IND vs NZ: ଦୁବାଇରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲାରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ । ଭାରତୀୟ କ୍ରିକେଟ୍ ଟିମ୍ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍ ଏ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ମୁକାବିଲା କରିବାକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ସେମିଫାଇନାଲ ପାଇଁ ମ୍ୟାଚ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ପରାଜିତ ଦଳ ଦକ୍ଷିଣ ଆଫ୍ରିକା ସହିତ ଆଉ ବିଜେତା ଦଳ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବ। ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ସେମାନଙ୍କର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ବାଂଲାଦେଶ ଏବଂ ପାକିସ୍ତାନକୁ ପରାସ୍ତ କରିଛନ୍ତି। ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଭାରତର ପ୍ଲେଇଂ-୧୧ରେ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଏବଂ ନ୍ୟୁଜିଲାଣ୍ଡର ପ୍ଲେଇଂ-୧୧ରେ ୱିଲ୍ ୟଙ୍ଗ, ରାଚିନ୍ ରବିନ୍ଦ୍ର, କେନ୍ ୱିଲିୟମ୍ସନ୍, ଡାରିଲ୍ ମିଚେଲ୍, ଟମ୍ ଲାଥାମ୍ (ୱିକେଟକିପର), ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର (ଅଧିନାୟକ), ମ୍ୟାଟ୍ ହେନରୀ, କାଇଲ୍ ଜାମିସନ୍, ୱିଲିୟମ୍ ଓ'ରୌର୍କେ ଅଛନ୍ତି ।
ଟସ୍ ସମୟରେ ନ୍ୟୁଜିଲାଣ୍ଡ ଅଧିନାୟକ କହିଥିଲେ ଯେ, ଆମେ ପ୍ରଥମେ ବୋଲିଂ କରିବୁ କାରଣ ଆରମ୍ଭରେ ଚାପ ସୃଷ୍ଟି କରିବାକୁ ଚାହୁଁଛି ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏହି ମ୍ୟାଚ ଜିତିବାକୁ ଚାହୁଁଛୁ, ଆମେ ଜାଣିଛୁ ଆମକୁ ପରେ ଲାହୋର ଯିବାକୁ ପଡିବ, କିନ୍ତୁ ବର୍ତ୍ତମାନ ଆମର ପ୍ରଥମ କାମ ହେଉଛି ଏହି ଷ୍ଟାଡିୟମରେ ଭଲ ପ୍ରଦର୍ଶନ କରିବା ଏବଂ ବିଭିନ୍ନ ପରିସ୍ଥିତିରେ ନିଜକୁ ଚ୍ୟାଲେଞ୍ଜ କରିବା।"
ଅନ୍ୟପଟେ, ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଯଦି ଟସ୍ ତାଙ୍କ ସପକ୍ଷରେ ହୋଇଥାନ୍ତା ତେବେ ସେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥାନ୍ତେ। "ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲି, ଆମେ ପ୍ରଥମେ କ'ଣ କରିପାରିବା ଦେଖିବାକୁ ଚାହୁଁଥିଲି ଏବଂ ତା'ପରେ ଆମର ବୋଲରମାନଙ୍କୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଥିଲି କାରଣ ଆମେ ଉଭୟ ମ୍ୟାଚ୍ରେ ପିଛା କରିଛୁ।" ରୋହିତ ଆହୁରି କହିଥିଲେ ଯେ, ତାଙ୍କର ରଣନୀତି ପୂର୍ବ ମ୍ୟାଚ୍ ପରି ସମାନ ରହିବ। ସେମାନେ ସମାନ ଭାବରେ ଖେଳିବାକୁ ଚେଷ୍ଟା କରିବେ। ଉଭୟ ମ୍ୟାଚ୍ରେ ଆମେ ଏକାଠି ୧୯ଟି ୱିକେଟ୍ ନେଇଛୁ। ଆମର ସ୍ପିନରମାନେ ସେମାନଙ୍କୁ ଭଲ ଭାବରେ ପ୍ରତିବନ୍ଧିତ କରିଛନ୍ତି ।
ଅନ୍ୟପଟେ, ଖବର ଲେଖାହେବା ପର୍ଯ୍ୟନ୍ତ ଭାରତ ୩ ୱିକେଟ୍ ହରାଇ ୩୫ ରନ୍ ସଂଗ୍ରହ କରିଥିଲା ।
Also Read- Budh Gochar 2025: ୭ ମଇ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ ବୁଧ, ଜାଣନ୍ତୁ ପଡିବ କିପରି ପ୍ରଭାବ
Also Read- ରବିବାର ମାହାଙ୍ଗା ବିଧାୟକ ଶାରଦା ପ୍ରସାଦଙ୍କ ବାହାଘର, ତା ପୂର୍ବରୁ ୬ଟି ଫଟୋ ଭାଇରାଲ୍