Home >>Odisha Sports

IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ବାଦ୍ ପଡିଲେ ଏହିସବୁ ଷ୍ଟାର ଖେଳାଳି

IND vs SA: ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ।  ସେ ବାଂଲାଦେଶ ବିପକ୍ଷ ଟି -୨୦ ସିରିଜରେ ସାମିଲ ଥିଲେ ।  ସେ ସୀମା-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ମୟଙ୍କ ୟାଦବ ଆହତ କାରଣରୁ ବି ବାଦ୍ ପଡିଛୱନ୍ତି। ତାଙ୍କ ବ୍ୟତୀତ ଅନେକ ଯୁବ ଖେଳାଳି ଟି -20 ସିରିଜରେ ସୁଯୋଗ ପାଇଛନ୍ତି।

Advertisement
IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ବାଦ୍ ପଡିଲେ ଏହିସବୁ ଷ୍ଟାର ଖେଳାଳି
Rashmita Sahoo|Updated: Oct 26, 2024, 01:47 PM IST
Share
IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ରମନଦୀପ, ବିଜୟ କୁମାରଙ୍କ ଭଳି ଖେଳାଳିଙ୍କୁ ପ୍ରଥମ ଥର ପାଇଁ ଦଳରେ ସୁଯୋଗ ମିଳିଛି। ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି। କିନ୍ତୁ ଏହି ସିରିଜ୍ କେବେ ଖେଳାଯିବ ଜାଣନ୍ତି କି?  ତେବେ ଆସନ୍ତୁ ଜାଣିବା ସିରିଜର ପୂରା କାର୍ଯ୍ୟସୂଚୀ । କେବେ ଓ କେଉଁଠି ଖେଳାଯିବ ଏହି ମ୍ୟାଚ୍ ?
 
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ନଭେମ୍ବର ୮ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ନଭେମ୍ବର ୧୦ରେ କିଙ୍ଗସମିଡ୍ ରେ, ଦ୍ବିତୀୟ ମ୍ୟାଚ୍ ନଭେମ୍ବର ୧୦ରେ ସେଣ୍ଟ ଜର୍ଜ ଓଭାଲ୍ ରେ, ତୃତୀୟ ମ୍ୟାଚ୍ ନଭେମ୍ବର ୧୩ରେ ସୁପରସ୍ପୋର୍ଟ ପାର୍କ ଷ୍ଟାଡିୟମରେ ଏବଂ ଚତୁର୍ଥ ଟି-୨୦ ନଭେମ୍ବର ୧୫ରେ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରୁ ସମସ୍ତ ମ୍ୟାଚ୍ ଖେଳାଯିବ। ତେବେ ଭାରତୀୟ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର ଯାଦବ।
 
ଷ୍ଟାର ଖେଳାଳି ପଡ଼ିଲେ ବାଦ୍…
ଟିମ୍ ଇଣ୍ଡିଆରେ, ଇଣ୍ଡିଆ Aର ଭାଗ ହୋଇଥିବା ଅଧିକାଂଶ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ସଞ୍ଜୁ ସାମସନ୍ ଏବଂ ଜିତେଶ ଶର୍ମାଙ୍କୁ ୱିକେଟ୍ କିପର ଭାବରେ ସୁଯୋଗ ଦିଆଯାଇଥିବାବେଳେ ରିଙ୍କୁ ସିଂ, ତିଲକ ଭର୍ମା, ରମନଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ବିଜୟ କୁମାର ଏବଂ ଯଶ ଦୟାଲଙ୍କୁ ସ୍ଥାନ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି । ହେଲେ ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ।  ସେ ବାଂଲାଦେଶ ବିପକ୍ଷ ଟି -୨୦ ସିରିଜରେ ସାମିଲ ଥିଲେ ।  ସେ ସୀମା-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ମୟଙ୍କ ୟାଦବ ଆହତ କାରଣରୁ ବି ବାଦ୍ ପଡିଛୱନ୍ତି। ତାଙ୍କ ବ୍ୟତୀତ ଅନେକ ଯୁବ ଖେଳାଳି ଟି -20 ସିରିଜରେ ସୁଯୋଗ ପାଇଛନ୍ତି।
 
ଯଦି ଦେଖିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ରେ ମୋଟ ୨୭ଟି ମ୍ୟାଚ୍ ଖେଳାଯାଇଛି। ଏହି ୨୭ ଟି ମ୍ୟାଚରୁ ଭାରତ ୧୫ ଥର ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୧ ଥର ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ଖେଳାଯାଇଛି।  ଭାରତୀୟ ଦଳ ଦଳର ପଲ୍ଲା ଭାରି ରହିଛି। ନଭେମ୍ବରରେ କେଉଁ ଦଳ ଟି-୨୦ ଶୃଙ୍ଖଳା ଜିତିବ ତାହା ଦେଖିବାକୁ ବାକି ରହିଲା।
 
ଟିମ ସଦସ୍ୟ- ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟ୍ କିପର୍), ରିଙ୍କୁ ସିଂ, ତିଲକ ବର୍ମା, ଜିତେଶ ଶର୍ମା (ୱିକେଟ୍ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମନଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବିଜୟକୁମାର ବୈଶ୍ୟ, ଆବେଶ ଖାନ୍, ୟଶ ଦୟାଲ।
 
 
Read More
{}{}