Home >>Odisha Sports

india vs srilanka: ଶ୍ରୀଲଙ୍କା ଗସ୍ତ ପାଇଁ ଭାରତର କ୍ରୀଡ଼ାସୂଚୀ ଜାରି, ବିସିସିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ଅଛି। ଜିମ୍ବାୱେ ଗସ୍ତରୁ ଫେରିବା ପରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ। ଏନେଇ ଆଜି ବିସିସିଆଇ କ୍ରୀଡାସୂଚୀ ଜାରି କରିଛି। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏହାର ଅଫିସିଆଲ୍ ଘୋଷଣା କରିଛି। କାର୍ଯ୍ୟସୂଚୀ ଅନୁଯାୟୀ ଭାରତୀୟ ଦଳ କେବଳ ତିନି ମ୍ୟାଚ୍

Advertisement
india vs srilanka: ଶ୍ରୀଲଙ୍କା ଗସ୍ତ ପାଇଁ ଭାରତର କ୍ରୀଡ଼ାସୂଚୀ ଜାରି, ବିସିସିଆଇର ବଡ଼ ଘୋଷଣା
Prabhudatta Moharana|Updated: Jul 11, 2024, 08:19 PM IST
Share

india vs srilanka: ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ଅଛି। ଜିମ୍ବାୱେ ଗସ୍ତରୁ ଫେରିବା ପରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ। ଏନେଇ ଆଜି ବିସିସିଆଇ କ୍ରୀଡାସୂଚୀ ଜାରି କରିଛି। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏହାର ଅଫିସିଆଲ୍ ଘୋଷଣା କରିଛି। କାର୍ଯ୍ୟସୂଚୀ ଅନୁଯାୟୀ ଭାରତୀୟ ଦଳ କେବଳ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବ।

୨୬ ଜୁଲାଇରୁ ସିରିଜ ଆରମ୍ଭ

ଚଳିତ ମାସ ୨୬ ତାରିଖରୁ ଭାରତ ତାର ଶ୍ରୀଲଙ୍କା ସିରିଜ ଆରମ୍ଭ କରିବ। ଏହି ସିରିଜରେ ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ। ପାଲିକେଲରେ ତିନୋଟି ଯାକ ଟି୨୦ ମ୍ୟାଚ ଖେଳାଯିବ। ପ୍ରଥମ ଟି୨୦ ଜୁଲାଇ ୨୬ ତାରିଖରେ ଖେଳାଯିବାକୁ ଥିବା ବେଳେ ୨୭ ତାରିଖରେ ଦ୍ୱିତୀୟ ଓ ୨୯ ତାରିଖରେ ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ। ଏହାପରେ କଲମ୍ବୋରେ ଦିନିକିଆ ସିରିଜ ଖେଳାଯିବ। ୧ ଅଗଷ୍ଟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଦିନିକିଆ ୪ ଓ ତୃତୀୟ ତଥା ଅନ୍ତିମ ଦିନିକିଆ ୭ ଅଗଷ୍ଟରେ ଖେଳାଯିବ। ଦିନିକିଆ ଭାରତୀୟ ସମୟ ଦିନ ସାଢେ ଦୁଇଟାରେ ଆରମ୍ଭ ହେବାକୁ ଥିବା ବେଳେ ଟି୨୦ ସିରିଜ ସନ୍ଧ୍ୟା ୭ଟାରେ ଖେଳାଯିବ। 

 

ଗୌତମ ଗମ୍ଭୀର ରହିବେ ମୁଖ୍ୟ କୋଚ
ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳର ମୁଖ୍ୟ କୋଚ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ତୁଲାଇବେ। ପ୍ରଥମ ଥର ପାଇଁ ଗୌତମ ଗମ୍ଭୀରଙ୍କୁ କୋଚ ଭୁମିକାରେ ଦେଖିବାକୁ ମିଳିବ। କୁହାଯାଉଛି କି ଏହି ଗସ୍ତରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରୁ ବାଦ ଦେଇ ସେମାନଙ୍କୁ ବିଶ୍ରାମ ଦିଆଯାଇପାରେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇପାରେ। ସେହିପରି ଦିନିକିଆରେ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇପାରେ। ସ୍କ୍ୱାର୍ଡକୁ ନେଇ ଏବେ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି। ଖୁବଶୀଘ୍ର ଦଳ ଘୋଷଣା ହେବା ନେଇ ସୂଚନା ରହିଛି। 

Read More
{}{}