Hindi News >>Home >>Odisha Sports

Team India T20 captain: ହାର୍ଦ୍ଦିକ ପାଣ୍ଡ୍ୟା ପାଇଲେ ଟିମ୍ ଇଣ୍ଡିଆର କମାଣ୍ଡ, ରେସରୁ ବାଦ ପଡିଲେ ଏହି ଦୁଇ ଖେଳାଳି!

India squad for Sri Lanka tour: ୩୦ ବର୍ଷୀୟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟ୍ ଓ ସେ ବିସିସିଆଇକୁ ଏହା ଜଣାଇଛନ୍ତି ଯେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ସେ ଅଧିନାୟକତ୍ୱ କରିବାକୁ ପ୍ରସ୍ତୁତ ଅଛନ୍ତି।   

Advertisement
Team India T20 captain
Team India T20 captain
Jagdish Barik|Updated: Jul 16, 2024, 02:48 PM IST
Share

Team India T20 captain: ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜର ଅଧିନାୟକ ହେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବ୍ୟକ୍ତିଗତ କାରଣରୁ ପାଣ୍ଡ୍ୟା ଏକଦିବସୀୟ ସିରିଜର ଅଂଶ ହୋଇପାରିବେ ନାହିଁ। ୩୦ ବର୍ଷୀୟ ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ଏବଂ ହାର୍ଦ୍ଦିକ ବିସିସିଆଇକୁ ଏହା ଜଣାଇଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରଜରେ ଅଧିନାୟକତ୍ୱ କରିବାକୁ ପ୍ରସ୍ତୁତ ଅଛନ୍ତି। ନ୍ୟୁଜ୍ ୧୮ ର ରିପୋର୍ଟ ଅନୁଯାୟୀ, ସୂତ୍ର କହିଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଉପଲବ୍ଧତା ବିଷୟରେ ବୋର୍ଡକୁ ସୂଚନା ଦେଇଛନ୍ତି।

ସୂତ୍ରରୁ ଜଣାପଡିଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଅଧିନାୟକ ହେବେ। ସେ ସଂପୂର୍ଣ୍ଣ ଫିଟ୍। ତାଙ୍କର କିଛି ବ୍ୟକ୍ତିଗତ ମାମଲା ଥିବାରୁ ସେ ODI ସିରିଜରୁ ଦୂରେଇ ରହିଛନ୍ତି। ପାଣ୍ଡ୍ୟା ୨୦୨୪ ଟି-୨୦ ବିଶ୍ୱକପରେ ଶେଷ ଓଭରରେ ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରି ଦଳକୁ ଚାମ୍ପିଅନ୍ କରାଇଥିଲେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ହାର୍ଦ୍ଦିକ ପାଣ୍ଡ୍ୟା ହେନେରୀ କ୍ଲାସେନ୍ ଏବଂ ଡେଭିଡ ମିଲରଙ୍କ ୱିକେଟ୍ ନେଇଥିଲେ। ଯେତେବେଳେ କି ଫାଇନାଲ ଓଭରରେ ପାଣ୍ଡ୍ୟା ବହୁତ ଶାନ୍ତ ଥିଲେ। ଭାରତ ପାଇଁ ଏହି ଟୁର୍ଣ୍ଣାମେଣ୍ଟର ୮ଟି ମ୍ୟାଚରେ ଭାଗ ନେଇଥିବା ପାଣ୍ଡ୍ୟା ବିନା କୌଣସି ଅସୁବିଧାରେ ମୋଟ ୨୫ ଓଭର ବୋଲିଂ କରିଥିଲେ। ୨୦୨୩ ଦିନିକିଆ ବିଶ୍ୱକପ ସମୟରେ ସେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ଓ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ।

ଯଦି ସୂତ୍ର ଗୁଡିକ ବିଶ୍ୱାସ କରାଯାଏସ ତେବେ ବିଶ୍ୱକପ୍ ୨୦୨୩ ପରେ ହାର୍ଦ୍ଦିକ ଆହତ ହୋଇନାହାଁନ୍ତି। ସେ କୌଣସି ବିରତି ବିନା ଆଇପିଏଲ୍ ଖେଳିଥିଲେ। ଏହା ବ୍ୟତୀତ ସେ ଟି-୨୦ ବିଶ୍ୱକପରେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉଥିଲେ। ଏଭଳି ପରିସ୍ଥିତିରେ ସେ ଗତ ତିନିମାସ ଧରି ନନଷ୍ଟପ୍ କ୍ରିକେଟ୍ ଖେଳୁଥିଲେ।

ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଟି-୨୦ ରେ ଅଧିନାୟକ ହେବେ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ। ଅନେକ ଥର ଯେତେବେଳେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର କମାଣ୍ଡ ନେଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ଶ୍ରୀଲଙ୍କା ସିରିଜ୍ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଉଛି। ଚୟନକର୍ତ୍ତାମାନେ ଏହି ସମୟ ମଧ୍ୟରେ ଅନ୍ୟ କୌଣସି ଖେଳାଳିଙ୍କ ନାମ ନେଇ ନଥିଲେ ଏବଂ ପାଣ୍ଡ୍ୟାଙ୍କୁ ସିଧାସଳଖ ଅନୁମୋଦନ କରିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ନାମ ଆସୁଥିଲା କିନ୍ତୁ ଏଥିରେ କୌଣସି ଆଲୋଚନା ହୋଇନଥିଲା। ସେ ବର୍ତ୍ତମାନ ରେସରୁ ବାହାରେ ଅଛନ୍ତି।

ଆପଣଙ୍କୁ କହିରଖୁଛୁ ଯେ ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ତିନୋଟି ଟି-୨୦ ଓ ତିନୋଟି ODI ମ୍ୟାଚ୍ ଖେଳିବାକୁ ପଡିବ। ଏହା ପରେ ଦଳ ବାଂଲାଦେଶ ବିପକ୍ଷରେ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଶ୍ରୀଲଙ୍କା ସିରିଜ୍ ସହିତ ନିଜର କାର୍ଯ୍ୟଭାର ସମ୍ଭାଳିବାକୁ ଯାଉଛନ୍ତି।

Read More
{}{}