Home >>Odisha Sports

WTC Point Table: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ, ଇତିହାସ ରଚିଲେ ଅଶ୍ୱିନୀ

ତୃତୀୟ ଟେଷ୍ଟ ଭାରତ ଜିତିବାରେ ସଫଳ ହେଉଛି ତେବେ ଏହି ଟେବୁଲର ଶୀର୍ଷରେ ପହଞ୍ଚିବାର ସୁଯୋଗ ଭାରତ ନିକଟରେ ରହିଛି। 

Advertisement
WTC Point Table: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ, ଇତିହାସ ରଚିଲେ ଅଶ୍ୱିନୀ
Zee Odisha Desk|Updated: Feb 05, 2024, 06:34 PM IST
Share

WTC Point Tableଛ ନୂଆଦିଲ୍ଲୀ: ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ୧୦୬ ରନରେ ପରାଜିତ କରିଛି ଭାରତ। ଏହା ସହିତ ଭାରତ ସିରିଜକୁ ୧-୧ରେ ବରାବର ରଖିଛି। ଏହା ସହ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩-୨୫​​ର ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ନେଇଛି। ହାଇଦ୍ରାବାଦ ଟେଷ୍ଟରେ ହାରିବା ପରେ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଖସି ଆସିଥିଲା ଟିମ ଇଣ୍ଡିଆ। ଏହା ସହିତ ଟିମ୍ ଇଣ୍ଡିଆର କେବଳ ୪୩.୩୩ ପ୍ରତିଶତ ପଏଣ୍ଟ ରହିଯାଇଥିଲା। ଏବେ ବିଶାଖାପାଟନମ୍ ଟେଷ୍ଟ ଜିତିବା ପରେ ଭାରତୀୟ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। 

ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ୨୦୨୩-୨୫ ପଏଣ୍ଟ ଟେବୁଲରେ ବେନ ଷ୍ଟୋକସଙ୍କ ଦଳ ଇଂଲଣ୍ଡର ସେଭଳି କୌଣସି କ୍ଷତି ହୋଇନଥିବା ଦେଖିବାକୁ ମିଳିଛି। ଯଦିଓ ଦଳୀୟ ଅଙ୍କରେ ହ୍ରାସ ଘଟିଛି। ଦ୍ୱିତୀୟ ଟେଷ୍ଟରେ ପରାଜିତ ହେବା ପରେ ଦଳ ଅଷ୍ଟମ ସ୍ଥାନରେ ରହିଛି। କିନ୍ତୁ ଦଳୀୟ ଅଙ୍କରେ ମାତ୍ର ୨୫ ପ୍ରତିଶତ ଅଙ୍କ ରହିଛି। 

ସେପଟେ ଅଷ୍ଟ୍ରେଲିଆ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ନିକଟରେ ୫୫ ପ୍ରତିଶତ ଅଙ୍କ ରହିଛି। ସେହିପରି ଭାରତ ନିକଟରେ ୫୨.୭୮ ପ୍ରତିଶତ ଅଙ୍କ ରହିଛି। ଏହି ଅଙ୍କ ସହିତ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯିବ। ଯଦି ତୃତୀୟ ଟେଷ୍ଟ ଭାରତ ଜିତିବାରେ ସଫଳ ହେଉଛି ତେବେ ଏହି ଟେବୁଲର ଶୀର୍ଷରେ ପହଞ୍ଚିବାର ସୁଯୋଗ ଭାରତ ନିକଟରେ ରହିଛି। 

ସେପଟେ ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱୀନ ଭାରତ ପକ୍ଷରୁ ବଡ ସଫଳତା ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିଛନ୍ତି। ସେ ପୂର୍ବତନ ସ୍ପିନର ଭାଗବତ ଚନ୍ଦ୍ରଶେଖରଙ୍କୁ ପଛରେ ପକାଇ ଦେଇଛନ୍ତି। ଚନ୍ଦ୍ରଶେଖର ୨୩ ଟେଷ୍ଟରେ ୯୫ ୱିକେଟ ନେଇଥିଲେ। ଅଶ୍ୱୀନ ୨୧ ଟେଷ୍ଟରେ ୯୭ ୱିକେଟ ଅକ୍ତିଆର କରିଛନ୍ତି।

ଅଶ୍ୱୀନ ଅଳ୍ପକେ ଟେଷ୍ଟ କ୍ରିକେଟରରେ ୫୦୦ ୱିକେଟ ହାସଲ କରିବାକୁ ରହି ଯାଇଛନ୍ତି। ସେ ଏବେ ୪୯୯ ୱିକେଟ ନେଇଛନ୍ତି। ତୃତୀୟ ଟେଷ୍ଟରେ ସେ ଏହି ଲ୍ୟାଣ୍ଡମାର୍କ ଛୁଇଁବେ ବୋଲି ଆଶା କରାଯାଉଛି। ପ୍ରଥମ ଥର ପାଇଁ ଭାରତରେ ଖେଳା ଯାଉଥିବା କୌଣସି ଟେଷ୍ଟରେ ଉଭୟ ଟିମ ୨ ଥର ଲେଖାଁଏ ଅଲଆଉଟ ହୋଇଛନ୍ତି। ଏହି ମ୍ୟାଚରେ ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ ବ୍ୟାଟିଂରେ କମାଲ କରିଥିବା ବେଳେ ଯଶପ୍ରୀତ ବୁମରାହ ଓ ଅଶ୍ୱୀନ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ।

Read More
{}{}