Hindi News >>Home >>Odisha Sports

IPL 2024 Auction: ଟମ୍ ମୁଡିଙ୍କ ଭବିଷ୍ୟବାଣୀ, IPL ଇତିହାସରେ ଏହି ବୋଲର ହେବେ ସବୁଠୁ ମହଙ୍ଗା ଖେଳାଳି

IPL 2024 Auction: ଅନେକ ଫ୍ରାଞ୍ଚାଇଜ୍ ଏହି ଦ୍ରୁତ ବୋଲରଙ୍କ ପାଇଁ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଇଚ୍ଛୁକ ଥିବା ସୂଚନା ମିଳୁଛି। ବାସ୍ତବରେ, ଅଧିକାଂଶ ଦଳ ଏହି ନିଲାମରେ ଦ୍ରୁତ ବୋଲର ଆବଶ୍ୟକ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି ମିଚେଲ ଷ୍ଟାର୍କଙ୍କ ଭଳି ଏକ ବିକଳ୍ପ ଉପଲବ୍ଧ ତେବେ କେଉଁ ଦଳ ତାଙ୍କୁ କିଣିବାକୁ ଚାହୁଁନାହାଁନ୍ତି ।   

Advertisement
IPL 2024 Auction: ଟମ୍ ମୁଡିଙ୍କ ଭବିଷ୍ୟବାଣୀ, IPL ଇତିହାସରେ ଏହି ବୋଲର ହେବେ ସବୁଠୁ ମହଙ୍ଗା ଖେଳାଳି
Rasmita Sahoo|Updated: Dec 18, 2023, 03:44 PM IST
Share

IPL 2024 Auction: IPL 2024 ନିଲାମ ଆରମ୍ଭ ହେବାକୁ ୨୪ ଘଣ୍ଟାରୁ ବି କମ୍ ସମୟ ବାକି ଅଛି । ଏହି ନିଲାମ ଡିସେମ୍ବର ୧୯ ଅର୍ଥାତ୍ ଆସନ୍ତା କାଲି ଦୁବାଇରେ ଭାରତୀୟ ସମୟ ଅପରାହ୍ନ ୧ଟାରେ ଅନୁଷ୍ଠିତ ହେବ । ତେବେ ନିଲାମ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର ପେସର୍ ମିଚେଲ ଷ୍ଟାର୍କଙ୍କ ବିଷୟରେ ଅନେକ ଆଲୋଚନା ହେଉଛି, କାରଣ ଷ୍ଟାର୍କ ଅନେକ ବର୍ଷ ପରେ ଆଇପିଏଲ ନିଲାମରେ ନିଜର ନାମ ଦେଇଛନ୍ତି । ସେ ଗତ କିଛି ବର୍ଷ ଧରି ଆଇପିଏଲ୍ ମହାକୁମ୍ଭରେ ଖେଳୁନଥିଲେ। ମିଚେଲ ଷ୍ଟାର୍କ ଜଣେ ବାମହାତୀ ଦ୍ରୁତ ବୋଲର, ଯିଏ ଘଣ୍ଟା ପ୍ରତି ପ୍ରାୟ ୧୫୦ କିଲୋମିଟର ବେଗରେ ସୁଇଙ୍ଗ୍ କରିପାରିବେ । ଷ୍ଟାର୍କ ତାଙ୍କର ତୀକ୍ଷ୍ଣ ୟର୍କୋର ପାଇଁ ଜଣାଶୁଣା । 

ମିଚେଲ୍ ଷ୍ଟାର୍କ ଓପନ ଓ ଡେଥ୍ ଓଭର ସ୍ପେଶିଆଲିଷ୍ଟ ଭାବେ ବେଶ ପରିଚିତ। ଏହି ଖେଳାଳି ନିଜ କ୍ୟାରିୟରରେ ଅନେକ ଅଭିଜ୍ଞତା ସାଉଁଣ୍ଟିଛନ୍ତି। ସେ ଜଣେ ବଡ ଗେମ ଚେଞ୍ଜର ଖେଳାଳି, ୨୦୨୩  ବିଶ୍ୱକପରେ ସେ ଏହା ପୁଣି ଥରେ ପ୍ରମାଣ କରିଛନ୍ତି, ଯଦିଓ ଏହି ବିଶ୍ୱକପ୍ (World Cup 2023)  ତାଙ୍କ ପାଇଁ ଯଥେଷ୍ଟ ଭଲ ପ୍ରମାଣିତ ହୋଇନାହିଁ, ତଥାପି ଅନେକ ଫ୍ରାଞ୍ଚାଇଜ୍ ଏହି ଦ୍ରୁତ ବୋଲରଙ୍କ ପାଇଁ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଇଚ୍ଛୁକ ଥିବା ସୂଚନା ମିଳୁଛି। ବାସ୍ତବରେ, ଅଧିକାଂଶ ଦଳ ଏହି ନିଲାମରେ ଦ୍ରୁତ ବୋଲର ଆବଶ୍ୟକ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି ମିଚେଲ ଷ୍ଟାର୍କଙ୍କ ଭଳି ଏକ ବିକଳ୍ପ ଉପଲବ୍ଧ ତେବେ କେଉଁ ଦଳ ତାଙ୍କୁ କିଣିବାକୁ ଚାହୁଁନାହାଁନ୍ତି । 

