Home >>Odisha Sports

India vs England: ଆଜି ମୁହାଁମୁହିଁ ଭାରତ-ଇଂଲଣ୍ଡ, ବୁମରାଙ୍କ ସ୍ଥାନ ନେଲେ ଏହି ଖେଳାଳୀ...

ndia vs England: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଚାଲିଛି। ଭାରତୀୟ ଦଳ ଏହି ମ୍ୟାଚ ଜିତିବାକୁ ଏବଂ ସିରିଜକୁ କବଜା କରିବାକୁ ଜୋରଦାର ପ୍ରୟାସ ଚାଲିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ଭାରତୀୟ ଟିମ୍ ପ୍ରଥମେ ବୋଲ୍ଂ ପାଇଁ ସୁଯୋଗ ପାଇଛି। 

Advertisement
India vs England: ଆଜି ମୁହାଁମୁହିଁ ଭାରତ-ଇଂଲଣ୍ଡ, ବୁମରାଙ୍କ ସ୍ଥାନ ନେଲେ ଏହି ଖେଳାଳୀ...
Zee Odisha Desk|Updated: Feb 23, 2024, 10:21 AM IST
Share

India vs England: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଚାଲିଛି। ଭାରତୀୟ ଦଳ ଏହି ମ୍ୟାଚ ଜିତିବାକୁ ଏବଂ ସିରିଜକୁ କବଜା କରିବାକୁ ଜୋରଦାର ପ୍ରୟାସ ଚାଲିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ଭାରତୀୟ ଟିମ୍ ପ୍ରଥମେ ବୋଲ୍ଂ ପାଇଁ ସୁଯୋଗ ପାଇଛି। ଭାରତୀୟ ଦଳର ୧୧ ଜଣ ଖେଳାଳୀଙ୍କ ମଧ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଏହି ପରିବର୍ତ୍ତନ ଟିମ୍ ଇଣ୍ଡିଆରେ ଘଟିଛି:

ରାଞ୍ଚି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ରାଞ୍ଚି ଟେଷ୍ଟରୁ ବିଶ୍ରାମ ନେଇସାରିଛନ୍ତି। ଯାହା ଫଳରେ ଭାରତୀୟ ଦଳର ବୋଲିଂ କ୍ରମ ଉପରେ ବଡ଼ ପ୍ରଭାବ ପଡ଼ିଛି। ବୁମରାଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲିଂର ସମ୍ପୂର୍ଣ୍ଣ ଦାୟିତ୍ୱ ମହମ୍ମଦ ସିରାଜଙ୍କ କାନ୍ଧରେ ରହିବ। ଏଭଳି ପରିସ୍ଥିତିରେ, ସିରାଜ କିପରି ପ୍ରଦର୍ଶନ କରୁଛନ୍ତିନ୍ତି ତାହା ଦେଖିବା ବାକି ରହିଛି। ବୁମରାଙ୍କ ସ୍ଥାନରେ ବିହାର ଖେଳାଳି ଆକାଶ ଦୀପ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଟେଷ୍ଟ ଦଳରେ ଡେବ୍ୟୁ କରିବାରେ ଆକାଶ ଦୀପ ୩୧୩ ତମ ଖେଳାଳି ହୋଇଛନ୍ତି।

ଟିମ୍ ଇଣ୍ଡିଆର ପ୍ଲେଇଂ ୧୧:

ଯଶସ୍ୱୀ ଜୈସୱାଲ, ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ରଜତ ପାଟିଦାର, ସରଫରାଜ ଖାନ୍, ରବିନ୍ଦ୍ର ଜାଡେଜା, ଧ୍ରୁଭ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ଆକାଶ ଦୀପ, କୁଲଦୀପ ଯାଦବ, ମହମ୍ମଦ ସିରାଜ।

ରାଞ୍ଚି ଗ୍ରାଉଣ୍ଡରେ ଭାରତର ରେକର୍ଡ କିପରି?

ଏହି ଗ୍ରାଉଣ୍ଡରେ ଭାରତ ମୋଟ ୨ଟି ଟେଷ୍ଟ ମ୍ୟାଚ୍ ଖେଳିଛି। ମାର୍ଚ୍ଚ ୨୦୧୭ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚ୍ ଡ୍ର ଥିଲା। ଏହା ପରେ ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚରେ ଭାରତ ଏକ ଐତିହାସିକ ବିଜୟ ନିଜ ନାଁରେ କରିଥିଲା। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଆଜି ପର୍ଯ୍ୟନ୍ତ ଭାରତ ଏହି ଗ୍ରାଉଣ୍ଡରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ହାରି ନାହିଁ। ଏଭଳି ପରିସ୍ଥିତିରେ ଭାରତ ମଧ୍ୟ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି।

Read More
{}{}