମୟସୀମା ଯଥାସମ୍ଭବ ଘୋଷଣା କରାଯିବ।"

Read More
{}{}