Home >>Odisha Sports

Pahalgam Terror Attack: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଏପରି କହିଲେ ବିରାଟ କୋହଲି, ଗୌତମ ଗମ୍ଭୀର...

Pahalgam Terror Attack: 'ପହଲଗାମରେ ନିରୀହ ଲୋକଙ୍କ ଉପରେ ହୋଇଥିବା ଘୃଣ୍ୟ ଆକ୍ରମଣରେ ମୁଁ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ହୃଦୟରୁ ସମବେଦନା ଜଣାଉଛି। ଯେଉଁମାନେ ଜୀବନ ହରାଇଛନ୍ତି ସେମାନଙ୍କ ପରିବାର ପାଇଁ ଶାନ୍ତି ଏବଂ ଶକ୍ତି ପାଇଁ ପ୍ରାର୍ଥନା କରୁଛି। ମୁଁ ସମସ୍ତ ପୀଡିତଙ୍କ ପାଇଁ ନ୍ୟାୟ କାମନା କରୁଛି।

Advertisement
Pahalgam Terror Attack: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଏପରି କହିଲେ ବିରାଟ କୋହଲି, ଗୌତମ ଗମ୍ଭୀର...
Priyambada Rana|Updated: Apr 23, 2025, 04:00 PM IST
Share

Pahalgam Terror Attack: ମଙ୍ଗଳବାର ଅପରାହ୍ନରେ ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍ନ ୨.୪୫ ସମୟରେ ପହଲଗାମର ବୈସରାନ ଉପତ୍ୟକାରେ ଘଟିଥିବା ଏହି ଆକ୍ରମଣରେ ୧୭ ଜଣରୁ ଅଧିକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ସମଗ୍ର ଦେଶରେ ଭୟ, ଦୁଃଖ ଓ ଆକ୍ରୋଷର ବାତାବରଣ ସୃଷ୍ଟି ହୋଇଛି। ଅନେକ ସେଲିବ୍ରେଟି ସହ  ଭାରତୀୟ କ୍ରିକେଟରମାନେ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

କ୍ରିକେଟର ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରି ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। କୋହଲି ଲେଖିଛନ୍ତି, 'ପହଲଗାମରେ ନିରୀହ ଲୋକଙ୍କ ଉପରେ ହୋଇଥିବା ଘୃଣ୍ୟ ଆକ୍ରମଣରେ ମୁଁ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ହୃଦୟରୁ ସମବେଦନା ଜଣାଉଛି। ଯେଉଁମାନେ ଜୀବନ ହରାଇଛନ୍ତି ସେମାନଙ୍କ ପରିବାର ପାଇଁ ଶାନ୍ତି ଏବଂ ଶକ୍ତି ପାଇଁ ପ୍ରାର୍ଥନା କରୁଛି। ମୁଁ ସମସ୍ତ ପୀଡିତଙ୍କ ପାଇଁ ନ୍ୟାୟ କାମନା କରୁଛି।

ଯିଏ ଦାୟୀ, ସେ ମୂଲ୍ୟ ଦେବାକୁ ପଡ଼ିବ: ଗୌତମ ଗମ୍ଭୀର
ବିରାଟଙ୍କ ବ୍ୟତୀତ ଭାରତୀୟ ଟିମ୍ ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମଧ୍ୟ ଏହି ଆତଙ୍କବାଦୀ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ତାଙ୍କର 'X' ଆକାଉଣ୍ଟରେ ଟ୍ୱିଟ୍ କରି ସେ ଲେଖିଛନ୍ତି, 'ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଯିଏ ଏଥିପାଇଁ ଦାୟୀ, ତାଙ୍କୁ ମୂଲ୍ୟ ଦେବାକୁ ପଡିବ। ଭାରତ ଷ୍ଟ୍ରାଇକ୍ କରିବ।

ଆକ୍ରମଣ ଦ୍ୱାରା ମୁଁ ଗଭୀର ଭାବେ ଦୁଃଖିତ - ଯୁବରାଜ ସିଂ
ଏହି ଯନ୍ତ୍ରଣାଦାୟକ ଆକ୍ରମଣରେ ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, 'ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣରେ ମୁଁ ଗଭୀର ଭାବେ ଦୁଃଖିତ। ଯେଉଁମାନେ ଏହି ଆକ୍ରମଣର ଶିକାର ହୋଇଛନ୍ତି ସେମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି। ଆସନ୍ତୁ ମାନବିକତା ଏବଂ ଭରସା ପାଇଁ ଏକଜୁଟ ହେବା।

ଏହାକୁ କ୍ଷମା କରାଯାଇପାରିବ ନାହିଁ- ହରଭଜନ ସିଂ
ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂ ଏହି ପୋଷ୍ଟରେ ଲେଖିଛନ୍ତି, 'ଏହି ଘୃଣ୍ୟ କାର୍ଯ୍ୟରେ ପ୍ରାଣ ହରାଇଥିବା ସମସ୍ତଙ୍କ ପରିବାର ପ୍ରତି ମୋର ସମବେଦନା, ଏହାକୁ କ୍ଷମା କରାଯାଇପାରିବ ନାହିଁ।'

ଏହି ପରି ଅନେକ କ୍ରିକେଟର ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

 

Read More
{}{}