Hindi News >>Home >>Odisha Sports

IND vs NZ Highlights: ମିଚେଲ ସାଣ୍ଟନରଙ୍କ ସ୍ପିନ୍ ବୋଲିଂ ଆଗରେ ଆଣ୍ଠୁ ମାଡିଲା ଟିମ୍ ଇଣ୍ଡିଆ, ଡ୍ରାଇଭିଂ ସିଟରେ ନ୍ୟୁଜିଲ୍ୟାଣ୍ଡ

IND vs NZ: ନ୍ୟୁଜିଲ୍ୟାଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ପୁଣେ ପିଚ୍‌ରେ ବ୍ୟାଟିଂ କରିବାରେ କୌଣସି ଅସୁବିଧା ମନେ କରୁନଥିବା ବେଳେ ଏହି ସିରିଜରେ ଦ୍ୱିତୀୟ ଥର ପାଇଁ ଭାରତୀୟ ଷ୍ଟାର୍ ଖେଳାଳିଙ୍କ ବ୍ୟାଟିଂ ଲାଇନ୍ ଅପ୍ ତାସ ପତା ପରି ଖସିଯାଇଥିଲା।   

Advertisement
India vs New Zealand 2nd Test Day 2
India vs New Zealand 2nd Test Day 2
Jagdish Barik|Updated: Oct 25, 2024, 09:15 PM IST
Share

IND vs NZ Highlights, 2nd Test Day 2: ବେଙ୍ଗାଲୁରୁ ଟେଷ୍ଟ ପରେ ପୁଣେ ଟେଷ୍ଟରେ ମଧ୍ୟ ଭାରତୀୟ ଦଳର ଅବସ୍ଥା ଖରାପ ହୋଇଯାଇଛି। ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୧୫୬ ରନରେ ଅଲଆଉଟ୍ ହୋଇ ଯାଇଥିଲା। ମିଚେଲ ସାଣ୍ଟନରଙ୍କ ସ୍ପିନ୍‌ରେ ଭାରତୀୟ ଷ୍ଟାର ଖେଳାଳିଙ୍କ ପାଖେ କୌଣସି ଜବାବ ନଥିଲା। ଏହା ପରେ କିୱି ଦଳ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୩୦୧ ରନ୍ ଅଗ୍ରଣୀ ହାସଲ କରିନେଇଛି। ଦିନର ଖେଳ ଶେଷ ପର୍ଯ୍ୟନ୍ତ ଟମ୍ ବ୍ଲଣ୍ଡେଲ ଏବଂ ଗ୍ଲେନ୍ ଫିଲିପ୍ସ କ୍ରିଜରେ ଅପରାଜିତ ଥିଲେ। ଟମ୍ ବ୍ଲଣ୍ଡେଲ ୭୦ ବଲରେ ୩୦ ରନ୍ ଏବଂ ଗ୍ଲେନ୍ ଫିଲିପ୍ସ ୨୯ ବଲରେ ୯ ରନ୍ କରି ଖେଳୁଛନ୍ତି।

୬୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତରେ ଐତିହାସିକ ପ୍ରଥମ ଟେଷ୍ଟ ସିରିଜ୍ ଜିତିବାକୁ ନ୍ୟୁଜିଲ୍ୟାଣ୍ଡ ଚେଷ୍ଟା କରୁଛି। ବେଙ୍ଗାଲୁରୁରେ ଘରୋଇ ମାଟିରେ ଚାଲିଥିବା ଶେଷ ଟେଷ୍ଟରେ ଭାରତୀୟ ଦଳ ୪୬ ରନରେ ଅଲଆଉଟ୍ ହୋଇଥିଲା। ଫଳ ସୂରୁପ ୩୬ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ନ୍ୟୁଜିଲ୍ୟାଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ପିଚ୍‌ରେ ବ୍ୟାଟିଂ କରିବାରେ କୌଣସି ଅସୁବିଧା ମନେ କରୁନଥିବା ବେଳେ ଏହି ସିରିଜରେ ଦ୍ୱିତୀୟ ଥର ପାଇଁ ଭାରତୀୟ ଷ୍ଟାର୍ ଖେଳାଳିଙ୍କ ବ୍ୟାଟିଂ ଲାଇନ୍ ଅପ୍ ତାସ ପତା ପରି ଭାଙ୍ଗିଯାଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ୍ ସାଣ୍ଟନରଙ୍କ ବୋଲିଂ ଆଗରେ ଭାରତୀୟ ଖେଳାଳି ଅସହାୟ ମନେ କରୁଥିଲେ, ଏହି କାରଣରୁ ଭାରତ ନିଜ ପ୍ରଥମ ଇନିଂସରେ ୪୫.୩ ଓଭରରେ ମାତ୍ର ୧୫୬ ରନ୍ ସ୍କୋର କରିପାରିଥିଲା ଓ ୧୦୩ ରନରେ ପଛୁଆ ରହିଥିଲା।

ବାମ ହାତୀ ସ୍ପିନର ସାଣ୍ଟନର୍ ୧୯.୩ ଓଭରରେ ୫୩ ରନ୍ ଦେଇ ସାତୋଟି ୱିକେଟ୍ ନେଇଥିବାବେଳେ ସ୍ପିନର ଗ୍ଲେନ୍ ଫିଲିପ୍ସ ଦୁଇଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଶୁବମନ ଗିଲ (୩୦) ଓ ଯଶସ୍ୱୀ ଜୈସୱାଲ (୩୦) ୪୯ ରନ ଯୋଡିଥିଲେ କିନ୍ତୁ ଏହା ପରେ ୬ଟି ୱିକେଟ୍ ୫୩ ରନ୍ ମଧ୍ୟରେ ପଡି ଯାଇଥିଲା।

Read More
{}{}