ଏହି କାରଣ ହେଉଛି ଏହି ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କୁ ଆଇପିଏଲ୍ ନିଲାମ (IPL 2024 Auction) ପୂର୍ବରୁ ଏତେ ଆଲୋଚନା କରାଯାଉଛି। ଆଇପିଏଲ୍ ୨୦୨୪ ନିଲାମ ପାଇଁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ସନରାଇଜର୍ସ ହାଇଦ୍ରାବାଦର କୋଚ୍ ଟମ୍ ମୁଡି (Tom Moody)  ଦୁଇଟି ବଡ଼ ଭବିଷ୍ୟବାଣୀ କରିଛନ୍ତି। ସ୍ପୋର୍ଟ ଖବର ସରବରାହ ସଂସ୍ଥା ESPNcricinfo ସହିତ ଏକ ସାକ୍ଷାତକାର ବେଳେ ସେ କହିଛନ୍ତି ଯେ ଏହି ସମୟର ଆଇପିଏଲ ନିଲାମରେ ମିଚେଲ ଷ୍ଟାର୍କ ଆଇପିଏଲ ନିଲାମ ଇତିହାସର ସର୍ବକାଳୀନ ରେକର୍ଡ ଭାଙ୍ଗିବେ। ଯାହା ବର୍ତ୍ତମାନ ସାମ କୁରାନଙ୍କ ନାମରେ ୧୮.୫୦ କୋଟି ଟଙ୍କା ରହିଛି। 

ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ସାମ କୁରାନ୍, ଯିଏକି ଆଇପିଏଲ ୨୦୨୩ ନିଲାମରେ ଟିମ୍ ପଞ୍ଜାବ କିଙ୍ଗସ (Punjab Kings) ଦ୍ୱାରା ୧୮.୫୦ କୋଟିରେ କିଣାଯାଇଥିଲା। କିନ୍ତୁ ଟମ୍ ମୁଡି ଅନୁଭବ କରିଛନ୍ତି ଯେ ମିଚେଲ ଷ୍ଟାର୍କଙ୍କୁ ଚଳିତ ବର୍ଷ ୧୮.୫୦ କୋଟିରୁ ବି ଅଧିକ ଟଙ୍କାରେ ନିଲାମ କରାଯିବ। ସେମାନଙ୍କ ବ୍ୟତୀତ ରବିଚନ୍ଦ୍ରନ୍ ଅଶ୍ୱିନ୍ ମିଚେଲ୍ ଷ୍ଟାର୍କ ଏବଂ ପେଟ୍ କମିନ୍ସଙ୍କ ପାଇଁ ମଧ୍ୟ କଳ୍ପନା କରିଛନ୍ତି ଏବଂ ଦଳ ସେମାନଙ୍କ ପାଇଁ ୧୪ କୋଟିରୁ ଅଧିକ ଟଙ୍କା ଟେଣ୍ଡର କରିପାରିବେ ବୋଲି କହିଛନ୍ତି। ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଟମ୍ ମୁଡି ଆଇପିଏଲରେ ଅନେକ ଦଳର ଅଧିନାୟକତ୍ୱ କରିଥିବା ଷ୍ଟିଭ ସ୍ମିଥଙ୍କ ନିଲାମର ପୂର୍ବାନୁମାନ କରିଥିବାବେଳେ ସେ ଏଥର ଅନସୋଲ୍ଡ ହୋଇ ରହିବେ ବୋଲି କହିଥିଲେ। ଏଠାରେ କହିରଖୁଛୁ ଯେ, ଗତ ମାସରେ ଶେଷ ହୋଇଥିବା ବିଶ୍ୱକପ୍ ରେ ମଧ୍ୟ ଷ୍ଟିଭ୍ ସ୍ମିଥଙ୍କ(Steve Smith) ଜଲୱା ଦେଖିବାକୁ ମିଳିନଥିଲା। ଏବେ କିଛି ସମୟ ଧରି ସେ ଆଉଟ ଅଫ୍ ଫର୍ମରେ ଅଛନ୍ତି। 

Read More
{}{}