Hindi News >>Home >>Odisha Sports

India VS ENG ODI: ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ, ବାରବାଟୀରେ ଭାରତର ବଡ଼ ବିଜୟ

ବାରବାଟୀରେ ଇଂଲଣ୍ଡ ଟିମ୍‌କୁ ହରାଇଲା ଟିମ୍‌ ଇଣ୍ଡିଆ । ସିରିଜ୍‌ରେ ୨-୦ରେ ଆଗୁଆ ହୋଇ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାଜିତ କରିଛି ଭାରତ । କ୍ୟାପ୍‌ଟେନ୍‌ ରୋହିତ ଶର୍ମା ୯୦ ବଲ୍‌ ଖେଳି ୧୧୯ ରନ୍‌ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ ୬୦ ରନ୍‌ କରିଥିବା ବେଳେ ଆୟର ୪୪ ରନ୍‌ କରିଥିଲେ । 

Advertisement
India VS ENG ODI: ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ, ବାରବାଟୀରେ ଭାରତର ବଡ଼ ବିଜୟ
Soubhagya Ranjan Mishra|Updated: Feb 09, 2025, 10:11 PM IST
Share

India VS ENG ODI: ବାରବାଟୀରେ ଇଂଲଣ୍ଡ ଟିମ୍‌କୁ ହରାଇଲା ଟିମ୍‌ ଇଣ୍ଡିଆ । ସିରିଜ୍‌ରେ ୨-୦ରେ ଆଗୁଆ ହୋଇ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାଜିତ କରିଛି ଭାରତ । କ୍ୟାପ୍‌ଟେନ୍‌ ରୋହିତ ଶର୍ମା ୯୦ ବଲ୍‌ ଖେଳି ୧୧୯ ରନ୍‌ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ ୬୦ ରନ୍‌ କରିଥିବା ବେଳେ ଆୟର ୪୪ ରନ୍‌ କରିଥିଲେ । 

ଆଜି କଟକ ବାରବାଟୀରେ ଖେଳାଯାଇଥିଲା ଇଂଲଣ୍ଡ-ଇଣ୍ଡିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌। ଟସ୍‌ ଜିତି ଇଂଲିଶ ଟିମ୍‌ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୫୦ ଓଭରରେ ୩୦୪ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ । ୩୦୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ହିଟ୍‌ମ୍ୟାନ୍‌ ତଥା ଅଧିନାୟକ ରୋହିତ୍‌ ଶର୍ମା ଓ ଶୁଭମନ୍‌ ଗିଲ୍‌। ଉଭୟ ଆକ୍ରମଣାତ୍କ ବ୍ୟାଟିଂ କରିଥିଲେ। ରୋହିତ୍‌ ଶର୍ମାଙ୍କ ବ୍ୟାଟ୍‌ରୁ ରନ୍‌ ବର୍ଷା ହୋଇଥିଲା। ମାରିଥିଲେ ଶତକ। ୭୬ଟି ବଲ୍‌ରେ ସେ ଏହି ଶତକ ହାସଲ କରିଥିଲେ । ସେ ୯୦ ବଲରେ ୧୧୯ ରନ୍‌ର ଇନିଂସ୍‌ ଖେଳିଥିଲେ। ଯେଉଁଥିରେ ୭ଟି ଛକା ଓ ୧୨ଟି ଚୌକା ରହିଛି। ଚାମ୍ପିଆନ୍ସ ଟ୍ରଫି ପୂର୍ବରୁ ରୋହିତ ଶର୍ମାଙ୍କ ସେଞ୍ଚୁରୀ ସମାଲୋଚକଙ୍କ ମୁହଁ ବନ୍ଦ କରିବା ପାଇଁ ବାଧ୍ୟ କରିଛି। ୪୮୭ ଦିନ ଧରି ହିଟ୍‌ମ୍ୟାନ୍‌ ଭାବେ ପରିଚିତ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରୋହିତ ଶର୍ମା ପୁଣି ଟ୍ରାକ୍ କୁ ଫେରିଥିଲେ ।

ଇଂଲଣ୍ଡ ଟିମ୍‌ର ସବୁ ବୋଲରଙ୍କୁ ମନଇଚ୍ଛା ଧୁଲେଇ କରିଥିଲେ ରୋହିତ ଶର୍ମା। ସେପଟେ କିନ୍ତୁ ବାରବାଟୀ ଦର୍ଶକଙ୍କୁ ପୁଣିଥରେ ନିରାଶ କରିଛନ୍ତି ବିରାଟ କୋହଲି । ମାତ୍ର ୫ ରନ୍ କରି ରସିଦଙ୍କ ସ୍ପିନ ଯାଦୁର ଶିକାର ହୋଇଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯ ଓଭର ୫ଟି ବଲରେ ୩୦୪ ରନ୍ କରି ଅଲଆଉଟ୍ ହୋଇଥିଲା । ଜୋ ରୁଟ୍ ଓ ବେନ୍ ଡକେଟ୍‌ ଅର୍ଦ୍ଧଶତକ କରିଥିଲେ । ୩୦୫ ରନ ଟାର୍ଗେଟରେ ପଡିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ଦୁଇ ଓପନର ରୋହିତ ଓ ଶୁଭମନ ଗିଲ୍ ଓପନିଙ୍ଗ ଭାଗିଦାରୀରେ ୧୩୬ ରନ୍ କରିଥିଲେ । ତେବେ ଗିଲ୍ ୬୦ ରନ୍ କରି ଆଉଟ୍ ହେବା ପରେ ଅଧିନାୟକ ଇନିଂସ ଖେଳିଥିଲେ ରୋହିତ ଶର୍ମା ।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ପରେ କଟକ ବାରବାଟୀକୁ ଫେରିଥିଲା ଦିନିକିଆ ମ୍ୟାଚ୍ । ହେଲେ ଆଜି ବି ଦେଖିବାକୁ ମିଳିଛି ବଡ ତ୍ରୁଟି। ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ କିଛି ସମୟ ପାଇଁ ଅଟକିଥିଲା ମ୍ୟାଚ୍ । ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଭାରତର ବ୍ୟାଟିଂ ଚାଲିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାରବାଟୀ ଷ୍ଟାଡିୟମ ହୋ ହାଲ୍ଲା ଦେଖିବାକୁ ମିଳିଥିଲା । 

Also Read- ବାହାଘରକୁ ନେଇ ସତ ମାନିଲେ ଅନୁଭବ ଓ ଜାଗୃତି, ଜାଣନ୍ତୁ କ'ଣ କହିଲେ...

Also Read- Zodiac Signs: ଉତ୍ତର ଦିଗକୁ ଗତି କରିବେ ବୁଧ, ୫ ରାଶିରେ କୁବେରଙ୍କ କୃପା, ମିଳିବ ଧନ

Read More
{}{}